ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି ଘଟଣା ଗଜପତି ଜିଲା ନୂଆଗଡ ବ୍ଲକ ସୌରି ଗାଁରେ ଦେଖିବାକୁ ମିଳିଛି। ଲକ୍ଷ୍ମଣ ଭୂୟାଁଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ। ପୁଅ ଝିଅ ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ପରିଣତ ବୟସରେ ବୃଦ୍ଧା ବାପା ମା’ଙ୍କ ସେବା କରିବା ପାଇଁ ପାଖରେ କେହି ନ ଥିବା ବେଳେ ଘରେ କେବଳ ବୁଢା ବୁଢୀ ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ତେବେ ଧାନ, କୋଳଥ, କାଜୁ ଓ ଦୁଇଟି ଗାଈ ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୃତ୍ୟୁ ପୂର୍ବରୁ ନିଜ ପାଇଁ ସ୍ତ୍ରୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି। ଉପରେ ଛାତ କରି ସେଥିରେ ମାର୍ବଲ ଲଗାଯାଇଛି। ମୃତ୍ୟୁ ପରେ କାଳେ ପୁଅ,ଝିଅ ଦୁହିଁଙ୍କ ପାଇଁ ଭଲ ସମାଧି କରିବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ଏଭଳି କରିଥିବା ଜଣାପଡିଛି। ସମୟ ପାଇଲେ ସେ ନିଜେ ସମାଧି ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟନିତ ହେବା ସହ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

ବଡ଼ଦିନରୁ ବଢ଼ିବ ଶୀତ: କୁହୁଡ଼ି ପାଇଁ ଏହି ୧୨ ଜିଲାକୁ ସତର୍କତା

ଭୁବନେଶ୍ୱର,୨୩ା୧୨(ବନ୍ଦନା ସେଠୀ): ବଡଦିନରୁ ଆହୁରି ବଢିବ ଶୀତ। ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଥିବାବେଳେ ଆସନ୍ତା ୨୫ରୁ ଶୀତ ପ୍ରକୋପ ଅସମ୍ଭାଳ ହେବ। ପଶ୍ଚିମା...

ମଧ୍ୟପ୍ରଦେଶରୁ ଏୟାରଲିଫ୍ଟ ହେଲା ବାଘୁଣୀ

ସେଓନି,୨୩ା୧୨: ମଧ୍ୟପ୍ରଦେଶର ସେଓନିସ୍ଥିତ ପେଞ୍ଚ ରିଜର୍ଭର ଏକ ବାଘୁଣୀ ୨୪ ଦିନ ପରେ ବନ ବିଭାଗ ଅଧିକାରୀଙ୍କ ହାତରେ ଧରାଦେଇଛି। ରବିବାର ଏହାକୁ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର...

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri