ବରଗଡ଼ରେ ରବିଋତୁ ଧାନ କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୮।୫: ବରଗଡ଼ ଜିଲାରେ ଶୁକ୍ରବାରଠାରୁ ରବିଋତୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବରଗଡ଼ ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରେ ସମୁଦାୟ ୯୨୭୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ୧୯୮୯ ପ୍ୟାକେଟ୍‌ ଧାନ ବିକ୍ରି ହେବା ପରେ ମିଲର୍ସମାନେ ତାକୁ ଉଠାଇଛନ୍ତି । ଅନ୍ୟପଟେ ଆହୁରି ୭୨୮୭ ପ୍ୟାକେଟ୍‌ ଧାନ ମଣ୍ଡିରେ ପଡ଼ି ରହିଛି। ଧାନ ଅମଳ ଜୋର୍‌ ଧରିଥିବାରୁ ଆଗକୁ ମଣ୍ଡିରେ ସଂଗୃହୀତ ଧାନ ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ । ଫଳରେ ଧାନ ଉଠାଣ ଦିଗରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ଚାଷୀମାନେ କହିଛନ୍ତି। ନଚେତ କାଳବୈଶାଖୀ ଝଡ଼ବର୍ଷାରେ ଚାଷୀଙ୍କ ଅମଳ ଧାନ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ବରଗଡ଼ ଆରଏମସି ଅଧୀନ କଲାପାଣି ମଣ୍ଡିକୁ ବରାହଗୋଡ଼ା ଗ୍ରାମର ଚାଷୀ ଦିଲୀପ ଭୋଇ ୨୨୬ ପକେଟ୍‌ ଧାନ ଆଣିଥିଲେ । ସେଠାରେ ସମବାୟ ଉପନିବନ୍ଧକ (ଡିଆରସିଏସ) ଭକ୍ତବନ୍ଧୁ ସାହୁ, ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଦୁର୍ଗାଚରଣ ଭେସ୍ରା, ସହକାରୀ ସମବାୟ ନିବନ୍ଧକ (ଏଆର୍‌ସିଏସ୍‌) ଗଜେନ୍ଦ୍ର ପଣ୍ଡା, ଆରଏମ୍‌ସି ସମ୍ପାଦକ ଦୁର୍ଗାପ୍ରସାଦ ଛୁରିଆ ପ୍ରମୁଖ ଉପସ୍ଥିତ ରହି ଧାନ କିଣାବିକାର ଶୁଭାରମ୍ଭ କରିଥିଲେ । ଧାନ କ୍ରୟ ହେବା ପରେ ସ୍ଥାନୀୟ ସିଦ୍ଧେଶ୍ୱର ରାଇସ୍‌ ମିଲ୍‌କୁ ସେହି ଧାନ ଯାଇଥିଲା । ସେହିପରି ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୯୦୫୦ ପ୍ୟାକେଟ୍‌ ଧାନ ଆସିଥିଲା । ସେଥିରୁ ୧୭୬୩ ପ୍ୟାକେଟ୍‌ ଧାନ ବିକ୍ରି ପରେ ମିଲ୍‌କୁ ଯାଇଥିବା ଅତାବିରା ଆରଏମସି ସମ୍ପାଦକ ବିଶ୍ୱଜିତ ବାରିକ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଧାନ କିଣାବିକା ପାଇଁ ସମୁଦାୟ ୧୩୭ଟି ମଣ୍ଡି ଖୋଲାଯିବା ବ୍ୟବସ୍ଥା ରହିଛି । ସେଥିରୁ ୧୨୪ଟି ମଣ୍ଡିରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ଅନ୍ୟ ୧୩ଟିରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଧାନକ୍ରୟ କରିବାର ବ୍ୟବସ୍ଥା କରାଯାଇଛି । ଧାନ କିଣାବିକାରେ ଏଥର ଜିଲାର ୧୧୪ଟି ରାଇସ୍‌ ମିଲକୁ ସାମିଲ୍‌ କରାଯାଇଛି । ତେବେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଥର ମଣ୍ଡିରେ ମଧ୍ୟ ସାମାଜିକ ଦୂରତ୍ୱ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି । ଏକର ପ୍ରତି ୨୬ କୁଇଣ୍ଟାଲ ହାରରେ ପ୍ରତି ମଣ୍ଡିକୁ ଦିନକୁ କେବଳ ୩୦ଜଣ ଚାଷୀ ସାମାଜିକ ଦୂରତା ରଖି ଧାନ ବିକ୍ରି ପାଇଁ ଆସିପାରିବେ ବୋଲି କଟକଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri