![](https://www.dharitri.com/wp-content/uploads/2019/09/Transfers-1024x594-1.jpg)
ବାରିପଦା ଅଫିସ,୬।୧୧- ଜାତୀୟ ସ୍ବାସ୍ଥ୍ୟ ମିଶନର ମୟୂରଭଞ୍ଜ ଜିଲା ପ୍ରୋଗ୍ରାମ ମ୍ୟାନେଜର(ଡିପିଏମ) ଅନିଲ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବାଲେଶ୍ୱର ଡିପିଏମ ଭାବେ କାର୍ଯ୍ୟରତ ଥିବା ପ୍ରଭୁ ପ୍ରୟାନ୍ତ ପତିଙ୍କୁ ମୟୂରଭଞ୍ଜ ଜିଲାକୁ ବଦଳି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଚିଠି ନଂ.୧୨୮୯୪(୫/୧୧/୨୦୧୯)ରେ ଏହି ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି। ଏହା ସହିତ କନ୍ଧମାଳ ଓ ଝାରସୁଗୁଡା ଡିପିଏମଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଡିପିଏମ କିଛି ଦିନ ହେବ ବହୁ ବିବାଦରେ ଛନ୍ଦି ହୋଇଥିଲେ। ବାରିପଦା ମେଡିକାଲ କଲେଜ ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ସଫେଇ ଟେଣ୍ଡର ତଥା ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକରେ ଅନିୟମିତତା କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ଉଚ୍ଚସ୍ତରୀୟ ଟିମ ବାରିପଦା ଗସ୍ତରେ ଆସିଥିବାବେଳେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଭାପତି ପିଣ୍ଟୁ ମାଇତି ଓ ଅନ୍ୟମାନେ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ସହିତ ତାଙ୍କ ବଦଳି ଦାବି କରିଥିଲେ ଏବଂ ତାଙ୍କ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ତଦନ୍ତ ଦାବି କରିଥିଲେ।