ବର୍ଷାରେ ଭିଜି ମହିଳାପୁରୁଷଙ୍କ ରାସ୍ତାରୋକୋ : ଖଇରପଟି ଗ୍ରାମରେ ଦୁଇଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୧୩ା୮: ନୟାଗଡ଼ ବ୍ଲକ ଇଟାମାଟି ଥାନା ଖଇରପଟି ଗ୍ରାମରେ ପୁରୁଣା ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ବିବାଦ ଚାଷକାର୍ଯ୍ୟରେ ବାଧକ ସାଜିଛି। ଏହାକୁ ନେଇ ସୋମବାର ଗୋଟିଏ ଗୋଷ୍ଠୀର ମହିଳାପୁରୁଷ ବର୍ଷାରେ ଭିଜି ରାସ୍ତାରୋକୋ କରିଥିଲେ।
ଖଇରପଟି ଗ୍ରାମର ଭାଗୀରଥି ପ୍ରଧାନ ପୂର୍ବାହ୍ନ ୧୧ଟା ସମୟରେ ଟ୍ରାକ୍ଟର ନେଇ ବିଲକୁ ଚାଷକାର୍ଯ୍ୟ କରିବାକୁ ଯାଇଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ଗାଳିଗୁଲଜ କରିଥିଲେ। ଭାଗୀରଥି ଗ୍ରାମକୁ ଆସି ତାଙ୍କ ଗୋଷ୍ଠୀ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ବହୁଦିନ ଧରି ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ଜମିରେ ଚାଷକାର୍ଯ୍ୟ କରିପାରି ନ ଥିବାରୁ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ଭାଗୀରଥି, ସୁଦର୍ଶନ ନାୟକ, ହଜାରୀ ବାଣ୍ଠଙ୍କ ସମେତ ପାଖାପାଖି ୪୦ ପରିବାରର ମହିଳାପୁରୁଷ ଏହାର ସମାଧାନ ପାଇଁ ନୟାଗଡ଼-ରଣପୁର ରାସ୍ତାରେ ଟାୟାର ଜାଳି ବର୍ଷାରେ ଭିଜି ଭିଜି ରାସ୍ତାରୋକୋ କରିଥିଲେ। ଅପରାହ୍ନ ୧ଟା ୩୦ରୁ ରାସ୍ତାରୋକୋ ଆରମ୍ଭ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ନ ପହଞ୍ଚତ୍ବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ନ ୩ଟା ୩୦ରେ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ସୋମବାର କିମ୍ବା ମଙ୍ଗଳବାର ଏ ନେଇ ଥାନାରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଇଟାମାଟି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ୧୩ ଫେବୃୟାରୀ ୨୦୧୬ରେ କେନ୍ଦୁଢିପି ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ବାମୀ ନକୁଳ ବାଣ୍ଠଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ୫ ଜଣ ବ୍ୟକ୍ତି ଜେଲରେ ଅଛନ୍ତି। ଉକ୍ତ ଘଟଣା ପରଠାରୁ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିିଥିଲା। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ପରିବାରକୁ ଉକ୍ତ ଦିନଠାରୁ ହଇରାଣ କରିବା ସହିତ ସେମାନଙ୍କ ଜମିରେ ଚାଷକାର୍ଯ୍ୟ କରାଇ ଦେଉନାହାନ୍ତି। ଫଳରେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ବାହାରୁ ଚାଉଳ କିଣି କିମ୍ବା ସମ୍ପର୍କୀୟଙ୍କଠାରୁ ଚାଉଳ ଆଣି ଚଳୁଛନ୍ତି। ଅନ୍ୟ କେତେଜଣ ଜମି ପଡ଼ିଆ ପକାଇ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ଏ ନେଇ ୪ ଡିସେମ୍ବର ୨୦୧୭ରେ ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ଜମିରେ କିପରି ଚାଷ କରିବେ ସେଥିଲାଗି ଜିଲାପାଳ, ଏସ୍‌ପି ଓ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ୪ବର୍ଷ ହେଲା ଏମାନଙ୍କର ପାଖାପାଖି ୬୦ ଏକର ଜମି ପଡ଼ିଆ ପଡିଛି। ଚାଷ ହେଉ ନ ଥିବାରୁ ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇପାରୁ ନ ଥିବା ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri