ବ୍ରହ୍ମପୁର ଅଫିସ୍,୨ା୭-ଭିତ୍ତିଭୂମି ନ ଥିବା ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ ବଢ଼ିବାରେ ଲାଗିଛି। ଯେଉଁ ଘରୋଇ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ କଠୋର ହେବାରେ ଲାଗିଛି । ତେବେ ସୋମବାର ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ଯେଉଁଥିରେ, ଶିକ୍ଷକଙ୍କ ଯୋଗ୍ୟତା ଓଟିଇଟିକୁ କୋହଳ କରାଯାଇଛି।
ଅର୍ଥାତ୍ ଯେଉଁ ଘରୋଇ ସ୍କୁଲର ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓଟିଇଟି ନାହିଁ, ସେହି ସ୍କୁଲକୁ ସାର୍ଟିଫିକେଟ୍ ଅଫ୍ ରେକଗ୍ନାଇଜେସନ୍(ସିଓଆର୍) ପ୍ରଦାନ କରାଯିବ ନାହିଁ। ଏହି ସବୁ ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ କରିଦେବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଏହି କୋହଳ ସତ୍ତ୍ୱେ ଗଞ୍ଜାମ ଜିଲାରେ ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ କମିନାହିଁ।
ପ୍ରାୟ ୨ଶହ ଘରୋଇ ସ୍କୁଲ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ।
ଅନୁଯାୟୀ, ଗଞ୍ଜାମ ଜିଲାରେ ୪୮୧ ଘରୋଇ ପ୍ରାଥମିକ ସ୍କୁଲ ରହିଛି। ଏଥିରୁ ଅଧିକାଂଶ ଘରୋଇ ସ୍କୁଲର ସ୍ଥିତି ନିମ୍ନମାନର। ଖୁବ୍ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ବର୍ଗର ୨୫ପ୍ରତିଶତ ଶିଶୁଙ୍କ ନାମଲେଖା ନିୟମ ରହିଥିଲେ, ମଧ୍ୟ କୌଣସି ସ୍କୁଲ ଏହାକୁ ମାନୁନାହାନ୍ତି ।
ଫଳରେ ଶିକ୍ଷା ଅଧିକାର ଆଇନ୍ର ଖୋଲାଖୋଲି ଉଲ୍ଲଂଘନ ହେଉଛି ।
ସମୟରେ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାରୁ ଓଟିଇଟିକୁ ବାଦ ଦେବା ପରେ କେତେକ ଘରୋଇ ସ୍କୁଲ ଆଶ୍ୱସ୍ତ ହୋଇଛନ୍ତି। ତଥାପି ପ୍ରାୟ ୨ଶହ ଘରୋଇ ସ୍କୁଲ ବନ୍ଦ ହେବାର ଆଶଙ୍କା ରହିଥିବା କୁହାଯାଉଛି।
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…
ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…
ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…
ବାଇକ୍ରେ ଯାଉଥିଲେ, ପିଟି ଦେଲା ହାଇଓ୍ବା: ଚାଲିଗଲା ମ୍ୟାନେଜରଙ୍କ ଜୀବନ…
ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ଗ୍ରାମ ନିକଟରେ ହାଇୱା ଟ୍ରକ (ନଂ. ଓଡ଼ି ୩୨ ଏଲ – ୧୧୦୭) ଧକ୍କାରେ ଜଣେ…
ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…
ସୁଧୀରଙ୍କୁ ମନୋନୀତ କଲେ ନବୀନ
ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…
ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ
ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…
Archives

