ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି ବର୍ଷ ହେବ ଜଳବାୟୁର ଏଭଳି ଅନିୟମିତତା ଚିନ୍ତାର କାରଣ ପାଲଟିଛି। ଶୀତଦିନ କମିବା ସାଙ୍ଗକୁ ତାତିର ପ୍ରଭାବ ବଢ଼ିଚାଲିଛି। ଏହାର ଭୟଙ୍କର ପ୍ରଭାବ ମଧ୍ୟ ଖାଦ୍ୟଶସ୍ୟ ଉପରେ ପଡ଼ିବା ଆରମ୍ଭ ହେଲାଣି। ପରିବର୍ତ୍ତିତ ଜଳବାୟୁକୁ କିପରି ମୁକାବିଲା କରାଯାଇପାରିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଳବାୟୁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେଣି। ଚଳିତ ବର୍ଷ ଶୀତର ପ୍ରକୋପ ଦେଖିବାକୁ ମିଳିଲା ନାହିଁ। ରାଜ୍ୟରେ ଶୀତଲହରି ମଧ୍ୟ ସ୍ବାଭାବିକ ହୋଇ ନାହିଁ। କାଁ ଭାଁ କିଛି ଦିନ ଛାଡ଼ିଦେଲେ ଅନ୍ୟ ସବୁଦିନ ସ୍ବାଭାବିକଠାରୁ ସର୍ବନିମ୍ନ ତାପମାତ୍ରା ଉପରେ ରହୁଛି। ଚଳିତ ବର୍ଷ ଡିସେମ୍ବରରେ ଆଦୌ ଶୀତ ଲହରି ହୋଇ ନ ଥିବା ବେଳେ ଜାନୁୟାରୀରେ ୬ରୁ ୭ ଦିନ ଥଣ୍ଡାବାୟୁ ପ୍ରବାହ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଶୀତର ପ୍ରକୋପ ବେଳକୁ ବେଳ ଦୁର୍ବଳ ହୋଇଯାଉଥିବା ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତ ବର୍ଷ ଆରବ ସାଗରରେ ଅଧିକ ବାତ୍ୟା ଯୋଗୁ ଦେଶର ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବାତ୍ୟା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସି ପାରୁନାହିଁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ଉତ୍ତର-ପୂର୍ବ ଦିଗରୁ ଥଣ୍ଡାବାୟୁ ପ୍ରବାହିତ ହୋଇଥାଏ। ଗୁରୁଚାପ ପ୍ରଭାବରେ ଖରାଟିଆ ପାଗ ରହିଥାଏ। ଫଳରେ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରିଥାଏ। ଅନ୍ୟପକ୍ଷରେ ଚଳିତ ବର୍ଷ ଓ୍ବେଷ୍ଟର୍ନ ଡିଷ୍ଟରବାନ୍ସ (ପଶ୍ଚିମା ବିଭ୍ରାଟ) ଯୋଗୁ ଜଳବାୟୁରେ ପରିବର୍ତ୍ତନ ହୋଇଛି। ଅଧିକାଂଶ ସମୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ହେଉଛି। ଦିନର ତାପମାତ୍ରା କମ୍‌ ରହିଲେ ମଧ୍ୟ ରାତିରେ କମୁ ନାହିଁ। ଉଭୟ ଦିନ ଓ ରାତିର ତାପମାତ୍ରାରେ ୫ରୁ ୬ ଡିଗ୍ରୀ ଫରକ ରହିବା ବେଳେ ଏବେ ୧୩ରୁ ୧୬ ଡିଗ୍ରୀ ସେଲସିୟସ ଯାଏ ପାର୍ଥକ୍ୟ ରହୁଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ଜାନୁୟାରୀ ୧୫ ତାରିଖରେ ଦାରିଙ୍ଗିବାଡିର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ୨୦୧୯ରେ ୯.୫ ଏବଂ ୨୦୨୦ରେ ୯ ଡିଗ୍ରୀ ସେଲସିୟସ ରହିଛି। ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହାରାହାରି ୧୨ ଡିଗ୍ରୀ ସେଲସିୟସ ରହିବା ବେଳେ ଚଳିତ ବର୍ଷ ୧୮ରୁ ୧୯ ଡିଗ୍ରୀ ସେଲସିୟସ ରହିଛି। କହିବାକୁ ଗଲେ ଗତ କିଛି ବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତ ବର୍ଷ ଡିସେମ୍ବରରୁ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡାବାୟୁ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ୫ ତାରିଖ ଯାଏ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନ ଥିଲା। କେବଳ ଶୀତ କମୁନି ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ମଧ୍ୟ ବେହାଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରୁ ତାପମାତ୍ରା ବଢ଼ିବା ଆରମ୍ଭ ହେବ। ମାର୍ଚ୍ଚରୁ ମେ ମାସ ଯାଏ ତାତି ଅସ୍ତବ୍ୟସ୍ତ କରିବ।
ମାତ୍ର ୫ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୭.୬, ଅନୁଗୋଳ ୯.୬, ଟିଟିଲାଗଡ଼ ୯.୧ ଏବଂ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଭାଗରେ ଘନକୁହୁଡ଼ି ଜୀବନ ଯାତ୍ରାକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୩ରୁ ପୁଣି ଶୀତ ବଢ଼ିବ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri