ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି ବର୍ଷ ହେବ ଜଳବାୟୁର ଏଭଳି ଅନିୟମିତତା ଚିନ୍ତାର କାରଣ ପାଲଟିଛି। ଶୀତଦିନ କମିବା ସାଙ୍ଗକୁ ତାତିର ପ୍ରଭାବ ବଢ଼ିଚାଲିଛି। ଏହାର ଭୟଙ୍କର ପ୍ରଭାବ ମଧ୍ୟ ଖାଦ୍ୟଶସ୍ୟ ଉପରେ ପଡ଼ିବା ଆରମ୍ଭ ହେଲାଣି। ପରିବର୍ତ୍ତିତ ଜଳବାୟୁକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଳବାୟୁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେଣି। ଚଳିତ ବର୍ଷ ଶୀତର ପ୍ରକୋପ ଦେଖିବାକୁ ମିଳିଲା ନାହିଁ। ରାଜ୍ୟରେ ଶୀତଲହରି ମଧ୍ୟ ସ୍ବାଭାବିକ ହୋଇ ନାହିଁ। କାଁ ଭାଁ କିଛି ଦିନ ଛାଡ଼ିଦେଲେ ଅନ୍ୟ ସବୁଦିନ ସ୍ବାଭାବିକଠାରୁ ସର୍ବନିମ୍ନ ତାପମାତ୍ରା ଉପରେ ରହୁଛି। ଚଳିତ ବର୍ଷ ଡିସେମ୍ବରରେ ଆଦୌ ଶୀତ ଲହରି ହୋଇ ନ ଥିବା ବେଳେ ଜାନୁୟାରୀରେ ୬ରୁ ୭ ଦିନ ଥଣ୍ଡାବାୟୁ ପ୍ରବାହ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଶୀତର ପ୍ରକୋପ ବେଳକୁ ବେଳ ଦୁର୍ବଳ ହୋଇଯାଉଥିବା ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତ ବର୍ଷ ଆରବ ସାଗରରେ ଅଧିକ ବାତ୍ୟା ଯୋଗୁ ଦେଶର ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବାତ୍ୟା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସି ପାରୁନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ଉତ୍ତର-ପୂର୍ବ ଦିଗରୁ ଥଣ୍ଡାବାୟୁ ପ୍ରବାହିତ ହୋଇଥାଏ। ଗୁରୁଚାପ ପ୍ରଭାବରେ ଖରାଟିଆ ପାଗ ରହିଥାଏ। ଫଳରେ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରିଥାଏ। ଅନ୍ୟପକ୍ଷରେ ଚଳିତ ବର୍ଷ ଓ୍ବେଷ୍ଟର୍ନ ଡିଷ୍ଟରବାନ୍ସ (ପଶ୍ଚିମା ବିଭ୍ରାଟ) ଯୋଗୁ ଜଳବାୟୁରେ ପରିବର୍ତ୍ତନ ହୋଇଛି। ଅଧିକାଂଶ ସମୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ହେଉଛି। ଦିନର ତାପମାତ୍ରା କମ୍‌ ରହିଲେ ମଧ୍ୟ ରାତିରେ କମୁ ନାହିଁ। ଉଭୟ ଦିନ ଓ ରାତିର ତାପମାତ୍ରାରେ ୫ରୁ ୬ ଡିଗ୍ରୀ ଫରକ ରହିବା ବେଳେ ଏବେ ୧୩ରୁ ୧୬ ଡିଗ୍ରୀ ସେଲସିୟସ ଯାଏ ପାର୍ଥକ୍ୟ ରହୁଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ଜାନୁୟାରୀ ୧୫ ତାରିଖରେ ଦାରିଙ୍ଗିବାଡିର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ୨୦୧୯ରେ ୯.୫ ଏବଂ ୨୦୨୦ରେ ୯ ଡିଗ୍ରୀ ସେଲସିୟସ ରହିଛି। ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହାରାହାରି ୧୨ ଡିଗ୍ରୀ ସେଲସିୟସ ରହିବା ବେଳେ ଚଳିତ ବର୍ଷ ୧୮ରୁ ୧୯ ଡିଗ୍ରୀ ସେଲସିୟସ ରହିଛି। କହିବାକୁ ଗଲେ ଗତ କିଛି ବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତ ବର୍ଷ ଡିସେମ୍ବରରୁ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡାବାୟୁ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ୫ ତାରିଖ ଯାଏ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନ ଥିଲା। କେବଳ ଶୀତ କମୁନି ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟ ବେହାଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରୁ ତାପମାତ୍ରା ବଢ଼ିବା ଆରମ୍ଭ ହେବ। ମାର୍ଚ୍ଚରୁ ମେ ମାସ ଯାଏ ତାତି ଅସ୍ତବ୍ୟସ୍ତ କରିବ।
ମାତ୍ର ୫ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୭.୬, ଅନୁଗୋଳ ୯.୬, ଟିଟିଲାଗଡ଼ ୯.୧ ଏବଂ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଭାଗରେ ଘନକୁହୁଡ଼ି ଜୀବନ ଯାତ୍ରାକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୩ରୁ ପୁଣି ଶୀତ ବଢ଼ିବ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri