ବନ୍ଦ ହେଲା ମଧୁବନ ସାପ୍ତାହିକ ହାଟ

ରସୁଲପୁର,୧୧।୪(ଡିଏନଏ): ହାଟଗୁଡିକରେ ସାମାଜିକ ଦୂରତ୍ୱ ଓ ସଂଗରୋଧ ରକ୍ଷା କରାଯାଉ ନ ଥିବାରୁ ଏହାକୁ କରୋନା ପାଇଁ ଉଷ୍ମପ୍ରବଣ ଅଞ୍ଚଳ ବୋଲି ମନେ କରାଯାଉଛି। ଏହିକ୍ରମରେ ପ୍ରଶାସନ ସମଗ୍ର ରାଜ୍ୟରେ ହାଟଗୁଡିକୁ ବିଭାଜିତ କରିବା ସହ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ କରିଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳର ସାପ୍ତାହିକ ହାଟଗୁଡିକରେ କରୋନା କଟକଣାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ଏହିକ୍ରମରେ ଯାଜପୁର ଜିଲାର ରସୁଲପୁର ବ୍ଲକ ବଡକଇଁଚି ପଞ୍ଚାୟତର ମଧୁବନ ହାଟକୁ ଶନିବାରଠାରୁ ପ୍ରଶାସନ ବନ୍ଦ କରିବାକୁ ଘୋଷଣା କରିଛି। ଏନେଇ ପ୍ରଶାସନ ବାରମ୍ବାର ତାଗିଦ୍‌ କରିବା ପରେ ବି ହାଟ ପରିଚାଳକ, ବ୍ୟବସାୟୀ, ଚାଷୀ, ଗ୍ରାହକ ସମୂହ କରୋନା କଟକଣା ଅବମାନନା କରିବାରୁ ଏଭଳି ନିଷ୍ପତି ନେଇଛି। ଏହାଛଡା ଏହି ବ୍ଲକ ଅଧୀନ କଲଣ, ତରାପୁର, ବାଲିପାଟଣା, ହରିପୁର, ନଠୁଆବର ଆଦି ହାଟକୁ ଖୋଲା ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି ା ଏହିସବୁ ହାଟ ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମଧ୍ୟରୁ ୫ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ହାଟ ପରିଚାଳନାବେଳେ କରୋନା କଟକଣାକୁ ତଦାରଖ କରିବେ। କଟକଣା ଭଙ୍ଗ ହେଲେ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦାୟୀ କରାଯିବ। ଏଥିସହ ହାଟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରି ଜନସାଧାରଣଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍‌ କମ୍ଲେକ୍ସ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର...

ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଢେଙ୍କାନାଳ ଅଫିସ,୨୧ା୫ ଢେଙ୍କାନାଳ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସୋମବାର ଜିଲାର ଶତାଧିକ ଖବରଦାତା ସୂଚନା ଓ...

ପଟିଆ ଛକରୁ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ଼, ୩।୮(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ...

କେନ୍ଦ୍ରାପଡ଼ା ଜିଲାର ୬୦ ଭାଗ ଗାଁରେ ମିଳୁନି ପାନୀୟଜଳ

କେନ୍ଦ୍ରାପଡ଼ା ଅଫିସ, ୨୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ୨୦୧୮ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା...

ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ...

ନିଜକୁ ଭୂତ ସଂଘ ସଭାପତି କହୁଥିବା ବିପିନ ଗିରଫ

ଖୋର୍ଦ୍ଧା ଅଫିସ,୨୭ା୪: ନିଜକୁ ଭୂତ ସଂଘର ସଭାପତି କହୁଥିବା ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା...

ବ୍ରହ୍ମପୁର ବଡ଼ ମେଡିକାଲ୍‌: ଡାଏଲିସିସ୍‌ ୱାର୍ଡରେ ଅଚଳାବସ୍ଥା

ବ୍ରହ୍ମପୁର ଅଫିସ୍‌,୨୬ା୫-ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଥିବା ଡାଏଲିସିସ୍‌ ୱାର୍ଡ଼ ଅବହେଳାର ଶିକାର ହେବାରେ ଲାଗିଛି। ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ମେଶିନ୍‌...

ଗଛରେ ପିଟିହେଲା କାର୍‌: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ଜିଲା କୁର୍ଲୁ ଘାଟିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ...

Advertisement
Archives

Model This Week