ବର୍ଷା ଜନିତ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସିର ତତ୍ପରତା: ସମ୍ବେଦନଶୀଳ ଅଞ୍ଚଳ ତଦାରଖ କଲେ ଅଧିକାରୀ

ଭୁବନେଶ୍ୱର, ୫।୭(ବ୍ୟୁରୋ)- ମୌସୁମୀ ବର୍ଷା ଜାରି ରହିଥିବାବେଳେ ରାଜଧାନୀବାସୀ ଯେପରି ଜଳ ନିଷ୍କାସନ ଜନିତ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତତ୍ପର ହୋଇପଡ଼ିଛି। ବିଶେଷକରି ଆରମ୍ଭରୁ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ ସମେତ ସହରର କେତେକ ସ୍ଥାନରେ ବର୍ଷା ପାଣି ଜମି ରହି ସମସ୍ୟା ସୃଷ୍ଟି କରିଥିଲା। ଏବେବି ଆଉ କେତେକ ସ୍ଥାନରେ ସମାନ ସ୍ଥିତି ସୃଷ୍ଟି ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସି ପଦକ୍ଷେପ ଆରମ୍ଭ କରିଛି। ଶୁକ୍ରବାର ବିଏମ୍‌ସି ଅତିରିକ୍ତ କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସହ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଉତ୍ତର ମଣ୍ଡଳ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର-୧ ପି.ଏସ୍‌.ଏନ୍‌. ପାତ୍ର, ଡ୍ରେନେଜ୍‌ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ପରିଦର୍ଶନ କରି ସ୍ଥିତି ପରଖିଥିଲେ। ସେମାନଙ୍କ ସହ ବିଭାଗୀୟ ଅଧିକାରୀ ଓ ଅମିନମାନେ ଥିଲେ। ଓ୍ବାର୍ଡ ନଂ.୧୯ ଅନ୍ତର୍ଗତ ଭାଗବତ ସନ୍ଧାନ ଅଞ୍ଚଳରେ ଉପରୋକ୍ତ ଅଧିକାରୀମାନେ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଥିଲେ। ପାଣି ଯିବା ବାଟରେ ବେଆଇନ ଭାବେ ଘରୋଇ ନିର୍ମାଣ କରାଯାଉଥିବା ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଥିଲା। ଅତିରିକ୍ତ କମିଶନ ମିଶ୍ର ତୁରନ୍ତ ଉକ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଜମିର ସ୍ଥିତି ଅନୁଧ୍ୟାନ ନ କରାଯିବା ଯାଏ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଅଧିକାରୀମାନେ କହିଛନ୍ତି। ସେହିପରି ଅଧିକାରୀମାନେ ଓ୍ବାର୍ଡ ନଂ. ୩୮ ଅନ୍ତର୍ଗତ ନୟାପଲ୍ଲୀ ଖିମ୍‌ଜୀ ଗଳିରେ ଥିବା ଡ୍ରେନ୍‌ ଡିସେଲଟିଙ୍ଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସିଆର୍‌ପି ଛକରେ ଜାତୀୟ ରଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଦ୍ୱାରା କରାଯାଇଥିବା ରାସ୍ତାତଳ ଡ୍ରେନ୍‌ରେ ଆବର୍ଜନା ଜମା ହୋଇଥିବା ଦେଖିଥିଲେ। ଉକ୍ତ ଡ୍ରେନ ସଫା ହେଉ ନ ଥିବାରୁ ଇସ୍କନ ମନ୍ଦିର ନିକଟରେ ବାରମ୍ବାର ଜଳବନ୍ଦୀ ସମସ୍ୟା ଉପୁଜୁଛି। ଉକ୍ତ ଡ୍ରେନ୍‌ର ନିୟମିତ ସଫେଇ କରିବା ନିମନ୍ତେ ଅଧିକାରୀମାନେ ଏନ୍‌ଏଚ୍‌ଏଆଇଙ୍କୁ ଜଣାଇଛନ୍ତି।
ବର୍ଷା ପାଣି ଜମୁଥିବା ସହରର ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ୧୨ଟି ପ୍ରମୁଖ ସମ୍ବେଦନଶୀଳ ଅଞ୍ଚଳରେ ୧୭ଟି ପମ୍ପସେଟ୍‌ ଲଗାଯାଇଛି। ଜଳ ନିଷ୍କାସନର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଯନ୍ତ୍ରୀ ଏବଂ ସମ୍ପୃକ୍ତ ନୋଡାଲ ଅଧିକାରୀମାନେ ପ୍ରସ୍ତୁତ ରହିଛନ୍ତି। ବର୍ଷା ଶେଷ ପର୍ଯ୍ୟନ୍ତ ସେମାନେ ପ୍ରତିଦିନ ଉକ୍ତ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଓ ବରିଷ୍ଠ ଅଧିକାରୀମାନେ ନିୟମିତ ତଦାରଖ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri