Posted inଜାତୀୟ

ବଢିବ ସୁନା ଦର

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ ଏକ୍ସାଇଜ ଡ୍ୟୁଟି ଓ ସେସ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଗାମୀ ଦିନରେ ଏସବୁ ସାମଗ୍ରୀର ମୃଲ୍ୟ ବୃଦ୍ଧି ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ପରିମାଣର ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ଓ ସେସ୍‌ରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏବେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ ଡ୍ୟୁଟି ଏବଂ ସେସ ବୃଦ୍ଧି କରାଯିବ। ସେହିପରି ସରକାର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଦର ମଧ୍ୟ ବୃଦ୍ଧି ପାଇବ।ଏହି ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ୨.୫% ବୃଦ୍ଧି କରାଯାଇଛି। ଏବେ ଏହା ୧୦%ରୁ ବୃଦ୍ଧି ପାଇଁ ୧୨.୫%ରେ ପହଞ୍ଚିଛି। ସେହପରି ଆମଦାନୀ ହେଉଥିବା ବହି ଉପରେ ୫% ଉତ୍ପାଦ ଶୁଳ୍କ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ପିତାଙ୍କ ନାଁରେ ୩୧ ପଲିସି, ନୋମିନି ଅଛନ୍ତି ପାର୍ଥ

କୋଲକାତା,୫ ।୮: ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟ ସମ୍ପର୍କିୟ ଅର୍ପିତା ମୁଖାର୍ଜୀଙ୍କ ନାମରେ ୩୧ଟି...

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ...

ରାଜ ଠାକରେ ଜଣେ ଅସ୍ଥାୟୀ ନେତା, ସେ କେବେ ତାଙ୍କ କଥା ରକ୍ଷା କରନ୍ତି ନାହିଁ: ଶରଦ ପାୱାର

ମୁମ୍ବାଇ,୩ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ମନସେ)ର ମୁଖ୍ୟ ରାଜ ଠାକରେଙ୍କ ଦ୍ୱାରା କାଷ୍ଟ ପଲିଟିକ୍ସର ଅଭିଯୋଗ ଆସିବା ପରେ ଏନସିବି ନେତା ଶରଦ ପାୱାର ଏହାର...

ଉଦ୍ଧବଙ୍କୁ ପୁଣି ଝଟ୍‌କା: ସିଏଜି କରିବେ ବିଏମ୍‌ସିର ୨ ବର୍ଷ କାର୍ଯ୍ୟର ତଦନ୍ତ, ନିର୍ଦ୍ଦେଶ ଦେଲେ ଶିନ୍ଦେ…

ମୁମ୍ବାଇ,୩୧।୧୦ : ନିର୍ବାଚନ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ସିଏଜିଙ୍କ...

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ...

ରାଓ୍ବଲପିଣ୍ଡିରେ ଜୈଶ୍‌ ବୈଠକ: ଆଲର୍ଟରେ ଭାରତୀୟ ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ, ୨୫।୮: ପାକିସ୍ତାନର ରାଓ୍ବଲପିଣ୍ଡିରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ ମହମ୍ମଦ ପକ୍ଷରୁ ବୈଠକ ହୋଇଥିବା ସୂଚନା ମିଳିଛି। ଏହି ବୈଠକକୁ ନେଇ ଭାରତୀୟ ଗୋଇନ୍ଦା ବିଭାଗ...

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ...

କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ...

Advertisement
Archives

Model This Week