ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ବଲାଙ୍ଗୀର ଅଫିସ,୯ା୫: ବଲାଙ୍ଗୀର ଜିଲାରେ ଗ୍ରୀଷ୍ମ ପ୍ରବାହ ଅଘୋଷିତ କର୍ଫ୍ୟୁ ଅନୁରୂପ ସ୍ଥିତି ସୃଷ୍ଟି କରିଛି। ଟାଣ ଖରା ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଫଳରେ ପୂର୍ବାାହ୍ନ ୧୧ଟାରୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି। ୪୦ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ଏବଂ ଗୁଳୁଗୁଳି ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ପରିବା ବ୍ୟବସାୟୀ, ବିକ୍ରେତା, ଦିନ ମଜୁରିଆ, ନିର୍ମାଣ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡେଲିମାର୍କେଟ ଏବଂ ସାପ୍ତାହିକ ବଜାରରେ ପନିବରିବା ବିକ୍ରେତାମାନେ ରାସ୍ତକଡରେ ଟାଣ ଖରାରେ ବସିବା ଦୃଶ୍ୟ ବିଚଳିତ କରୁଛି। ଗଁା ଗହଳରୁ ସହରକୁ ଆସୁଥିବା ଲୋକେ ଅଂଶୁଘାତ ଭୟରେ ଅପରାହ୍ଣ ପର୍ଯ୍ୟନ୍ତ ଅଟକି ରହୁଥିବା ଦେଖାଯାଉଛି। ସକାଳୁଆ ଅଫିସ ହୋଇଥିଲେ ମଧ୍ୟ ବିଭିନ୍ନ କାମ ପାଇଁ ଅଫିସ ଆସୁଥିବା ଲୋକେ ହଟହଟା ହେଉଛନ୍ତି। ବଲାଙ୍ଗୀର ସହରର ଜିଲା ପରିଷଦ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ, ଏସ୍‌ପି ଅଫିସ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ଗଛ ତଳେ ବହୁ ଲୋକ ଅଟକି ରହୁଥିବା ଦେଖାଯାଉଛି। ସବୁଠୁ ବେଶୀ ଭିଡ ପରିଲକ୍ଷିତ ହେଉଛି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଲୋକେ ବାଧ୍ୟହୋଇ ଟାଣ ଖରାରେ ମଧ୍ୟ ବାହାରୁଛନ୍ତି। ଏଠାରେ ସକାଳେ ସବୁଠୁ ଅଧିକ ଭିଡ ପରିଲକ୍ଷିତ ହେଉଛି। ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ରୋଗୀ ଓ ପରିଜନଙ୍କ ଅସୁବିଧା ଦୂର କରିବାକୁ ଅଧିକ କାଉଣ୍ଟର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଅନ୍ୟପଟେ ବସ ଟର୍ମିନାଲର ଅବସ୍ଥା ମଧ୍ୟ ଭଲ ନାହିଁ। ସେଠାରେ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ହେଉ ନ ଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ମାସରୁ ଖରାର ପ୍ରକୋପ ଦେଖାଇଥିଲେ ମଧ୍ୟ ମଝିରେ କାଳବୈଶାଖୀ, ଲଘୁଚାପଜନିତ ବର୍ଷା ଏବଂ ମେଘୁଆ ପାଗ ଯୋଗୁଁ ଲୋକେ କିଛିଟା ଆଶ୍ୱସ୍ତି ପାଇଥିଲେ। ତେବେ ମେ ମାସ ପ୍ରାରମ୍ଭରୁ ଖରା ଟାଣ ହୋଇଛି। ପ୍ରତିଦିନ ୪୦ଡିଗ୍ରୀରୁ ଉର୍ଦ୍ଧ୍ୱ ଉଷ୍ଣତା ଅନୁଭବ ହେଉଥିବାବେଳେ ଗୁଳୁଗୁଳି ଯୋଗୁଁ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବଲାଙ୍ଗୀର ଡେଲିମାର୍କେଟଠାରେ ରିକ୍ସା ଚଳାଉଥିବା ରାଜୁ ରଣା କହିଛନ୍ତି ଯେ, ଲୋକେ ଖରାରେ ଘରୁ ବାହାରୁ ନଥିବାରୁ ତାଙ୍କ ଉପାର୍ଜନ କମିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ କେତେବେଳେ କେଉଁଠି ଗୋଟେ ଦୁଇଟି ଲୋକ ରିକ୍ସାରେ ଯିବା ଆସିବା କରୁଛନ୍ତି। ବଲାଙ୍ଗୀର ସହରର ସମାଜସେବୀ ତଥା ଆଡଭୋକେଟ ବାଳକୃଷ୍ଣ ଷଡଙ୍ଗୀ କହିଛନ୍ତି, ଖରା ବଢ଼ିବା କାରଣରୁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି ମାତ୍ର ସେଠାରେ ପାଣି ବ୍ୟବସ୍ଥା ନାହିଁ। କେବଳ କପଡା ଢ଼ଙ୍କା ଯାଇଛି। ହସ୍ପିଟାଲ ପରିସରରେ ମଧ୍ୟ ପିଇବା ପାଣି ବ୍ୟବସ୍ଥା ନଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି। ଏଦିଗରେ ପ୍ରଶାସନ ବ୍ୟବସ୍ଥା କରିବା ସହ ଅତି କମ୍‌ରେ ଲୋକଙ୍କୁ ଥଣ୍ଡା ପାଣି ଯୋଗାଇବା ବ୍ୟବସ୍ଥା କରିବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri