କଟକ ସଦର,୪ା୩(ଡି.ଏନ୍.ଏ.): ବିଳମ୍ବରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପ୍ରତିବାଦରେ କଟକ-ପାରାଦୀପ ରେଳପଥର ବଡ଼ଖଣ୍ଡାଏତା ଷ୍ଟେଶନରେ ମଙ୍ଗଳବାର ସକାଳେ ଯାତ୍ରୀମାନେ ୨ଘଣ୍ଟା ରେଳରୋକୋ କରିଥିଲେ। ସୂଚନା ଅନୁଯାୟୀ, ପାରାଦୀପ-ଭଦ୍ରକ ଟ୍ରେନ୍ ବିଳମ୍ବରେ ବଡ଼ଖଣ୍ଡଏତା ଷ୍ଟେଶନରେ ପହଞ୍ଚିଥିଲା। ଠିକ୍ ସେହି ସମୟରେ କଟକ ପଟୁ ପୁରୀ-ପାରଦୀପ ଟ୍ରେନ ମଧ୍ୟ ସେଠାରେ ପହଞ୍ଚିଥିଲା। ଏହା ପରେ କେତେଜଣ ଯାତ୍ରୀ ରେଳରୋକୋ କରିଥିଲେ। ପ୍ରତ୍ୟେକଦିନ ପାରାଦୀପ ପଟୁ ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍ ବିଳମ୍ବରେ ଛାଡୁଛି। ଫଳରେ କଟକ ଷ୍ଟେଶନରେ ଉକ୍ତ ଟ୍ରେନ୍ ବିଳମ୍ବରେ ପହଞ୍ଚିବା ଦ୍ୱାରା ଭୁବନେଶ୍ୱର ଯିବା ପାଇଁ ଯାତ୍ରୀମାନେ କୌଣସି ଟ୍ରେନ୍ ପାଇପାରନ୍ତି ନାହିଁ। ଏହି ସମସ୍ୟା ପ୍ରାୟ ୧ବର୍ଷ ଧରି ଲାଗିରହିଥିଲେ ମଧ୍ୟ ରେଲ୍ଓ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅନେକ ଯାତ୍ରୀ କହିଛନ୍ତି। ମାଲଗାଡିକୁ ସକାଳ ଓ ସନ୍ଧ୍ୟାରେ ଅଗ୍ରାଧିକାର ଦିଆଯାଉଥିବାରୁ ଯାତ୍ରୀବାହୀ ଟ୍ରେନ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି। ଗତ ଫେବୃୟାରୀ ୧୮ରେ ମଧ୍ୟ ଏହି ଷ୍ଟେଶନରେ ଏକା ସମସ୍ୟାକୁ ନେଇ ରୋଳରୋକୋ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଦୁଇ ଯାତ୍ରୀବାହୀ ଟ୍ରେନ୍ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା।
Posted inଆମ ଜିଲା ଖବର, କଟକ View All
ନୂଆବର୍ଷରେ ଅଘଟଣ: ବିଧବା ମହିଳାଙ୍କୁ ଚାପିଦେଲା ଅଜଣା ଗାଡ଼ି, କ୍ଷତିପୂରଣ ଦାବି କରି…
ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିଛି।...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି
ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...
Archives


