ବନ୍ୟଜନ୍ତୁ ଶିକାର ରୋକିବାକୁ ହେଉନି ପାଟ୍ରୋଲିଂ: ରାତିରେ ବିଦ୍ୟୁତ୍‌ କାଟ, ଲୋକେ ହଇରାଣ

ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍‌କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କାଗଜ କଲମରେ ରହିଯାଉଛି । ଯାହାର ଫାଇଦା ନେଉଛନ୍ତି ବନ୍ୟଜନ୍ତୁ ଶିକାରୀ। ସେମାନେ ରାତି ହେଲେ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ହୁକିଂ କରି ଶିକାର କରୁଥିବାରୁ ଫ୍ୟୁଜ୍‌ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସାଉଥ୍‌କୋ ପକ୍ଷରୁ ରାତିରେ ଲାଇନ କାଟି ଦିଆଯାଉଥିବା ଅଭିଯୋଗ ହେଉଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ନାଟେଙ୍ଗା, ଗୋବରା, କଣ୍ଟେଇପଲ୍ଲୀ ଆଦି ଅଞ୍ଚଳରେ ରାତିରେ ବିଦ୍ୟୁତ୍‌ କାଟ୍‌ ହେଉଛି। ଏପଟେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କିମ୍ବା ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଏଭଳି ବିଦ୍ୟୁତ୍‌ କାଟ କରାଗଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀକରପୁର ଗ୍ରାମର ଆଇନଜୀବୀ ଚନ୍ଦ୍ରମଣି ମହାପାତ୍ର କହିଛନ୍ତି। ଏ ନେଇ ସାଉଥ୍‌କୋ ଯନ୍ତ୍ରୀ ରତ୍ନାକର ତ୍ରିପାଠୀ ବନ୍ୟଜନ୍ତୁ ପାଇଁ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କେଉଁ କାରଣରୁ ରାତି ହେଲେ ଫ୍ୟୁଜ୍‌ ଚାଲିଯାଉଛି ତାହା ଠିକ୍‌ ଭାବେ ଜଣାପଡ଼ୁନାହିଁ । ପ୍ରାୟ ୮ଦିନ ହେବ ଏହି ସମସ୍ୟା ଲାଗି ରହିଛି । ସକାଳେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଯାଉଛି। ଶୁକ୍ରବାର ରାତିରେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରାଯାଇଥିଲେ ମଧ୍ୟ ତ୍ରୁଟି ଜଣାପଡ଼ିନି। ତଥାପି କାକର ପଡ଼ିଲେ କିମ୍ବା ବର୍ଷା ହେଲେ ଏଭଳି ସମସ୍ୟା ଉପୁଜିପାରେ । ଆଗାମୀ ଦିନରେ ଏହି ସମସ୍ୟା ଦୂର ହେବ ବୋଲି ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri