ବନ୍ୟା, ଭୂସ୍ଖଳନରେ ୬୦ ମୃତ

ଡର୍ବାନ ୨୫ା୪: ଦକ୍ଷିଣ ଆଫ୍ରିକାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। କେତେକ ଶିଶୁ ନିଖୋଜ ହୋଇଯାଇ ଥିଲାବେଳେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଓ ୧୦ ବର୍ଷର ନାବାଳକ ସାମିଲ ଥିବା ମନ୍ତ୍ରୀନୋମୁସା ଦୁବେ କୁବେ ପ୍ରକାଶ କରିଛନ୍ତି। ଡର୍ବାନରେ ୧୦ ଶିଶୁ ନିଖୋଜ ହୋଇଯାଇ ଥିଲାବେଳେ ୪୨ ଜଣ ଆହତ ହୋଇଛନ୍ତି। ଏଠାରେ ଥିବା ଏକ ହିନ୍ଦୁ ମନ୍ଦିରରେ ୧୦ ଫୁଟ ଉଚ୍ଚର ପାଣି ପଶିଯାଇଥିବା ପ୍ରକାଶ। ମାଟି ଧସି ଓ କାନ୍ଥ ପଡି ଅନେକ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟାଜଳରେ ରାସ୍ତାଘାଟ ବୁଡି କେତେକ ପୋଲ ଭାଙ୍ଗି ଯାଇଥିବା ଜଣାପଡିଛି। ଉଦ୍ଧାର ଓ ଥଇଥାନ ଲାଗି ସେନାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ଜଣାପଡିଛି। ପ୍ରଭାବିତଙ୍କୁ ରିଲିଫ ଓ ଖାଦ୍ୟ ପୁଡିଆ ସରକାର ପ୍ରଦାନ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଣିପାଗ ବିଭାଗ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟରେ ବୋରିସ ଜନସନ ସରକାର

ଲଣ୍ଡନ,୬।୭: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରୁ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ୱିଲ କୁଇନ୍ସ ଏବଂ ଲୌରା ଟ୍ରଟ ଇସ୍ତଫା ଦେଇଛନ୍ତି।...

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା...

ଏକ୍ସରସାଇଜ୍‌ କରୁଥିବା ବେଳେ ଜିମ୍‌ରେ ଫିଟନେସ୍‌ ଇନଫ୍ଲୁଏନସର୍‌ଙ୍କ ମୃତ୍ୟୁ

ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍‌ ଇନଫ୍ଲୁଏନ୍ସଙ୍କର ଜିମ୍‌ରେ ଏକ୍ସରସାଇଜ୍‌ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି...

ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ: କିଛି ସମୟ ପରେ ଯୋଗଦେବେ ମୋଦି-ଟ୍ରମ୍ପ୍‌

ହ୍ୟୁଷ୍ଟନ୍‌,୨୨।୯: ଆମେରିକାର ହ୍ୟୁଷ୍ଟନରେ ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମ କମ୍ପୁଛି। ଶିଖ୍‌ଙ୍କ ପବିତ୍ର...

ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ...

କଲ୍‌ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍‌ ସେଣ୍ଟର

ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି...

ଆତ୍ମଜୀବନୀରେ ଭାଇ ୱିଲିୟମଙ୍କ ସହିତ ପିତା ଚାଲର୍‌ସଙ୍କୁ ବି ଟାର୍ଗେଟ…

ଲଣ୍ଡନ,୮।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ...

ହେନାନ ପ୍ରଦେଶରେ ୯୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ…

ବେଜିଂ,୯।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନସଂଖ୍ୟା ଦୃଷ୍ଟିରୁ ଚାଇନାର ତୃତୀୟ ବୃହତ୍ତମ ପ୍ରଦେଶ...

Advertisement
Archives

Model This Week