ବଡ଼ ଓଡିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ, ୧୪ା୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ି ଜଗନ୍ନାଥ ଦାସଙ୍କ ସମୟରୁ ବଡ ଓଡ଼ିଆ ମଠ ଫୁଲର ଚଉସରା ମାଳ ଯୋଗାଇ ଆସୁଛି। ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଗେଣ୍ଡୁ ଫୁଲ ଓ ତୁଳସୀରେ ଚଉସରା ମାଳ ତିଆରି କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ୧୬ ହାତ ଲମ୍ବ, ଶ୍ରୀବଳଭଦ୍ରଙ୍କ ଲାଗି ୧୪ ହାତ, ଦେବୀ ସୁଭଦ୍ରାଙ୍କ ଲାଗି ୧୨ ହାତ ଏବଂ ଶ୍ରୀସୁଦର୍ଶନଙ୍କ ପାଇଁ ୮ ହାତ ଲମ୍ବର ଚଉସରା ମାଳ ପ୍ରସ୍ତୁତ ହୋଇଥିଲା। ଏହାବ୍ୟତୀତ ସୁଦର୍ଶନ, ମାଧବ, ଲକ୍ଷ୍ମୀ, ସରସ୍ବତୀ, ଭଣ୍ଡାର ଲୋକନାଥ, ମଦନ ମୋହନ, ବିମଳା, ମହାଲକ୍ଷ୍ମୀଙ୍କ ପାଇଁ ମାଳ ତିଆରି ହୋଇଥିଲା। ସନ୍ଧ୍ୟାରେ ମଠରୁ ଏହି ୪ଟି ଚଉସରା ମାଳ ସମେତ ଆହୁରି ୧୦୪ଟି ସାଦାମାଳକୁ ଚାଙ୍ଗୁଡ଼ିିରେ ରଖାଯାଇ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ବଡ଼ସିଂହାର ବେଶରେ ଠାକୁରଙ୍କୁ ଚଉସରା ମାଳ ଲାଗି କରାଯିବାର ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri