ବଢ଼ୁଛି ଭାରତୀୟଙ୍କ ଋଣ ବୋଝ

ନୂଆଦିଲ୍ଲୀ,୧୭-୯: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସଞ୍ଚୟ କମିବାରେ ଲାଗିଛି। ଫଳରେ ୨୦୧୮ ସୁଦ୍ଧା ୫ ବର୍ଷରେ ଲୋକଙ୍କ ଉପରେ ଋଣ ବୋଝ ୫୮% ବୃଦ୍ଧି ପାଇ ୭.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଅନ୍ୟପକ୍ଷରେ ୨୦୧୭ରେ ଏହି ମାତ୍ର ୨୨ ପ୍ରତିଶତ ବଢ଼ିଥିଲା ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ରିସର୍ଚ୍ଚରୁ ଜଣାପଡିଛି।
ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ଗତ ୫ ବର୍ଷ ଭିତରେ ଭାରତୀୟ ପରିବାରଙ୍କ ଉପରେ ଋଣବୋଝ ଦୁଇଗୁଣା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ଅବଧିରେ ଖର୍ଚ୍ଚ ହେବାକୁ ଥିବା ଆୟ(ଡିସ୍‌ପୋଜେବଲ୍‌ ଇନ୍‌କମ୍‌) ମାତ୍ର ଦେଢ଼ଗୁଣା ବଢ଼ିଛି। ଫଳସ୍ବରୂପ ଦେଶର ମୋଟ ସଞ୍ଚୟ ପରିମାଣ ୪.୧% ହ୍ରାସ ପାଇ ୩୪.୬ରୁ ୩୦.୫%କୁ ହ୍ରାସ ପାଇଛି। ଘରୋଇ ସ୍ତରରେ ସଞ୍ଚୟ ହ୍ରାସ ପାଇଥିବାରୁ ଜାତୀୟ ସ୍ତରରେ ଏହା କମିବାର ମୁଖ୍ୟ କାରଣ ହୋଇଛି। ଏହି ୫ ବର୍ଷରେ ପ୍ରତ୍ୟେକ ପରିବାରର ସଞ୍ଚୟ ପ୍ରାୟ ଜିଡିପି ହିସାବରେ ୬.୪% କମିଛି। ଆର୍ଥିକ ବର୍ଷ ୨୦୧୨ରେ ଘରୋଇ ସଞ୍ଚୟ ହାର ୨୩.୬% ରହିଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୧୭.୨% ହୋଇଛି। ସଞ୍ଚୟ ହ୍ରାସର ପ୍ରଭାବ ଅର୍ଥନୀତି ଉପରେ ପଡୁଥିବା ସ୍ପଷ୍ଟ ଦେଖାଯାଉଛି।
ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ, କେବଳ ସୁଧ ହାର ହ୍ରାସ କରିବା ଦ୍ୱାରା ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟାର ସମାଧାନ ହେବ ନାହିଁ। ସରକାରଙ୍କ ପକ୍ଷରୁ ଆହୁରି କେତେକ ଅନ୍ୟ ପଦକ୍ଷେପ ନେବାକୁ ହେବ। ବ୍ୟାଙ୍କ ପକ୍ଷରୁ ନିଜର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ହଟାଇ ଦେବା ପରେ ୨୦୧୮ରେ ଅର୍ଥ ସଞ୍ଚୟ ଉପରେ କିଛି ମାତ୍ରାରେ ସକାରାମତ୍କ ପ୍ରଭାବ ପଡିଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହା ପୁଣି କମିଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ସେକ୍ଟର ଭିତ୍ତିରେ ସହାୟତା ପ୍ୟାକେଜ ଘୋଷଣା କରିଦେଲେ ଚଳିବ ନାହିଁ। ଏହା ସ୍ଥାନରେ ଖର୍ଚ୍ଚ ବଢ଼ାଇବାକୁ ହେବ। ବିଶେଷ କରି ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢ଼ାଇବା ଉପରେ ଜୋର୍‌ ଦେବାକୁ ପଡିବ। କୃଷକଙ୍କୁ ଆର୍ଥିକ ସହାୟତା ଦେବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ଘୋଷଣା କରାଯାଇଛି ସତ, ଲକ୍ଷ୍ୟ ଠାରୁ ଅନେକ କମ୍‌ ଚାଷୀଙ୍କୁ ଅର୍ଥ ଆବଣ୍ଟନ କରାଯାଇଛି। ପିଏମ୍‌ କିଷାନ ପୋର୍ଟାଲରୁ ଜଣାପଡୁଛି ଯେ, ଲକ୍ଷ୍ୟ ଠାରୁ ପ୍ରାୟ ଅଧା ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ଜୁନ୍‌ ସୁଦ୍ଧା ୬.୮୯ କୋଟି ଚାଷୀଙ୍କର ପଞ୍ଜୀକରଣ ଯାଞ୍ଚ ଶେଷ ହୋଇଛି। ଅନ୍ୟପକ୍ଷରେ ସରକାର ୧୪.୬ କୋଟି ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ସେହିପରି ବଜେଟରେ ଆବଣ୍ଟିତ ପୁଞ୍ଜିଗତ ଖର୍ଚ୍ଚ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ସରକାର କେବଳ ୩୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଗତବର୍ଷ ଏହି ସମୟରେ ଏହା ୩୭.୧ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ନିବେଶ ଭାରିମାତ୍ରାରେ ହ୍ରାସ ପାଇଛି। ୨୦୦୭ରୁ ୨୦୧୪ ମଧ୍ୟରେ ୫୦% ନିବେଶ ହୋଇଥିବା ବେଳେ ୨୦୧୪ରୁ ୨୦୧୯ ମଧ୍ୟରେ ଏହା ୩୦%କୁ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ଅତ୍ୟନ୍ତ ଗଭୀର। ଏହାର ଚେର ବହୁଦୂରକୁ ଲମ୍ବିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜର ପ୍ରଭାବ କେତେ ପଡୁଛି, ତାହା ଦେଖିବାକୁ ହେବ ବୋଲି ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri