ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ଧନୁର୍ଦ୍ଧର ସେନାପତି ଏହି ଘଟଣାର ବିଚାରକରି ବିଳାସିନୀଙ୍କ ସ୍ବାମୀ ବାଉରିବନ୍ଧୁ ରାଉତରାୟ(୪୪), ନଣନ୍ଦ ପ୍ରଭାତୀ ରାଉତରାୟ(୩୦), ଶାଶୁ କମଳା ରାଉତରାୟ(୬୨)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ପ୍ରକାଶ ଯେ, ବିଳାସିନୀ ୨୦୧୧ରେ ବାଉରିବନ୍ଧୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ବିବାହର କିଛିଦିନ ପରେ ଅଧିକ ୧ ଲକ୍ଷ ଟଙ୍କା ଦାବିକରି ବିଳାସିନୀଙ୍କୁ ସ୍ବାମୀ, ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିଲେ। ୨୦୧୪, ମେ’ ୪ ତାରିଖରେ ବିଳାସିନୀଙ୍କୁ କିରୋସିନ ଢାଳି ସେମାନେ ହତ୍ୟା ଉଦ୍ୟମ କରିଥିଲେ। ମେ’ ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିରୋଧୀ କହିଲେ ଲୋକଦେଖାଣିଆ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଜଣଙ୍କୁ ବରଖାସ୍ତ କରିଥିଲେ। ନିକଟରେ ସରକାର ଅନେକ...

ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍‌ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍‌କୋ ଡିଜିଏମ୍‌ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ...

ଖୋର୍ଦ୍ଧାରେ ଡାକ୍ତର, ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧାରେ ଘରୋଇ କ୍ଲିନିକ୍‌ର ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣାର ୧୯ ଦିନ ପରେ ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌...

୭ ସହର ଅତି ପ୍ରଦୂଷିତ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ଅତି ପ୍ରଦୂଷିତ ସହର ତାଲିକାରେ ସାମିଲ ହୋଇଛି ରାଜ୍ୟର ୭ଟି ସହର ଭୁବନେଶ୍ୱର, ଅନୁଗୋଳ, ବାଲେଶ୍ୱର, କଟକ, ତାଳଚେର, ରାଉରକେଲା ଓ କଳିଙ୍ଗନଗର। ପ୍ରଦୂଷଣ ଯୋଗୁ...

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୭।୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲର ମେଡିସିନ ଆଇସିୟୁରେ ରଖାଯାଇ...

କଂଗ୍ରେସର ଭାରତ ବଞ୍ଚାଓ ସମାବେଶ: ଆଜି ଦିଲ୍ଲୀ ଯିବେ ଓଡ଼ିଶା ନେତା, କର୍ମୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳର ଗୋଟିଏ ବଡ଼ ଗୋଷ୍ଠୀ ବର୍ତ୍ତମାନ ସକ୍ରିୟ ହୋଇଯାଇଥିବା ଜଣାପଡ଼ିଛି। ସୋମବାର ଗୋଟିଏ...

ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା

ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ...

କରୋନାକୁ ନେଇ ଗୁଜବ: ୭ ତୁଳସୀପତ୍ର ଖାଇବାକୁ ପ୍ରଚାର

ପୁରୀ ଅଫିସ,୬।୩: କରୋନାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଗୁଜବ। ଏହି ପ୍ରାଣଘାତୀ ଭାଇରସ୍‌ କବଳରୁ କିପରି ରକ୍ଷା ପାଇହେବ ସେଥିଲାଗି ସୋସିଆଲ ମିଡିଆରେ...

Advertisement
Archives

Model This Week