Posted inଖେଳ

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ଉନ୍ମୋଚନ କରାଯାଇଛି। ଜାପାନର ପ୍ରଶଂସକ, ପ୍ରାୟୋଜକ ଓ ରାଜଧାନୀ ଟୋକିଓରେ ଏହି ଦିନକୁ ଅବଗଣନା ଉତ୍ସବ ହିସାବରେ ବ୍ୟାପକଭାବେ ପାଳନ କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭ ୨୦୨୦ ଜୁଲାଇ ୨୪ ତାରିଖରେ ଆରମ୍ଭ ହେବ। ଅଲିମ୍ପିକ୍ସ ଆରମ୍ଭ ହେବାକୁ ୩୬୫ ଦିନ ବାକିଥିବାକୁ ସୂଚାଉଥିବା ଘଣ୍ଟାକୁ ପ୍ଲାକାର୍ଡ ମାଧ୍ୟମରେ ପ୍ରଶଂସକମାନେ ପ୍ରଦର୍ଶନ କରିଥିବାର ଲକ୍ଷ୍ୟ କରାଯାଇଛି। ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଆଥଲେଟ୍‌ ତଥା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଅଧ୍ୟକ୍ଷ ଥୋମାସ ବାକ୍‌ ସ୍କୁଲ ପିଲାମାନଙ୍କ ସହ ପଦକ ପ୍ରଦର୍ଶନ କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପଦକ ଉନ୍ମୋଚନ ଉତ୍ସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା।
ଅଲିମ୍ପିକ୍ସ ଆୟୋଜନ ଓ ଏହାର ପ୍ରସ୍ତୁତି ପାଇଁ ଟୋକିଓ ୨୦ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରୁଛି। ଆୟୋଜକ ସହର ହିସାବରେ ଟୋକିଓର ପ୍ରସ୍ତୁତି ପାଇଁ ଏହି ପରିମାଣ ଅର୍ଥ ଖର୍ଚ୍ଚ ହେବା ଚାଲୁ ରହିଛି। ତେବେ ଠିକ୍‌ ରୂପେ କେତେ ପରିମାଣର ଅର୍ଥ ଖର୍ଚ୍ଚ ହେବ ତାହା ଆକଳନ କରିବା କଷ୍ଟକର। ୮ଟିରୁ ୫ଟି ଭେନ୍ୟୁର ପ୍ରସ୍ତୁତି କାର୍ଯ୍ୟ ସରିଛି। ଅଲିମ୍ପିକ୍ସର କେନ୍ଦ୍ର କୁହାଯାଉଥିବା ନ୍ୟାଶନାଲ ଷ୍ଟାଡିୟମ ପ୍ରସ୍ତୁତି ପାଇଁ ପାଖାପାଖି ୧.୨୫ ବିଲିୟନ ଡଲାର ଅର୍ଥ ଖର୍ଚ୍ଚ କରାଯିବ। ଚଳିତ ବର୍ଷ ଶେଷରେ ଏହି ଷ୍ଟାଡିୟମ ଖୋଲାଯିବ।
ଅଲିମ୍ପିକ୍ସ ନେଇ ସାରା ଦେଶରେ ଉତ୍ସାହ ବଢ଼ିବାରେ ଲାଗିଛି ବୋଲି ଟୋକିଓ ପାଇଁ ନିଯୁକ୍ତ ଆଇଓସି ପରିଦର୍ଶକ ଦଳର ମୁଖ୍ୟ ଜନ କୋଟ୍ସ କହିଛନ୍ତି। ଟିକେଟ ବିକ୍ରିରେ ଅଭୂତପୂର୍ବ ବୃଦ୍ଧି ପରିଲକ୍ଷିତ ହୋଇଛି। ଜାପାନ ଅଧିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ସଂଖ୍ୟାର ଦଶଗୁଣ ଏବେ ଆବଶ୍ୟକ ହେଉଛି। ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ। ଅନଧିକୃତ ଟିକେଟ ବିକ୍ରିକୁ ରୋକିବା ପାଇଁ ଏକ ଆଇନ୍‌ ମଧ୍ୟ ଜାରି ହୋଇଛି। ଏହା ଟିକେଟର କଳାବଜାରକୁ ରୋକିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି। ଟୋକିଓର ସାଧାରଣତଃ ଦେଖାଯାଉଥିବା ଉଷ୍ଣ ଓ ଗ୍ରୀଷ୍ଣ ପାଣିପାଗ ପାଇଁ ଆୟୋଜକମାନେ ଆବଶ୍ରକ ପ୍ରସ୍ତୁତି ଚଳାଇଛନ୍ତି। ଜାପାନ ତଥା ରାଜଧାନୀ ଟୋକିଓ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଟ୍ରାଫିକ ଓ ମେଟ୍ରୋ ଯାତାୟାତ ନେଇ ଆୟୋଜକମାନେ ଚିନ୍ତିତ ଅଛନ୍ତି।
ଏବର୍ଷ ଟୋକିଓ ଉଷ୍ଣ ହେବା ବଦଳରେ ଟିକିଏ ଥଣ୍ଡା ମନେ ହେଉଛି। ଗତବର୍ଷ ତୁଳନାରେ ଏଥର ଅଲଗା ପ୍ରକାର ପାଗ ଅନୁଭୂତ ହେଉଛି ବୋଲି ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି କହିଛନ୍ତି। ଜାପାନ ସମ୍ରାଟ ନାଉରହିଟୋ ଅଲିମ୍ପିକ୍ସ ଓ ପାରାଅଲମ୍ପିକ୍ସର ସମ୍ମାନଜନକ ଆବାହକ ହେବା ପାଇଁ ସମ୍ମତି ପ୍ରକାଶ କରିଥିବା କଥା ମୋରି କହିଛନ୍ତି। ଉଭୟ ଅଲିମ୍ପିକ୍ସ ଓ ପରାଅଲମ୍ପିକ୍ସର ଉଦ୍‌ଘାଟନ ନେଇ ସେ ଘୋଷଣା କରିବେ ଆଶା କରାଯାଉଛି। କିଛିଦିନ ତଳେ ଟୋକିଓ ଗଭର୍ନର ୟୁରିକୋ କୋଇକେଙ୍କୁ ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ଏତେ ଅର୍ଥ ବ୍ୟୟ କରାଯିବାନେଇ କାରଣ ସ୍ପଷ୍ଟ କରିବାକୁ କୁହାଯାଇଥିଲା। ଆୟୋଜକମାନେ ଖର୍ଚ୍ଚା କାଟ କରିବା ପାଇଁ ଚାପର ସମ୍ମୁଖୀନ ହୋଇଥିଲେ ଓ ସେମାନେ ବହୁ ପରିମାଣର ଅର୍ଥ ଖର୍ଚ୍ଚ କାଟ କରିବାରେ ସକ୍ଷମ ମଧ୍ୟ ହୋଇଛନ୍ତି। ଟୋକିଓରେ ୮ଟି ନୂଆ ଭେନ୍ୟୁର ନିର୍ମାଣ ହେଉଛି। ତେବେ ୩୫ଟି ଅସ୍ଥାୟୀ ଓ ପୁରୁଣା ଭେନ୍ୟୁର ଅଲିମ୍ପିକ୍ସରେ ବ୍ୟବହାର ହେବ।
ନୂଆ ଭେନ୍ୟୁ ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତି କରିବାରେ ଅଲିମ୍ପିକ୍ସ ଓ ପାରାଅଲମ୍ପିକ୍ସ ଏବେ ତ୍ୱରକ ସାବ୍ୟସ୍ତ ହୋଇଛି ବୋଲି ୟୁରିକୋ କହିଛନ୍ତି। ୨୦୨୦ ଅଲିମ୍ପିକ୍ସ କ୍ରୀଡ଼ାରେ ଏକ ବିପ୍ଳବ ଆଣିବ ଓ ଲୋକଙ୍କ ଚିନ୍ତାଧାରାକୁ ବଦଳାଇବ । ୨୦୨୦ ଅଗଷ୍ଟ ୨୫ ତାରିଖରେ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସ ଦିବ୍ୟାଙ୍କ ପାଇଁ ନୂଆ ଆଶା ସଂଚାର କରିବ ବୋଲି ସେ କହିଛନ୍ତି। ୧୯୬୪ ଅଲିମ୍ପିକ୍ସ ତୁଳନାରେ ଏଥର ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟ କରାଯିବ। ଏଥର ଲୋକେ ବୁଲେଟ ଟ୍ରେନ୍‌ ସେବା ପାଇବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ହାସଲ କରିଥିବା ପ୍ରଗତି ଓ ଉନ୍ନତିର ଝଲକ ଏଥର ଦେଖିବାକୁ ମିଳିବ।
ଇତିମଧ୍ୟରେ ଅଲିମ୍ପିକ୍ସକୁ ବିରୋଧକରି କେତେଜଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବିପୁଳ ଅର୍ଥ ବ୍ୟୟ କରାଯିବାକୁ ଏମାନେ ବିରୋଧ କରୁଛନ୍ତି। ଏ ଅର୍ଥକୁ ସମାଜ ମଙ୍ଗଳକାର୍ଯ୍ୟରେ ଲଗା ଯାଇପାରିବ ବୋଲି ବିକ୍ଷୋଭକାରୀମାନେ ଯୁକ୍ତି ବାଢିଛନ୍ତି। ଗତ ଅଲିମ୍ପିକ୍ସ ତୁଳନାରେ ଆୟୋଜକମାନେ ୩ ଗୁଣ ଅଧିକ ୩ ବିଲିୟନ ଆମେରିକୀୟ ଡଲାରର ଲୋକାଲ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ହାସଲ କରିପାରିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ଏଥର ୪ଟି ନୂଆ କ୍ରୀଡ଼ା ସାମିଲ କରାଯାଇଛି। ସେଗୁଡିକ ହେଲା କରାଟେ, ସ୍କେଟବୋର୍ଡିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ସଫ୍ଟବଲ୍‌। ଏହି କ୍ରୀଡ଼ାଗୁଡିକ ଏଥର ଅଲିମ୍ପିକ୍ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତ ଇତିହାସର ସର୍ବଶ୍ରେଷ୍ଠ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି। ଅବଶ୍ୟ ଆୟୋଜନ ପ୍ରକ୍ରିୟାରେ କେତେକ ଅନିମିୟତତା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଆୟୋଜକମାନେ କେତୋଟି ଅଭିଯୋଗ ଆସିବାପରେ ସେମାନଙ୍କର ଲୋଗୋରେ ପରିବର୍ତ୍ତନ ଆଣିଥିଲେ। ବ୍ରିଟିଶ ଆର୍କିଟେକ୍ସ ଜାହା ହଦିଦ୍‌ ନୂଆ ଷ୍ଟାଡିୟମର ଡିଜାଇନ କରିଥିଲେ। ତେବେ ଖର୍ଚ୍ଚ ୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହେବାରୁ ଏହି ଡିଜାଇନ୍‌କୁ ବାତିଲ କରାଯାଇଥିଲା। ବଦଳରେ ଜାପାନିଜ ଆର୍କିଟେକ୍ଟ କେନଗୋ କୁମାଙ୍କୁ ଏହି ଷ୍ଟାଡିୟମର ଡିଜାଇନ ଦାୟିତ୍ୱ ଦିଆଯାଇଥିଲା। ସେ କାଠ ଓ କାଠର ଜାଲି ସହିତ ସବୁଜିମା ଦ୍ୱାରା ଷ୍ଟାଡିୟମର ଡିଜାଇନ୍‌ କରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri