Posted inଜାତୀୟ

ବଢିବ ସୁନା ଦର

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ ଏକ୍ସାଇଜ ଡ୍ୟୁଟି ଓ ସେସ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଗାମୀ ଦିନରେ ଏସବୁ ସାମଗ୍ରୀର ମୃଲ୍ୟ ବୃଦ୍ଧି ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ପରିମାଣର ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ଓ ସେସ୍‌ରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏବେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ ଡ୍ୟୁଟି ଏବଂ ସେସ ବୃଦ୍ଧି କରାଯିବ। ସେହିପରି ସରକାର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଦର ମଧ୍ୟ ବୃଦ୍ଧି ପାଇବ।ଏହି ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ୨.୫% ବୃଦ୍ଧି କରାଯାଇଛି। ଏବେ ଏହା ୧୦%ରୁ ବୃଦ୍ଧି ପାଇଁ ୧୨.୫%ରେ ପହଞ୍ଚିଛି। ସେହପରି ଆମଦାନୀ ହେଉଥିବା ବହି ଉପରେ ୫% ଉତ୍ପାଦ ଶୁଳ୍କ ଲାଗୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri