ବଢି ଚାଲିଛି ମାପ ଓଜନ ଠକେଇ

ଭଦ୍ରକ ଅଫିସ, ୧୪।୧୦ – ଭଦ୍ରକ ଜିଲା ସଦର ମହକୁମା ବଙ୍କସାହି ଠାରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବୈଧ ମାପବିଜ୍ଞାନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏକ ଭଡ଼ା ଘରେ ଚାଲିଛି । କାର୍ଯ୍ୟାଳୟର ଦୁରବସ୍ଥା କହିଲେ ନ ସରେ । କେବଳ ଦୁଇଟି ଟେବୁଲ ପଡିଛି, କମ୍ପ୍ୟୁଟର କିମ୍ବା ଅନ୍ୟ ଆନୁଷଙ୍ଗିିକ ସୁବିଧା ନାହିଁ । ଆବଶ୍ୟକ କର୍ମଚାରୀ ଅଭାବରୁ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହୁଛି। ଘରର ଛାତ ଭାଙ୍ଗିରୁଜି ଯାଇଥିଲେ ବି ଏହାକୁ ମରାମତି କରାଯାଉ ନାହିଁ । ଏଭଳି ଅବ୍ୟବସ୍ଥା ସ୍ଥିତିରେ ଜିଲାର ଗ୍ରାହକମାନେ ମାପ ଓଜନରେ ବ୍ୟାପକ ଠକେଇର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି।
ଭଦ୍ରକ ଜିଲାରେ ୭ଟି ବ୍ଲକ, ଗୋଟିଏ ଏନ୍‌ଏସି ଓ ଦୁଇଟି ପୌରପାଳିକା ରହିଛି। ଏହା ଅଧୀନରେ ଥିବା ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ପେଟ୍ରୋଲ ପମ୍ପ, ରାଇସ୍‌ ମିଲ୍‌ ଭଳି ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ଉପଯୁକ୍ତ ଓଜନ ଓ ମାପ ଯନ୍ତ୍ର ପରୀକ୍ଷଣ କରିବା ଏହି କାର୍ଯ୍ୟାଳୟର ମୁଖ କାର୍ଯ୍ୟ। ୭ ବ୍ଲକରେ ୭ ନିରୀକ୍ଷକ ପଦବୀ ଥିବାବେଳେ କେବଳ ଭଦ୍ରକରେ ଜଣେ ମାତ୍ର ନିରୀକ୍ଷକ କାମ ଚଳାଉଛନ୍ତି। ଏଭଳି ପରିସ୍ଥିତିର ସୁଯୋଗ ନେଇ କେତେକ ବ୍ୟବସାୟିକ ସଂସ୍ଥା ଓ ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ଓଜନ ଓ ମାପରେ ଠକୁଛନ୍ତି। ବର୍ତ୍ତମାନ ଜିଲା ମୁଖ୍ୟ କାର୍ଯ୍ୟାଳୟରେ ଜଣେ ନିରୀକ୍ଷକ ଜଣେ ସହକାରୀ ନିୟନ୍ତ୍ରକଙ୍କୁ ନେଇ ଜିଲା ତମାମ ଚଢାଉ କରି ଧରପଗଡ଼ କରୁଥିବା କୁହାଯାଉଛି। ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ, ଜିଲାରେ ୪୧ ଟି ପେଟ୍ରୋଲ ପମ୍ପ ଥିବା ବେଳେ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୪ ଟି ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଛି। ଏହାବାଦ ଅନ୍ୟ ଧରପଗଡ ଘଟଣାରେ ୭୪ ମାମଲା ରୁଜୁ କରାଯାଇ ୭୧, ୨୦୦ ଟଙ୍କା ଜରିମାନା ସଂଗ୍ରହ କରାଯାଇଛି । ମୋଟ ୧୧ ଲକ୍ଷ ୮୪ ହଜାର ୨୭୨ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ବିସ୍ମୟର କଥା ଯେ, ଏଠାରେ କାର୍ଯ୍ୟରତ ଥିବା ଜଣେ ନିରୀକ୍ଷକଙ୍କୁ ଯାଜପୁର ଇଣ୍ଡଷ୍ଟ୍ରି ଲାଗି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ସହକାରୀ ନିୟନ୍ତ୍ରକଙ୍କୁ ଭଦ୍ରକ ଓ ଜଗତ୍‌ସିଂହପୁର ଦାୟିତ୍ୱ ତୁଲାଇବା ସହ ଖୋର୍ଦ୍ଧାର ଟେକ୍ନିକାଲ ଟିମ୍‌ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅନେକ ବ୍ୟବସାୟୀ ବଟକରା ମାପ ଓଜନ ତନଖି କରିବାକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ କରୁଛନ୍ତି। ବ୍ୟବସାୟୀ ରନତ୍ାକର ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବଟକରା ସିଲ୍‌ କରିବା ପାଇଁ ଦୁଇଥର ଅଫିସ ଯାଇ ଫେରି ଆସିଛି। କାର୍ଯ୍ୟାଳୟରେ ଅଧିକାଂଶ ତାଲା ପଡୁଥିବା ଦେଖବବାକୁ ମିଳୁଛି। ସିଲ୍‌ କରିବା ସମୟ ଗଡିଗଲେ ଅଧିକ ଫାଇନ୍‌ ଦେବାକୁ ପଡୁଛି। ସ୍ଥାନୀୟ ଗ୍ରାହକ ରମେଶ ନାୟକ କହିଛନ୍ତି, ଆମକୁ ଦୈନିକ ମାଛ ବଜାରରେ ଓଜନରେ ଠକିବାକୁ ପଡୁଛି। ଓଜନ ଓ ମାପ ବିଭାଗର ସ୍ଥାଣୁତା ପାଇଁ ସାଧାରଣ ଗ୍ରାହକ ଠକେଇର ଶିକାର ହେଉଛନ୍ତି। ସେହିପରି ଗ୍ରାହକ ଗଣେଶ ପ୍ରସାଦ ବାରିକ କହିଛନ୍ତି ବଜାରରୁ ୧ କେଜି ମାଛ କିଣି ଅନ୍ୟ ଦୋକାନରେ ଓଜନ କରିବାରୁ ତାହା ୯ଶହ ହେଲା। ପରେ ଜଣାଗଲା କେଜିକିଆ ବଟକରାକୁ ସେମାନେ ଗ୍ରାଇଣ୍ଡିଂ କରି ଏଭଳି ଠକେଇ କରୁଛନ୍ତି। ଏନେଇ ନିରୀକ୍ଷକ ଦାୟିତ୍ୱରେ ଥିବା ଅଞ୍ଜନ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସ୍ବଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାରେ ବହୁ ଅସୁବିଧା ହେଉଛି। ତଥାପି ଗାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲାରେ ରାଜସ୍ବ ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷ ଉଲ୍ଲାସ ମଧ୍ୟରୁ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri