ବନ୍ୟାପାଣିରେ ଫଟୋଶୁଟ୍‌ କରି ଟ୍ରୋଲ ହେଲେ ଏହି ମଡେଲ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍‌ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। କିନ୍ତୁ ପାଟନାର ଜଣେ ମଡେଲ ବନ୍ୟାପାଣିରେ ଫଟୋଶୁଟ୍‌ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ମଡେଲ ଅଦିତୀ ସିଂହ। ଯେଉଁସ୍ଥାନରେ ପ୍ରବଳ ବର୍ଷା ହୋଇଛି ସେଠି ଅଦିତୀ ଠିଆ ହୋଇ ଫଟୋ ଉଠାଇଛନ୍ତି। ସୋସିଆଲ ମିଡିିଆରେ ଏହି ଫଟୋ ଭାଇରାଲ ହେବା ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

ଫଟୋରେ ସେ ଏକ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧି ପାଣି ଭିତରେ ପଶି ଭିନ୍ନ ଭିନ୍ନ ଢଙ୍ଗରେ ଫଟୋ ଉଠାଇଛନ୍ତି। ଏହି ଫଟୋ ଦେଖିବା ପରେ କିଛି ଲୋକ ଫଟୋଗ୍ରାଫର ଏବଂ ଅଦିତୀଙ୍କୁ ପ୍ରଶ୍ନ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବନ୍ୟାରେ ପାଟନା ଭାସୁଥିବାବେଳେ ତୁମେ କେମିତି ଏ ଫଟୋ ଉଠାଇଛ?

ଏହି ଫଟୋଟିକୁ ଫଟୋଗ୍ରାଫର ସୌରଭ ଅନୁରାଜ ନିଜ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏହା ପରେ ସୌରଭ ସଫେଇ ଦେଇଛନ୍ତି ଯେ, ଏଠାରେ ବନ୍ୟା ପରିସ୍ଥିତି କିପରି ରହିଛି ଲୋକଙ୍କୁ ଦେଖାଇବା ପାଇଁ ଏପରି ଫଟୋ ଉଠାଯାଇଛି। କାରଣ ଫଟୋ ଦେଖିବା ପରେ ସମଗ୍ର ଦେଶର ଲୋକେ ବନ୍ୟା ସମ୍ପର୍କରେ ଖବର ପାଇବେ। ଏହା କୌଣସି ଅଲଗା ଉଦ୍ଦେଶ୍ୟ ରଖି ଉଠାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ସମର୍ଥନ କଲେ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ,୧୫ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ କଙ୍ଗନାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି...

‘ଏଲୋନ୍‌’ରେ କପିଲ

ମୁମ୍ବାଇ: କମେଡିରେ ହସାଇ ହସାଇ ବେଦମ୍‌ କରାଉଥିବା ବଲିଉଡ୍‌ ଅଭିନେତା ତଥା କପିଲ ଶର୍ମା ଶୋ’ର ହୋଷ୍ଟ କପିଲଙ୍କ ଆଗାମୀ ଗୀତର ଭିଡିଓ ଆସିବାକୁ ଯାଉଛି।...

ରିଲିଜ୍‌ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।...

ଏହି ଅଭିନେତାଙ୍କ ଝିଅ କରିଥିଲେ ଏମିତି ଭୁଲ୍‌ : ହରାଇବାକୁ ପଡ଼ିଥିଲା ଆତ୍ମସମ୍ମାନ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ନିକଟରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସହ ‘ଆକ୍ସ ମି ଏନିଥିଙ୍ଗ’ ସିଜିନ୍‌ରେ ଯୋଡି ହୋଇଥିଲେ। ଯେଉଁଠାରେ...

ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ...

ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ

‘ଲଗାନ୍‌’ ଏବଂ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଗ୍ରେସୀ...

ସାଉଥ୍‌ ଫିଲ୍ମକୁ ନେଇ ଏମିତି କହିଲେ ସଞ୍ଜୟ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କିଏ ବା ନ ଜଣେ। ନିଜର ଦମ୍‌ଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଏବେ କନ୍ନଡ ଫିଲ୍ମ...

ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ।...

Advertisement
Archives

Model This Week