Posted inଜାତୀୟ

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥର ମୋଦି ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜଳ ସଂରକ୍ଷଣ ପାଇଁ ଦେଶରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜଳ ଶକ୍ତି ଅଭିଯାନ ଜରିଆରେ ଅନେକ ପୋଖରୀ ଖୋଳା ହୋଇଛି, ବଡ଼ କୂପର ପୁନରୁଦ୍ଧାର କରାଯାଉଛି। ତାମିଲନାଡୁରେ ବର୍ଷା ଜଳ ସଂରକ୍ଷଣ ପାଇଁ ବୋରଓ୍ବେଲ ଖୋଳାଯାଉଛି। ସେହିପରି ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସେ ଆସାମ ସରକାର ଓ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ଗୋଟିଏ ପାଦ ଆଗେଇଲେ ସାରା ଦେଶ ୧୩୦ କୋଟି ପାଦ ଆଗେଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ ଏହିଭଳି ପାଦ ମିଶାଇ ଚାଲିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ମୋଦିଙ୍କର ଏହା ପ୍ରଥମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ।


Enter your email to get our daily news in your inbox.

All Right Reserved By Dharitri.Com

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିଲ୍ଲୀରେ ବିକ୍ଷୋଭ କରିବେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୭।୫:ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି।...

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି।...

ଭାଜପା ବିଧାୟକଙ୍କ ଗାଡି ଉପରକୁ ପଥର ମାଡ : ୫ ଆହତ

ପାଟନା,୧୬।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନାକୁ ବିରୋଧ କରିବା ସହ...

ବାଲି ତଳେ ଲୁଚିଛି ସତ…

କାନପୁର,୧୪।୫: କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ...

ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା

କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା...

ରାହୁଲଙ୍କ ମାମଲାରେ ଆଜି ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତାଦେଶ ସହ ଜଡିତ ଆବେଦନ ଉପରେ ଶୁକ୍ରବାର ରାୟ ଆସିବ। ଗୁରୁବାର ଗୁଜରାଟ...

ପରିବର୍ତ୍ତନରୁ ଲାଭବାନ୍‌ ହେବେ କଶ୍ମୀରବାସୀ

ନୂଆଦିଲ୍ଲୀ,୧୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିବାରୁ ସେଠାର ଜନସାଧାରଣ...

କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ...

Advertisement
Archives

Model This Week