ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର୍‌ ଆଶଙ୍କା ଅଧିକ କାହିଁକି

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନସର୍‌ର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଅଧିକ ଡେଙ୍ଗା ଲୋକଙ୍କୁ କ୍ୟାନ୍‌ସର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ। ଗବେଷଣା ସ୍ବିଡ଼େନ୍‌ର କାରୋଲିନ୍ସକା ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଇଥିଲା। ଏହା କ୍ୟାନସର୍‌ ସମ୍ପର୍କିତ ତଥ୍ୟ ଜାଣିବାର ସବୁଠୁ ବଡ଼ ଗବେଷଣା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ୧୯୩୮ରୁ ୧୯୯୧ ମଧ୍ୟରେ ଜନ୍ମିତ ପ୍ରାୟ ୫୫ ଲକ୍ଷ ସ୍ବିଡେନ୍‌ବାସୀଙ୍କୁ ଏକାଠି କରାଯାଇ ଏହି ଗବେଷଣା ହୋଇଥିଲା। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଅତ୍ୟଧିକ ଡେଙ୍ଗା ପୁରୁଷଙ୍କ ମାମଲାରେ ଏହି ଆଶଙ୍କା ୧୧ ପ୍ରତିଶତ ରହୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୮ ପ୍ରତିଶତ ଥାଏ। ବୈଜ୍ଞାନିକଙ୍କ ଅନୁସାରେ, ଉଚ୍ଚତା ବଢ଼ିଲେ ତ୍ୱଚା କ୍ୟାନସର୍‌ ସମସ୍ୟା ମଜବୁତ୍‌ ହୋଇଥାଏ। କେବଳ ସେତିକି ନୁହେଁ, ସ୍ତନ କ୍ୟାନ୍‌ସର ଆଶଙ୍କା ମଧ୍ୟ ୨୦ ପ୍ରତିଶତ ପର୍ଯନ୍ତ ବଢ଼ିଥାଏ। ଗବେଷଣାର ପ୍ରମୁଖ ଡ.ଏମିଲି ବୋଇଂଙ୍କ ମତରେ, ଡେଙ୍ଗା ଲୋକଙ୍କ ମଧ୍ୟରେ କ୍ୟାନସର୍‌ ଆଶଙ୍କା କେତେ ରହିଛି ଜାଣିବାକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥିଲା ପ୍ରୟାସ। କିନ୍ତୁ ଏ ଗବେଷଣା ଦ୍ୱାରା ମିଳିଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ଚକିତ କରିଛି ସମସ୍ତଙ୍କୁ। ତେବେ ଏଯାଏ ଡେଙ୍ଗା ଲୋକଙ୍କ ମଧ୍ୟରେ କାହିଁକି କ୍ୟାନସର୍‌ ଆଶଙ୍କା ଅଧିକ ରହୁଛି, ସେ ସମ୍ପର୍କରେ କୌଣସି ତଥ୍ୟ ହାସଲ ହୋଇନାହିଁ। ପରୀକ୍ଷଣ ଏବେ ବି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri