ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା: ବର୍ଷକରେ ଗଲାଣି ୬ ଜୀବନ

ବଅଁରପାଳ, ୩୦।୧୨ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ବଳରାମପ୍ରସାଦ ବଡ଼ତଇଳା ସାହିରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ଷକ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୧୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ନିକଟରେ ଖବର ନ ଥିବା ଜଣାପଡ଼ିଛି।
ନାଲ୍‌କୋ ପାଉଁଶ ପୋଖରୀ ନିକଟରେ ରହିଛି ଏହି ସାହି। ଏଠାରେ ପ୍ରାୟ ୬ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ସାହିରେ ପିଇବା ପାଣି ସମସ୍ୟା ସହ ଅନେକ ସମୟରେ ନଳକୂପରୁ ନାଲି ପାଣି ବାହାରୁଥିବା ସାହିବାସୀ ପ୍ରକାଶ କରିଛନ୍ତି। ସେହିପରି ଖୋଲା କୂଅରେ ଧୂଳିଧୂଅଁ। ଓ ପାଉଁଶ ପଡ଼ୁଥିବା ଯୋଗୁ ଏହି ପାଣିକୁ ପାନୀୟ ଜଳ ଭାବେ ଲୋକମାନେ ବ୍ୟବହାର କରିବାକୁ ଭୟ କରୁଛନ୍ତି। ତେବେ ପିଇବା ପାଣି ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ସାହିରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଏହି ରୋଗରେ ବୀର ସାହୁ, ତାଙ୍କ ପୁଅ ସୁର ସାହୁ, ରମ୍ଭା ସାହୁ, ପତ୍ନୀ ସାହୁ ଓ ପଦ୍ମା ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଦିନ ପୂର୍ବରୁ ଜିତେନ୍ଦ୍ର ବେହେରାଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି। ସେହିପରି ଦୁଲର୍‌ଲଭ ସାହୁ, ଟୁନି ସାହୁ, ଗୋପୀ ସାହୁଙ୍କ ସମେତ ୧୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଗଁ।ରେ ପହଞ୍ଚତ୍ ନ ଥିବା ସାହିବାସୀ ପ୍ରକାଶ କରିଛନ୍ତି। ଏ ନେଇ ଲୋକେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ସ୍ଥାୟୀ ସମାଧାନ କରାଯାଇ ନ ଥିବା ସାହିବାସୀ ଅଭିଯୋଗ କରିଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ଖବର ସ୍ବାସ୍ଥ୍ୟ ବିଭାଗ ପାଖରେ ନ ଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସାହିର ସଂସାର ସାହୁ କୁହନ୍ତି, ଦୀର୍ଘ ଦିନ ହେଲା ୧୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ରହିଛନ୍ତି। ବର୍ଷକ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କାହାରି ଦେଖା ମିଳୁନାହିଁ। ୨୭ ନମ୍ବର ଜିଲା ପରିଷଦ ସଭ୍ୟା ମଞ୍ଜୁଲତା ସାହୁ କହିଛନ୍ତି, ପ୍ରକୃତ ପକ୍ଷରେ ସାହିରେ ଲୋକମାନେ ଦୂଷିତ ପାଣି ବ୍ୟବହାର କରି କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଝିଅକୁ କେନାଲକୁ ଠେଲି ଦେଲେ ବାପା: କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

ପୁଣେ,୩।୧: ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ…

ରାଜଧାନୀରେ କଳଙ୍କ: ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା, ଘଟଣା ସମ୍ପର୍କରେ ଜଣାଇଲେ…

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଏକ ଘଟଣା ବାପା-ଝିଅଙ୍କ ସମ୍ପର୍କକୁ କଳଙ୍କିତ କରିଛି। ଜଣେ ୧୪ ବର୍ଷୀୟା ଝିଅ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ ଆଣି ଏଫଆଇଆର ଦାୟର କରିଛନ୍ତି।…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଯୋଗୁ କ’ଣ ସବୁ ହେବ ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିକୁ ଭାରତର ଅର୍ଥନୀତି ପାଇଁ ଏକ ଐତିହାସିକ ମୋଡ଼ ବୋଲି ବିବେଚନା କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

‘ନିଜ ଉପରେ ବିଶ୍ୱାସ ଥିଲେ ସବୁକିଛି ସମ୍ଭବ…’, କାହିଁକି ଏମିତି କହିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତ୍ମବିଶ୍ୱାସ ହେଉଛି ଏପରି ଶକ୍ତି ଯାହା ସବୁକିଛି ସମ୍ଭବ କରିଥାଏ ଏବଂ ଏକ ବିକଶିତ ଭାରତର ସ୍ବପ୍ନକୁ ସାକାର…

ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ…

ଚାଇନା, ପାକିସ୍ତାନ, ବାଂଲାଦେଶକୁ ବଡ଼ ଝଟକା…, ଜାଣନ୍ତୁ ଟ୍ରେଡ ଡିଲ ପରେ ଆମେରିକା ବଜାରରେ କେମିତି ରାଜ୍‌ କରିବ ଭାରତ

ନୂଆଦିଲ୍ଲୀ,୩।୨: ସୋମବାର ରାତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri