Posted inଖେଳ

ବଦଳିବ ନାହିଁ ନ୍ୟୁଟ୍ରାଲ ଅମ୍ପାୟର ନିୟମ

ଲଣ୍ଡନ,୧୩।୮(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତକାରୀ ଏମ୍‌ସିସି (ମାରିଲେବୋନ କ୍ରିକେଟ କ୍ଲବ) ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ସମର୍ଥନ କରିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଦୁଇ ନ୍ୟୁଟ୍ରାଲ ଅମ୍ପାୟର ଅତ୍ୟଧିକ ଭୁଲ ନିଷ୍ପତ୍ତି ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଅମ୍ପାୟର ଜୁଏଲ ଓ୍ବିଲସନ ଓ ପାକିସ୍ତାନର ଅଲିମ ଦାର୍‌ଙ୍କ ୧୦ ନିଷ୍ପତ୍ତି ଡିଆରଏସ୍‌ ଦ୍ୱାରା ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ବଦାଇଥିଲା। ଫିଲ୍ଡ ଅମ୍ପାୟର ଆହୁରି ୫ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହାକୁ ରିଭ୍ୟୁ କରାଯାଇ ନ ଥିଲା। ଏହାପରେ ଅଷ୍ଟ୍ରେଲିଆ ଦଳର ସହାୟକ କୋଚ ତଥା ଏମ୍‌ସିସି ସଦସ୍ୟ ରିକି ପଣ୍ଟିଂ ନ୍ୟୁଟ୍ରାଲ ଅମ୍ପାୟରଙ୍କ ନିୟମରେ ପରିବର୍ତ୍ତନ କରିବା ଲାଗି ସୁପାରିସ କରିଥିଲେ। ଗତ ମ୍ୟାଚ୍‌ ଯୋଗୁ ନ୍ୟୁଟ୍ରାଲ ଅମ୍ପାୟରଙ୍କ ନିୟମ ଦୃଷ୍ଟିରେ ରହିଛି। ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅମ୍ପାୟରଙ୍କୁ ନିଯୁକ୍ତ କରିବାକୁ ପଣ୍ଟିଂ ସୁପାରିସ କରିଥିଲେ। ଏହାକୁ ଆଇସିସି କ୍ରିକେଟ କମିଟିରେ ମଧ୍ୟ ଆଲୋଚନା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ନ୍ୟୁଟ୍ରାଲ ଅମ୍ପାୟର ନିୟମ ଦ୍ୱାରା ଭଲ ସଫଳତା ମିଳିଥିବା ଏମ୍‌ସିସି କ୍ରିକେଟ ମୁଖ୍ୟ ଜନ ଷ୍ଟିଫେନଶନ କହିଛନ୍ତି। ବର୍ତ୍ତମାନ ଅମ୍ପାୟରଙ୍କ ଏଲାଇଟ ପ୍ୟାନେଲରେ ସ୍ଥାନ ପାଇଥିବା ୧୨ ମଧ୍ୟରୁ ୭ ଜଣ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆର ରହିଛନ୍ତି। ଅମ୍ପାୟରିଂ ସ୍ତରରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି। ଲଡର୍‌ସଠାରେ ଅନୁଷ୍ଠିତ ଦୁଇ ଦିନିଆ ଏମ୍‌ସିସି ବୈଠକରେ ଏମ୍‌ସିସି ଅଧ୍ୟକ୍ଷ ମାଇକ ଗଟିଂ, ଷ୍ଟିଫେନସନଙ୍କ ସହ କମିଟି ସଦସ୍ୟ ଶେନ ଓ୍ବର୍ନ ଓ କୁମାର ସଙ୍ଗକାରା ଯୋଗଦେଇଥିଲେ। ଆଇସିସି ଏଲାଇଟ୍‌ ପ୍ୟାନେଲରେ ଅମ୍ପାୟରଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଥାଉ କି, ଦିନିକିଆ ଓ ଟି୨୦ କ୍ରିକେଟରେ ଜଣେ ଘରୋଇ ଦଳର ଅମ୍ପାୟରଙ୍କୁ ପରିଚାଳନା ଦାୟିତ୍ୱରେ ରଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri