Posted inକଟକ

ବଜ୍ରକାପ୍ତା ଉଦ୍ଧାର, ୨ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୧ା୫(ଡି.ଏନ୍‌.ଏ.): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନ ବିଭାଗ ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଚନ୍ଦ୍ରମଣି ଜେନା, କଟକ ଶିଖରପୁର ଅଞ୍ଚଳର ମନୋଜ ଦଳାଇ। ଏମାନଙ୍କ ନିକଟରୁ ଗୋଟିଏ ବଜ୍ରକାପ୍ତା ସହ ଦୁଇଟି ବାଇକ୍‌ ଜବତ ହୋଇଛି। ସୂଚନା ଅନୁଯାୟୀ, ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନେଇ ଗତ ମଙ୍ଗଳବାର ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ଚରଣ ବେହେରା କୌଣସି ସୂତ୍ରରୁ ଖବର ପାଇଥିଲେ। ରାଜକନିକା ଅଞ୍ଚଳର ଚନ୍ଦ୍ରମଣି ଏକ ସ୍କୁଟିରେ କଟକ ଅଭିମୁଖେ ଯାଉଥିବା ବେଳେ ନୂଆପାଟଣା ମଧୁସୂଦନ ସେତୁ ନିକଟରୁ ବନକର୍ମଚାରୀମାନେ ତାଙ୍କୁ ଅଟକାଇବା ସହ ଧରିଥିଲେ। ଏହା ସହ ତାଙ୍କ ସ୍କୁଟିରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ। ସେ ଶିଖରପୁର ଅଞ୍ଚଳର ମନୋଜଙ୍କ ନିକଟକୁ ନେଉଥିବା ବନକର୍ମଚାରୀଙ୍କୁ କହିଥିଲେ। ଏହା ପରେ ମନୋଜଙ୍କୁ ଫୋନ କରି ଡାକିବା ପାଇଁ ଚନ୍ଦ୍ରମଣିଙ୍କୁ ବନକର୍ମଚାରୀ କହିଥିଲେ। ମନୋଜ ସେଠାରେ ପହଞ୍ଚିବା ପରେ ବନକର୍ମଚାରୀମାନେ ମଧ୍ୟ ତାଙ୍କୁ କାବୁ କରିନେଇଥିଲେ। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ବେହେରାଙ୍କ ସମେତ ଫରେଷ୍ଟର ଅକ୍ଷୟ ପ୍ରଧାନ, ରାକେଶ ଦଳାଇ, ରମାକାନ୍ତ ବଳବନ୍ତରାୟ, ଆଶିଷ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ...

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌: ଏହି ଦିନ ମ୍ୟାଚ୍‌ର ମଜା ନେବେ ଦର୍ଶକ

କଟକ,୨୦।୩: ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌। ୨୦୨୫ ମସିହାରେ ଭାରତ ଏବଂ ଇଂଲଣ୍ଡ...

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ...

ଚୁଡ଼ାରେ ରଙ୍ଗ: ମାଲଗୋଦାମରେ ଚଢ଼ାଉ

କଟକ,୨୦ା୬ (କାର୍ତ୍ତିକ ସାହୁ)ସାଧାରଣ ଲୋକଠୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ଦ୍ୱାରା ଚୁଡ଼ା ଏକ ସହଜ, ସରଳ ତଥା ଗ୍ରହଣୀୟ ଖାଦ୍ୟ। ମାତ୍ର ସେହି ଚୁଡ଼ାରେ...

ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ...

ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌...

ଶୁଟିଂ ସାରି ଫେରୁଥିବାବେଳେ ଅଘଟଣ: ଟ୍ରକ୍‌କୁ ପିଟିଲା କାର୍‌, ଜଣେ ମୃତ

କଟକ,୧୯।୬(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ତ୍ରିଶୁଳିଆ କାଜିପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। ଏହି ଦୁର୍ଘଟଣାରେ...

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri