ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ ଅଫିସ, ୮ା୧୨:

ବହୁ ବାଦବିବାଦ ପରେ ବନ୍ଦ ହୋଇଛି ଅଦିନିଆ ରଥଯାତ୍ରା। ଅସମୟରେ ରଥଯାତ୍ରା କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ଶେଷରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛି। ସବୁଆଡୁ ତୀବ୍ର ବିରୋଧ ଏବଂ ଥାନାରେ ଏତଲା ଦିଆଯିବା ପରେ ଟ୍ରଷ୍ଟ ତା’ର ଭୁଲ ବୁଝିପାରିଛି। ସୋସିଆଲ ମିଡିଆରେ ଶନିବାର ଏ ନେଇ ଟ୍ରଷ୍ଟ ପକ୍ଷରୁ ଏକ ସୂଚନାପତ୍ର ପୋଷ୍ଟ କରାଯାଇଛି। ଯେଉଁଥିରେ ନିର୍ଦ୍ଧାରିତ ଡିସେମ୍ବର ୨୯ ତାରିଖରେ ସେମାନେ ଆଉ ରଥଯାତ୍ରା କରିବେ ନାହିଁ ବରଂ ରାଧାକୃଷ୍ଣଙ୍କ ଶୋଭାଯାତ୍ରା ବାହାର କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାପତ୍ରରେ ଦର୍ଶାଯାଇଛି, ଟ୍ରଷ୍ଟ ପକ୍ଷରୁ ଡିସେମ୍ବର ୨୯ରେ ଜଗନ୍ନାଥଙ୍କ ରଥଯାତ୍ରା କରାଯିବା ଲାଗି ସ୍ଥିର ହୋଇଥିଲା। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା କେବଳ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ। ଏହା ପୂର୍ବରୁ ରଥଯାତ୍ରା କରିବା ଅନୁଚିତ ଓ ଶାସ୍ତ୍ର ବିରୋଧୀ। ଏ ବିଷୟରେ ଟ୍ରଷ୍ଟର ପଦାଧିକାରୀ ଜାଣି ନ ଥିଲେ। ସେମାନେ ପରମ୍ପରାକୁ ଉଲ୍ଲଂଘନ କରିବେ ନାହିଁ କିମ୍ବା କାହାକୁ ଆଘାତ ଦେବା ଭଳି କିଛି କରିବେ ନାହିଁ। ସେହି ଦୃଷ୍ଟିରୁ ଡିସେମ୍ବର ୨୯ରେ କେବଳ ରାଧାକୃଷ୍ଣଙ୍କ ଶୋଭାଯାତ୍ରା କରିବେ ବୋଲି ସ୍ଥିର କରିଛନ୍ତି। ଟ୍ରଷ୍ଟ ଦ୍ୱାରା ଯେଉଁ ରଥ ପ୍ରସ୍ତୁତ ହୋଇଛି ସେଥିରେ କେବଳ ରାଧାକୃଷ୍ଣ ବିରାଜିତ ହେବେ। ଅନ୍ୟପକ୍ଷେ ଅଦିନିଆ ରଥଯାତ୍ରାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏ ନେଇ ସମ୍ପୃକ୍ତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲୁ। ସେମାନେ ନୂତନ ଭାବେ ଏକ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏହାର କର୍ମକର୍ତ୍ତା ସବୁ ଯୁବ ବୟସର। ସେମାନେ ରଥଯାତ୍ରା ତିଥି ସମ୍ପର୍କରେ ଜାଣି ନ ଥିବା କହିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏ ସମ୍ପର୍କିତ ଚିଠି ମଧ୍ୟ ପଠାଇଛନ୍ତି। ମହାପ୍ରଭୁ ହେଉଛନ୍ତି କ୍ଷମାର ସାଗର। ଯଦି କେହି ଭୁଲ୍‌ କରି ଏହାକୁ ସ୍ବୀକାର କରୁଛି ତା’ ସବୁଠୁ ବଡ଼ କଥା। ଟ୍ରଷ୍ଟ ରଥଯାତ୍ରା କରିବ ନାହିଁ, ସେହି ତାରିଖରେ ରାଧାକୃଷ୍ଣଙ୍କ ଶୋଭାଯାତ୍ରା ବାହାର କରିବାକୁ ସୂଚନା ଦେଇଥିବା ପଟ୍ଟନାୟକ କହିଛନ୍ତି। ସୂଚନାଥାଉ କି, ଗତ ନଭେମ୍ବର ୧୭ରେ ପଞ୍ଜାବର ଲୁଧିଆନାସ୍ଥିତ ଇସ୍କନ ପକ୍ଷରୁ ରଥଯାତ୍ରା କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଏହା ଜଣାପଡ଼ିିବା ପରେ ଓଡ଼ିଶାରେ ତୀବ୍ର ପ୍ରତିବାଦ କରାଯାଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଇସ୍କନ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri