ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ ଦିଆଯାଉଥିବା ବେଳେ ବଳାତ୍କାର ଓ ଅନ୍ୟ ମାମଲାଗୁଡିକର ତଦନ୍ତ ଭାର ଏସ୍‌ଆଇ ନେଇଥାନ୍ତି। କିନ୍ତୁ ଅତି ସମ୍ବେଦନଶୀଳ ମାମଲା ଯଥା ହତ୍ୟା ଓ ବ୍ୟାଙ୍କ୍‌ ଡକାୟତି ଭଳି ବଡ଼ ବଡ଼ ମାମଲା ଆଇଆଇସି ନିଜେ ତଦନ୍ତ କରିଥାନ୍ତି। ଏପରିକି ଥାନାକୁ ଆସୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଅଭିଯୋଗର ତଦନ୍ତ ଭାର ଏସିପି ନେବାକୁ ବାଧ୍ୟ। ପୂର୍ବତନ ପୋଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ଏସ୍‌ପି ଓ ଡିସିପିଙ୍କୁ ଏକ ସର୍କ୍ୟୁଲାର ଜାରି କରିଥିଲେ, ଯେଉଁଥିରେ ଜଣେ ଆଇଆଇସି ମାସକୁ ୩ଟି ମାମଲା ନେବାକୁ ବାଧ୍ୟ। କିନ୍ତୁ ଏବେ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ଯେ, ବହୁ ଜୋନ୍‌ ଏସିପି ଏବଂ ଆଇଆଇସିଙ୍କ ଦ୍ୱାରା ଏକାଧିକ ମାମଲା ପଡ଼ିରହିଛି। ଏପରି କି ସେମାନଙ୍କ ମଧ୍ୟରୁ କେତେଜଣ ରାଜଧାନୀରୁ ଅନ୍ୟତ୍ର ବଦଳି ହୋଇ ଚାଲିଗଲେଣି। ସେମାନଙ୍କ ମାମଲା ଏବେ ଆଇଆଇସି ଓ ଏସିପିଙ୍କ ନାମରେ ଗଡୁଛି, ଯେଉଁମାନେ କି ପ୍ରାୟତଃ ପୁରୁଣା ମାମଲାଗୁଡ଼ିକର ତଦନ୍ତ ପ୍ରତି ଆଗ୍ରହ ଦେଖାଉନାହାନ୍ତି।
ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି ଯେ, କେତେଦିନ ଭିତରେ ମାମଲା ତଦନ୍ତ କରି କୋର୍ଟକୁ ଚାର୍ଜଶିଟ୍‌ ଦେବେ ସେମାନଙ୍କ ପାଇଁ କିଛି ଗାଇଡଲାଇନ୍‌ ନାହିଁ, ଯଦ୍ଦ୍ବାରା ସେମାନେ ମାସ ମାସ ଧରି ମାମଲା ପକାଇ ରଖୁଛନ୍ତି। ଫଳରେ ସେମାନେ ବଦଳି ହେବାପରେ ମାମଲା ପଡ଼ିରହୁଛି। ଅଭିଯୋଗକାରୀ ନ୍ୟାୟ ପାଇପାରୁନାହାନ୍ତି।
ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ,ଏସିପି ଏବଂ ଆଇଆଇସି ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ନେଉଛନ୍ତି। କିନ୍ତୁ ସେମାନେ ଅଭିଯୁକ୍ତ ଗିରଫ ନ କରି ଆଇନଶୃଙ୍ଖଳା ବ୍ୟସ୍ତତା ଦେଖାଇ ମାମଲାକୁ ଗଡ଼ାଇ ଚାଲୁଛନ୍ତି। ଅନେକ କ୍ଷେତ୍ରରେ ପୋଲିସ ଅଭିଯୁକ୍ତଙ୍କ ସହ ଭିତିରି ଡିଲ୍‌ କରି ମାମଲାକୁ ଚାପି ରଖୁଛି। ଫଳରେ ସେମାନଙ୍କର ଅନ୍ୟ ଜିଲାକୁ ବଦଳି ହେଲେ ମଧ୍ୟ ମାମଲା ଥାନା ଏସିପି ଓ ଆଇଆଇସି ନାମରେ ଗଡୁଛି।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏସିପି ଓ ଆଇଆଇସିଙ୍କ ଉପରେ ଚାପ ଦେବାଟା ଠିକ୍‌ ନୁହେଁ। ଗ୍ରାମାଞ୍ଚଳ ପୋଲିସକୁ ମାସକୁ ନିର୍ଦ୍ଦିଷ୍ଟ ମାମଲାର ଚାପ ଦେଲେ ଚଳିବ। କିନ୍ତୁ କଟକ ଓ ଭୁବନେଶ୍ୱରରେ ଏଭଳି କରିହେବ ନାହିଁ। କାରଣ ଏଠାରେ ଆଇନ ଶୃଙ୍ଖଳା ଦାୟିତ୍ୱ ରହୁଥିବାରୁ ମାମଲା ଫଇସଲା କରିବା ସମସ୍ୟା ହେଉଛି। ପଡ଼ି ରହିଥିବା ମାମଲାର ସମାଧାନ କରିବାକୁ ଅଧିକାରୀମାନଙ୍କୁ କୁହାଯିବ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri