ବଜ୍ରପାତରେ ନାବାଳିକା ଗୁରୁତର

କେନ୍ଦୁଝର,୧୬ା୫ (ସ୍ବ.ପ୍ର.)-ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ୩ ଗୋରୁ ପ୍ରାଣ ହରାଇଛନ୍ତି। ବାଉରୀପଦା ପଞ୍ଚାୟତ କେମ୍ପସଡ଼ା ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀ ଓ ବଜ୍ରପାତରେ କେମ୍ପସଡ଼ା ମୁଣ୍ତାସାହିର ଶିବାନୀ ମୁଣ୍ତା(୧୨)ଘରେ ଥିବା ଅବସ୍ଥାରେ ବଜ୍ରପାତ ହେବାରୁ ଘରକାନ୍ଥ ଭାଙ୍ଗିଯାଇଥିଲା। ଏଥିରେ ଶିବାନୀ ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଛନ୍ତି। ସେହିପରି ଘର ବାରଣ୍ତାରେ ଟୁନୁ ପାତ୍ରଙ୍କ ଗାଈ, ବାଛୁରୀ ଓ ବିଦେଶୀ ପାତ୍ରଙ୍କ ଏକ ବଳଦ ଛିଡ଼ା ହୋଇଥିବାବେଳେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାର ସୀମାରେ ପହଞ୍ଚିଲେ ଭାଜପାର ନେତା, ବିଧାୟକ ଉଦଘାଟନ କଲେ …

ଦାରିଙ୍ଗବାଡି,୨୯।୬(ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତା ଏବଂ କର୍ମୀମାନେ ଅଣ୍ଟା ଭିଡିଛନ୍ତି । ସମସ୍ତ ବୁଥ ସ୍ତରରେ କର୍ମୀମାନେ ପ୍ରତେକ…

ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି! ତୃତୀୟ ଭାଷାରେ ଦେବାକୁ ପଡ଼ିବନି…

ନୂଆଦିଲ୍ଲୀ,୨୯।୬: CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି। ବୋର୍ଡ କହିଛି ଯେ…

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri