ବମ୍ବେରେ ନୀତି ଆୟୋଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ: ପ୍ରାଣୀପାଳନ, ମତ୍ସ୍ୟଚାଷ କ୍ଷେତ୍ରକୁ ବୀମାଭୁକ୍ତ କରାଯାଉ

ଭୁବନେଶ୍ୱର,୧୮।୮(ବ୍ୟୁରୋ): କୃଷି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବା ଆବଶ୍ୟକ। କୃଷି କ୍ଷେତ୍ରରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି, କୃଷି ଓ କୃଷିଜାତ ଦ୍ରବ୍ୟର ପରିଚାଳନା, କୃଷି ବଜାର ସମ୍ବନ୍ଧୀୟ ଜ୍ଞାନ ଏବଂ ବଳକା କୃଷିଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧୀୟ ଜ୍ଞାନକୌଶଳ ଆଦିର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। କୃଷକମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ କୃଷି ସହ ଆନୁଷଙ୍ଗିକ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ପ୍ରାଣୀପାଳନ ଓ ମତ୍ସ୍ୟଚାଷ ନିମନ୍ତେ କୃଷକମାନଙ୍କୁ ଦିଆଯାଉଥିବା ଫସଲ ଋଣ ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଦରକାର। ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ବୀମାଭୁକ୍ତ କରାଯାଉ ବୋଲି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରସ୍ତାବ ଦେଇଛନ୍ତି।
ଶୁକ୍ରବାର ବମ୍ବେରେ ଅନୁଷ୍ଠିତ ନୀତି ଆୟୋଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ରାଜ୍ୟ ପକ୍ଷରୁ ଏହି ପ୍ରସ୍ତାବ ଦେଇଥିଲେ, ଯାହାଦ୍ୱାରା କି କୃଷି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ପାଇପାରିବ। ଏଥିସହ ଫସଲର ବିବିଧକରଣ ପ୍ରକ୍ରିୟାରେ ପାରମ୍ପରିକ ଧାନଚାଷ ବଦଳରେ ଅଧିକରୁ ଦରକାର ଅର୍ଥକରୀ ଫସଲ ଡାଲି, ତୈଳବୀଜ, ଫଳ, ପନିପରିବା ଓ ସମୟୋପଯୋଗୀ ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ଚାଷ କାର୍ଯ୍ୟ ନିମନ୍ତେ ସାଟେଲାଇଟ୍‌ ଇମେଜିଂ, ରିମୋଟ ସେନ୍‌ସିଂ, ଡାଟା ଆନାଲିସିସ୍‌ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉ। ଏହାଦ୍ୱାରା କୃଷିକୁ ଅଧିକ ଅମଳକ୍ଷମ କରାଯିବା ପାଇଁ ମନ୍ତ୍ରୀ ଡ. ସାହୁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦେଇଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କ ଆବାହକତ୍ୱରେ ଅନୁଷ୍ଠିତ ନୀତି ଆୟୋଗର ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଉତ୍ତରପ୍ରଦେଶର କୃଷି ମନ୍ତ୍ରୀ, ପଞ୍ଜାବର ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ବୈଠକରେ ଏହା ବ୍ୟତୀତ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଭିନ୍ନ ଭିନ୍ନ ପଣ୍ୟଦ୍ରବ୍ୟର ବିକ୍ରିକୁ ନିୟନ୍ତ୍ରିତ କରାଯାଉଥିବା ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ କୃଷିଜାତ ଦ୍ରବ୍ୟ ପାଇଁ ଗୋଟିଏ ବଜାର ପ୍ରତିଷ୍ଠା ଦିଗରେ ଆଇନ ପ୍ରଣୟନ କରାଯିବା ଉପରେ ଆଲୋଚନା ହୋଇଥିଲା। ଇ-ନାମ୍‌ ସହିତ ସବୁ ରାଜ୍ୟର ନିୟନ୍ତ୍ରିତ ବଜାର କମିଟିଗୁଡିକୁ ଯୋଡ଼ାଯାଇ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିକ୍ରି କରିବାର ସୁଯୋଗ ଦିଆଯିବା ନେଇ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ ପ୍ରଣୟନ କରି ବଡ଼ ବଡ଼ ମାର୍କେଟିଂ କମ୍ପାନୀଗୁଡ଼ିକ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବା, ଚାଷୀମାନଙ୍କୁ ଶୋଷଣରୁ ରକ୍ଷା କରିବା, କୃଷି କ୍ଷେତ୍ରରେ ରପ୍ତାନି ବୃଦ୍ଧି ନିମନ୍ତେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ସଦସ୍ୟ ରାଜ୍ୟ ସହ ଅନ୍ୟ ରାଜ୍ୟଗୁଡିକ ଏ ଦିଗରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତାବ ଦେଲେ ତାହାକୁ ବିଚାର କରି ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ମଧ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି।...

ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ଶିଶୁଶ୍ରେଣୀ

ଭୁବନେଶ୍ୱର,୭।୩(ବ୍ୟୁରୋ):ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ ବ୍ୟବସ୍ଥା। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲରେ ଏହି ଶ୍ରେଣୀ ଖୋଲିବା...

ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି...

ରିକ୍ସା, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ,୧।୧୨: ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏପରି କି ହସ୍ପିଟାଲଗୁଡିକର ଭିତ୍ତିଭୂମି ବିକାଶ ସହ ଉନ୍ନତ ଚିକିତ୍ସା ପ୍ରଦାନ...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ନିଆଁ, କାରଣ ଅସ୍ପଷ୍ଟ

କଟକ ଅଫିସ,୨୧ା୯: କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ତେବେ...

ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର...

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି,...

Advertisement
Archives

Model This Week