ବଦଳିଲା ଅନୁଗୋଳ ଏସ୍‌ପିଙ୍କ ଟିମ୍‌: ୪ ଥାନା ଅଧିକାରୀ,୧୪ ଏସ୍‌ଆଇ ଓ ୧୭ ଏଏସ୍‌ଆଇଙ୍କ ବଦଳି

ଅନୁଗୋଳ ଅଫିସ, ୩।୧୦ – ଅନୁଗୋଳ ଜିଲା ପୋଲିସରେ ବୁଧବାର ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ନୂଆ ଏସ୍‌ପି ଜଗମୋହନ ମୀନା ଆସିବା ପରେ ତାଙ୍କ ଟିମ୍‌ ପ୍ରଥମ ଥର ପାଇଁ ବଦଳାଇଛନ୍ତି। ଜିଲାର ୪ଟି ଥାନା ଅଧିକାରୀଙ୍କ ବଦଳି ହୋଇଥିବାବେଳେ ୧୪ ଜଣ ଏସ୍‌ଆଇ ଓ ୧୭ ଜଣ ଏଏସ୍‌ଆଇଙ୍କ ବଦଳି ହୋଇଛି। ଏମାନଙ୍କୁ ମିଶାଇ ମୋଟ ୩୫ ଜଣ ଅଧିକାରୀଙ୍କ ଅଦଳ ବଦଳ ହୋଇଥିବା ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚିଠି ନଂ.୧୮୦୬ରେ ଦର୍ଶାଯାଇଛି।
ମିଳିଥିବା ସୂଚନା ମୁତାବକ, ଅନୁଗୋଳ ଥାନାରେ ଏଏସ୍‌ଆଇ ଥିବା ଜୟଚନ୍ଦ୍ର ସାହୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ବସ୍‌ଷ୍ଟାଣ୍ଡ ଫାଣ୍ଡି ଦାୟିତ୍ୱ ଦିଆଯାଇଛି। ନାଲ୍‌କୋ ଥାନା ଅଧିକାରୀ ଭାବେ ସରୋଜିନୀ ସମଦଙ୍କୁ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ବଦଳି କରାଯାଇଛି। ନାଲ୍‌କୋ ଥାନାରେ ଥିବା ଗୀତାଞ୍ଜଳି ସାହୁଙ୍କୁ ବନ୍ତଳା ଥାନା, ବନ୍ତଳା ଥାନାରେ ଥିବା ପ୍ରଦୀପ କୁମାର ପ୍ରଧାନଙ୍କୁ ଜରପଡ଼ା ଥାନା, ଜରପଡ଼ା ଥାନାରେ ଥିବା ଦୀପିକା ଦେବୀରାୟଙ୍କୁ ଏନ୍‌ଟିପିସି ଥାନାକୁ ବଦଳି କରାଯାଇଛି। ସେହିପରି ନାଲ୍‌କୋ ଥାନାରେ ଥିବା ଏସ୍‌ଆଇ ଅନ୍ନପୂର୍ଣ୍ଣା ପାତ୍ର, ସଂଘମିତ୍ରା ଶତପଥୀଙ୍କୁ ବନ୍ତଳା ଥାନା,
ଛେଣ୍ଡିପଦା ଥାନାରେ ଥିବା ଏସ୍‌ଆଇ ବିଜୟ କୁମାର ସ୍ବାଇଁଙ୍କୁ ନାଲକୋ ଥାନା, ଜରପଡ଼ା ଥାନାରେ ଥିବା ଏସ୍‌ଆଇ ବରେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଜରପଡ଼ା ଥାନା, ତାଳଚେର ଥାନାରେ ଥିବା ଏସ୍‌ଆଇ ଗୋଲବଦନ ମାଝିଙ୍କୁ ଅନୁଗୋଳ ଥାନା, ଏନ୍‌ପିସି ଥାନାରେ ଥିବା ଏସ୍‌ଆଇ ଜମୁନା ମାରାଣ୍ଡିଙ୍କୁ ଅନୁଗୋଳ ଥାନା, କଣିହଁା ଥାନାରେ ଥିବା ଏସ୍‌ଆଇ ମାନସ କୁମାର ମହାକୁଡ଼ଙ୍କୁ ତାଳଚେର ଥାନା, ପାଲଲହଡ଼ା ଥାନାରେ ଥିବା ଏସ୍‌ଆଇ ବିନୋଦ ବିହାରୀ ଗଡ଼ନାୟକଙ୍କୁ ନିଶା ଥାନା, ପୋଲିସ ମୁଖ୍ୟାଳୟରେ ଥିବା ଏସ୍‌ଆଇ ସୁରେଶ ଚନ୍ଦ୍ର ବେହେରାଙ୍କୁ ଠାକୁରଗଡ଼ ଥାନା, ଏସ୍‌ଆଇ ରଞ୍ଜିତା ସାହୁଙ୍କୁ ସମଲ ଥାନା, ଏସ୍‌ଆଇ ଦିଲୀପ କୁମାର ସାହୁଙ୍କୁ ଅନୁଗୋଳ ଏସ୍‌ଡିପିଓ କାର୍ଯ୍ୟାଳୟ, ଏସ୍‌ଆଇ ପ୍ରମୋଦ କୁମାର ନାଏକଙ୍କୁ ବନ୍ତଳା ଥାନା, ଠାକୁରଗଡ଼ା ଥାନାରେ ଥିବା ଏସ୍‌ଆଇ ଶଶୀଭୂଷଣ ବେହେରାଙ୍କୁ ପୋଲିସ ମୁଖ୍ୟାଳୟ, ଛେଣ୍ଡିପଦା ଥାନାରେ ଥିବା ଏସ୍‌ଆଇ ଅବ୍‌ଦୁଲ ୱାଜିମ୍‌ ଖାନ୍‌ଙ୍କୁ ବାଗେଡ଼ିଆ ବିଟ୍‌ ହାଉସକୁ ବଦଳି କରାଯାଇଛି। ସେହିପରି ବଦଳି ଥିବା ୧୭ ଏଏସ୍‌ଆଇଙ୍କ ମଧ୍ୟରେ ଆଠମଲ୍ଲିକ ଥାନାରେ ଥିବା ଏଏସ୍‌ଆଇ କାର୍ତ୍ତିକ ବେହେରାଙ୍କୁ ଜିଲା ପୋଲିସ ମୁଖ୍ୟାଳୟ, କିଶୋରନଗର ଥାନାରେ ଥିବା ଏଏସ୍‌ଆଇ ପାତୋ ଓରାମ୍‌ଙ୍କୁ ନିଶା ଥାନା, ପାଲଲହଡ଼ା ଥାନାରେ ଥିବା ଏଏସ୍‌ଆଇ ବୁଦ୍ଧିମାନ ସେଠୀଙ୍କୁ ଅନୁଗୋଳ ଥାନା, ତାଳଚେର ଏସ୍‌ଡିପିଓ କାର୍ଯ୍ୟାଳୟରେ ଥିବା ଏଏସ୍‌ଆଇ ସନାତନ ମହାରଣାଙ୍କୁ ବଇଣ୍ଡା ବିଟ୍‌ ହାଉସ, ପୋଲିସ ମୁଖ୍ୟାଳୟରେ ଥିବା ଏଏସ୍‌ଆଇ ସରୋଜିନୀ ବାଘଙ୍କୁ ଅନୁଗୋଳ ଥାନା, ଏନ୍‌ଟିପିସି ଥାନାରେ ଥିବା ଏଏସ୍‌ଆଇ ଦିଲୀପ କୁମାର ଗଡ଼ନାୟକଙ୍କୁ ସେଣ୍ଟ୍ରାଲ କୋଲିୟରୀ ବିଟ୍‌ ହାଉସ, ବନ୍ତଳା ଥାନାରେ ଥିବା ଏଏସ୍‌ଆଇ ନେପାଲ ପୋଟାଙ୍କୁ ସାଉଥ ବଲଣ୍ଡା ଓପି, ନାଲକୋ ଥାନାରେ ଥିବା ଏଏସ୍‌ଆଇ ଭଗବାନ ସାହୁଙ୍କୁ ଅନୁଗୋଳ ଥାନା, ତାଳଚେର ଥାନାରେ ଥିବା ଏଏସ୍‌ଆଇ ପ୍ରମୋଦ କୁମାର ପ୍ରଧାନଙ୍କୁ ଗୋଡ଼ିବନ୍ଧ ଆଉଟପୋଷ୍ଟ, ବିକ୍ରମପୁର ଥାନାରେ ଥିବା ଏଏସ୍‌ଆଇ ଗୋକୁଳାନନ୍ଦ ବେହେରାଙ୍କୁ ତାଳଚେର ଥାନା, ବଅଁରପାଳ ଥାନାରେ ଥିବା ଏଏସ୍‌ଆଇ ସାରଦା ପ୍ରସାଦ ସାମନ୍ତଙ୍କୁ ଅନୁଗୋଳ ଥାନା, ଆଠମଲ୍ଲିକ ଥାନାରେ ଥିବା ଏଏସ୍‌ଆଇ ସନ୍ତୋଷ ସେଠୀଙ୍କୁ ତାଳଚେର ଥାନା, ଠାକୁରଗଡ଼ ଥାନାରେ ଥିବା ଏଏସ୍‌ଆଇ କରୁଣାକର ନନ୍ଦଙ୍କୁ ଟାପଢ଼ୋଲ ଆଉଟ୍‌ ପୋଷ୍ଟ, ପାଲଲହଡ଼ା ଏସ୍‌ଡିପିଓ କାର୍ଯ୍ୟାଳୟରେ ଥିବା ଏଏସ୍‌ଆଇ ତ୍ରିନାଥ ଦେହୁରୀଙ୍କୁ ରେଙ୍ଗାଳି ଥାନା, ବଇଣ୍ଡା ବିଟ୍‌ ହାଉସ୍‌ରେ ଥିବା ଏଏସ୍‌ଆଇ ରୁଦ୍ରଚନ୍ଦ୍ର ସାମଲଙ୍କୁ ହଣ୍ଡପା ଥାନାକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ RI, ଝରକା ବାହାରକୁ ଫିଙ୍ଗି ଦେଲେ ଟଙ୍କା

ଅନୁଗୋଳ,୮ା୧: ଜମି ଚିହ୍ନଟ ପାଇଁ ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ରାଜସ୍ବ ନିରୀକ୍ଷକ(RI)। ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସର RI ସର୍କଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri