ବନ୍ଦ ହୃତ୍‌ପିଣ୍ଡ ପୁନଃ ଚାଲୁ ହୋଇପାରିବ

ବ୍ରହ୍ମପୁର ଅଫିସ୍‌,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ ନିଶ୍ଚେତନ ଦିବସ ଆୟୋଜିତ ହୋଇଯାଇଛି। ବର୍ହିଃ ବିଭାଗ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ହୃଦୟ ପୁନାରମ୍ଭ ସମ୍ପର୍କରେ ଜନାସାଧାରଣଙ୍କୁ ସଚେତନ କରାଯାଇଥିଲା । ଚଳିତ ବର୍ଷର ବିଷୟ ରହିଛି ‘ହୃଦୟ ପୁନଃ ସଞ୍ଚାଳନ’ । ଜଣେ ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ବନ୍ଦ ହୋଇଯାଇଥିଲେ ମଧ୍ୟ ଜଣେ ସାଧାରଣ ଲୋକ କିଭଳି ଉକ୍ତ ହୃତ୍‌ପିଣ୍ଡକୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ, ସେ ସମ୍ପର୍କରେ ଉପସ୍ଥିତ ନିଶ୍ଚେତକମାନେ ବୁଝାଇଥିଲେ। କୌଣସି ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ଯଦି ୮ରୁ ୧୦ ମିନିଟ୍‌ ବନ୍ଦ ହୋଇଯାଏ ବା ହୃଦ୍‌ଘାତ ହୁଏ, କିମ୍ବା ନାଡ଼ିରେ ଅନିୟମିତତା ଦେଖାଦେଲେ, ମସ୍ତିଷ୍କ, ହୃତ୍‌ପିଣ୍ଡ ଏବଂ ବୃକକ୍‌କୁ ରକ୍ତ ସଂଚାଳନ ବନ୍ଦ ହୋଇଯାଇଥାଏ। ଫଳରେ ଅମ୍ଳଜାନ୍‌ ଅଭାବ ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ସେହି କ୍ଷେତ୍ରରେ ଯଦି ଦୁଇ ହାତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବକ୍ଷ ଉପରେ ତୁହାକୁ ତୁହା ଚାପ ପକାଯିବ, ତେବେ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟ କରିଥାଏ । ଏବଂ ତାଙ୍କ ଜୀବନ ବଞ୍ଚିଯିବ । ହୃଦ୍‌ଘାତ ଯୋଗୁ ୧୦ରୁ ୮ଜଣଙ୍କ ମୃତ୍ୟୁ ହୋଇଯାଇଥାଏ । ହେଲେ ଉପରୋକ୍ତ ପ୍ରଣାଳୀ ଦ୍ୱାରା ପ୍ରାୟ ୬/୭ ଜଣଙ୍କ ଜୀବନ ବଞ୍ଚିଯାଇପାରିବ। ଏଣୁ ଏହି ପ୍ରଣାଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା. ଦେବପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମହାବିଦ୍ୟାଳୟ, ଅଗ୍ନିଶମ ବିଭାଗ, ବସ୍‌ଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦଫାରେ ପ୍ରାୟ ଏକ ହଜାର ଲୋକଙ୍କୁ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟକ୍ଷମ କିଭଳି କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରାଯିବ ବୋଲି ପ୍ରଫେସର ଡା. ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିନ୍‌ ତଥା ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡା, ପ୍ରଫେସର ଡା. ଲକ୍ଷ୍ମୀଧର ଦାସ, ଅବସରପ୍ରାପ୍ତ ଡା. ହରିହର ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡା. ଅରୁଣ କୁମାରଙ୍କ ସମେତ ବହୁ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri