ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ପାର୍ଟିର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ହୋଇଛି ଯେ, ଉକ୍ତ ରାସ୍ତାର ନିର୍ମାଣ ଅବଧି ସରି ନ ଥିବାବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଦବିଯିବା ସହିତ ଫାଟ ସୃଷ୍ଟି ହୋଇଛି। ଫଳରେ ଯାତାୟାତରେ ସମସ୍ୟା ହେବା ସହିତ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ ପୂର୍ବରୁ ଏକାଧିକବାର ଆବେଦନ କରାଯିବା ସହ ଗଣଧାରଣା ଓ ରାସ୍ତାରୋକୋ କରାଯାଇଛି। ବିଭାଗ ଓ ପ୍ରଶାସନ ପକ୍ଷରୁ ଅନେକ ଥର ପ୍ରତିଶ୍ରୁତି ମିଳିଥିବା ସତ୍ତ୍ୱେ ରାସ୍ତାର ଅବସ୍ଥା ସୁଧୁରୁନି। ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବିପଦସଙ୍କୁଳ ଅବସ୍ଥାରେ ପ୍ରତ୍ୟହ ଯାନବାହନ ଚଳାଚଳ କରୁଛି। ଏ ନେଇ ଭାରତର କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜନଜାଗରଣ ସୃଷ୍ଟି କରାଯିବା ସହିତ ୧୫ ଦିନ ମଧ୍ୟରେ ରାସ୍ତାର ପୁନଃନିର୍ମାଣ ଏବଂ ଦିନବେଳା ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଆଗରପଡ଼ା ବଜାରରେ ଗଣଧାରଣା ଦିଆଯିବ। ଶାଖା ସଭାପତି ପ୍ରତାପ କୁମାର ସେଠୀ, ପ୍ରଭାସ ଚନ୍ଦ୍ର ମହାପାତ୍ର, ପ୍ରମଥ ମହାପାତ୍ର, ବସନ୍ତ ପାଣିଗ୍ରାହୀ, ରୋଜାଲିନ ସାମ୍ୟବାଦୀ, ପ୍ରମିଳା ମହାନ୍ତି, ସ୍ଥିତପ୍ରଜ୍ଞ ବେହେରା, ଜୟନ୍ତୀ ମହାପାତ୍ର ପ୍ରମୁଖ ଏ ସମ୍ପର୍କରେ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ବ୍ଲକରେ ହେବ ୨ ଶୀତଳ ଭଣ୍ଡାର

ଢେଙ୍କାନାଳ ଅଫିସ,୫।୧: ଢେଙ୍କାନାଳ ଜିଲା ପରିଷଦର ୪ର୍ଥ ସାଧାରଣ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ସଭାପତି...

ପ୍ରେମବିିବାହ କରାଇଦେବାକୁ ସମଲେଇଙ୍କୁ ଚିଠି

ସମ୍ବଲୁପୁର,୨୭ା୯(ବ୍ୟୁରୋ):ନିଜ ପ୍ରେମକୁ ପାଇବା ପାଇଁ ବର୍ତ୍ତମାନ ସମୟରେ ଯୁବତୀଯୁବକ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କେହିକେହି ଠାକୁରଙ୍କ ନିକଟରେ ଗୁହାରି ପଡ଼ୁଛନ୍ତି। ନିଜର ମନସ୍କାମନା...

ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି।...

ଗଞ୍ଜାମରେ ସ୍କୁଲ ଛୁଟି, ଶିକ୍ଷକ, କର୍ମଚାରୀ ଆସିବେ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା(ଜୱାଦ)ରେ ପରିଣତ ହୋଇଛି। ଏହି ସାମୁଦ୍ରିକ ଝଡ଼ ‘ଜୱାଦ’ ଉତ୍ତର- ଉତ୍ତର ପଶ୍ଚିମ...

ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ...

ମୁକୁଳା ପଡ଼ିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ରାଉରକେଲା ଅଫିସ,୧୪।୪: ରାଉରକେଲା ସହରକୁ ବିଦ୍ୟୁତ୍‌ ଯୋଗାଣକୁ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଲାଗିଛି। କିନ୍ତୁ ଏହି ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବାରୁ...

Advertisement
Archives

Model This Week