ବର୍ଷାରେ ବେହାଲ ଭଦ୍ରକ: ୧୦୬୪.୦୩ ମିମି ବର୍ଷା ରେକର୍ଡ

ଭଦ୍ରକ ଅଫିସ, ୨୫।୧୦: ଭଦ୍ରକ ଜିଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଜିଲାରେ ୧୦୬୪.୦୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ହୋଇଛି। ସେହିପରି ଭଣ୍ଡାରିପୋଖରୀରେ ସର୍ବନିମ୍ନ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସହରର ବିଭିନ୍ନ ୱାର୍ଡରେ ବର୍ଷା ପାଣି ଜମିରହିଛି । ଜିଲାପ୍ରଶାସନ ଜଳନିଷ୍କାସନ ପାଇଁ ପମ୍ପ ଲଗାଇଥିବା ଜଣାପଡ଼ିଛି। କେତେକ ସ୍ଥାନରେ ନାଳଗୁଡିକୁ ସଫା କରାଯାଇଥିଲେ ମଧ୍ୟ ସହରର କେତେକ ୱାର୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୪ ନମ୍ବର ୱାର୍ଡ ସନ୍ଥିଆ ଜେନାସାହିରେ ବର୍ଷା ଜଳ ବନ୍ୟା ପରିସ୍ଥିତି ସୃଷ୍ଟିକରିଛି । ଗାଁର ନଳକୂପଗୁଡିକ ପାଣିରେ ବୁଡି ରହିଥିବା ବେଳେ ଗୃହପାଳିତ ପଶୁଙ୍କୁ ଘର ଭିତରେ ରଖାଯାଇଛି। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା କରାଯାଇଛି I


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଉଦ୍ୟମ ପଣ୍ଡ: ଚୋରକୁ ଗୋଡ଼ାଇ ଧରିଲେ ଲୋକେ

ରସୁଲପୁର,୨୨।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗ୍ରାମରେ ଗୁରୁବାର ରାତି ସାଢେ ୯ଟାରେ ଚୋରି ଉଦ୍ୟମ ପଣ୍ଡ ହୋଇଛି। ଗାଁ ଲୋକେ...

ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ

ବାହାନଗା, ୧ା୧୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଛି।...

ମୋଦି, ନବୀନଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ବରଗଡ଼ ଜିଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ରାସ୍ତାକୁ ଓହ୍ଲାଇ...

ଭଦ୍ରକରେ ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ: ୧୧୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲାରେ ବୁଧବାର ୫୦ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୧୧୮କୁ ବୃଦ୍ଧି...

ପୋଲିସ ହାତରୁ ଦୁଇ ଯୁବକଙ୍କୁ ଛଡ଼ାଇନେଲେ ବିଜେଡି କର୍ମୀ

ସଜନାଗଡ଼,୨୧।୨(ଡି.ଏନ୍‌.ଏ): ପୁଣି ଜଣେ ଖବରଦାତା ଆକ୍ରମଣର ଶିକାର ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଖବରଦାତା ଜଣକ ଫଟୋ ଉଠାଉଥିବା ବେଳେ ତାଙ୍କୁ ମାଡ଼ ମରାଯାଇ ହତ୍ୟା...

ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା

ମହାକାଳପଡ଼ା,୨୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍‌ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା...

ରାଜପଥରେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଗୁରୁତର

ମାର୍ଶାଘାଇ, ୧୯।୨(ଡି.ଏନ.ଏ.): ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଦୁର୍ବୃତ୍ତମାନେ କେତେକ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣକରି ଟଙ୍କା...

ବିଦ୍ୟୁତ୍‌ ପାଇଁ କଲବଲ ହେଲେ ସହରବାସୀ

ଅନୁଗୋଳ ଅଫିସ, ୧୩।୬: ଗତ ଦୁଇ ଦିନ ହେଲା ଅନୁଗୋଳରେ ତାତି ନ ଥିଲା। ପାଗ କାଉଁଳିଆ ଥିବାରୁ ଗ୍ରୀଷ୍ମ ପ୍ରବାହ ସେତେଟା ଅନୁଭବ କରିହେଉ...

Advertisement
Archives

Model This Week