ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର କିଲୋ ପ୍ରତି ୬୦ରୁ ୬୫ ଟଙ୍କାରେ ବିକ୍ରି ହୋଇଛି। ଶନିବାର ଏହା କିଲୋ ପିଛା ୫୫ରୁ ୬୦ ଟଙ୍କା ଏବଂ ୩/୪ଦିନ ପୂର୍ବରୁ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିଲା। ଉପରମୁଣ୍ଡରେ ପାଇକାରୀ ଦର ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଗତ ୪ ଦିନ ମଧ୍ୟରେ ପିଆଜ ଦର କିଲୋ ପ୍ରତି ପ୍ରାୟ ୨୦ ଟଙ୍କା ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସାଧାରଣ ଖାଉଟି, ଖୁଚୁରା ବ୍ୟବସାୟୀ ଏବଂ କ୍ଷୁଦ୍ର ହୋଟେଲଗୁଡ଼ିକ ପିଆଜ ବ୍ୟବହାର କମାଇ ଦେଇଛନ୍ତି। ୨ରୁ ୩ କିଲୋ ପିଆଜ କ୍ରୟ କରୁଥିବା ପରିବାର ୫୦୦ ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି। ହୋଟେଲରେ ଖାଦ୍ୟ ପରଷିବା ପୂର୍ବରୁ ପିଆଜ ଦିଆଯିବା ଏକ ନିୟମିତ ଧାରା। ଏବେ ତାହା ବନ୍ଦ ହୋଇଯାଇଛି। ପ୍ରାୟତଃ ମହାରାଷ୍ଟ୍ରର ନାସିକ୍‌ରୁ ପିଆଜ ଆସୁଥିବାବେଳେ ସେଠାରେ ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଟଙ୍କା ରହିଥିବା ଜଣାପଡିଛି। ନୂଆ ଅମଳ ହୋଇଥିବା ପିଆଜ ଆସିବା ସମ୍ଭାବନା ନାହିଁ। ଚଳିତ ମାସ ମଧ୍ୟଭାଗରେ ଆନ୍ଧ୍ରରୁ ପିଆଜ ଆସିବା ନେଇ ଆଶା କରାଯାଉଛି। ହେଲେ ଏହି ଆମଦାନୀ ସାରା ରାଜ୍ୟର ଦରକୁ ନିୟନ୍ତ୍ରଣ କରାଇବାରେ ଏତେଟା ସହାୟକ ହେବ ନାହିଁ। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ, ମହାରାଷ୍ଟ୍ର ସମେତ ପିଆଜ ଉତ୍ପାଦନ ହେଉଥିବା ପ୍ରାୟ ୪ଟି ରାଜ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ଅମଳ ହୋଇଥିବା ଲକ୍ଷ ଲକ୍ଷ ଟନ୍‌ର ପିଆଜ ନଷ୍ଟ ହୋଇଛି। ବର୍ତ୍ତମାନ ପରିସ୍ଥିତି ଯାହା, ନୂଆ ପିଆଜ ପାଇଁ ଆହୁରି ମାସେ ସମୟ ଲାଗିବ। ତେଣୁ ପିଆଜ ଦର ବୃଦ୍ଧି ପାଇଛି। ରବିବାର ନାସିକରେ ପିଆଜ କୁଇଣ୍ଟାଲ ପିଛା ୫୦୦୦ଟଙ୍କାରୁ ୫୧୦୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ପରିବହନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଦର ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଆମଦାନୀ ହେଉଥିବା ପିଆଜକୁ ରଖିବା ପାଇଁ ଅଧିକରୁ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ସୁଧାକର କହିଛନ୍ତି।
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ ଏବଂ କଳାବଜାର ରୋକିବା ପାଇଁ ସୋମବାର ବୈଠକ ବସିବ ବୋଲି ଜଣାପଡିଛି। ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସାରା ଦେଶରେ ଆବଶ୍ୟକତା ଅନୁଯାୟୀ ଚଳିତବର୍ଷ ପିଆଜ ଉତ୍ପାଦନ ହୋଇନାହିଁ। ଏହାଦ୍ୱାରା ସବୁ ଅଞ୍ଚଳର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟା ୩ରୁ ୪ ମାସ ହେବ ଅନୁଭୂତ ହେଉଛି। ହେଲେ ବିଭାଗ ପକ୍ଷରୁ କଳାବଜାର, ବେଆଇନ ପିଆଜ ଯୋଗାଣ, କୃତ୍ରିମ ଉପାୟରେ ମହଜୁଦ କରି ରଖିବା ଉପରେ ନଜର ରହିଛି। ସର୍ବନିମ୍ନ ଆବଶ୍ୟକତା ପାଇଁ ପିଆଜ ଯେପରି ଅଭାବ ନ ହେବ, ସେଥିପ୍ରତି ବିଭାଗ ସଚେତନ ଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri