Posted inଜାତୀୟ

ବଜେଟ ପୂର୍ବରୁ କାହିଁକି ହୁଏ ‘ହାଲଓ୍ବା ରଶମ’

ନୂଆଦିଲ୍ଲୀ,୨୦।୧: ଚଳିତ ବର୍ଷ ଫେବୃୟାରୀ ୧ରେ ଦେଶର ବଜେଟ ଉପସ୍ଥାପନ ହେବ। ୨୦୨୦-୨୧ର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିଜର ପେଡ଼ି ଖୋଲି ଉପସ୍ଥାପନ କରିବେ। ତେବେ ଏହା ପୂର୍ବରୁ କେତେକ କାର୍ଯ୍ୟର ବିଶେଷ ମହତ୍ତ୍ୱ ରହିଛି। ସେଥିମଧ୍ୟରୁ ‘ହାଲଓ୍ବା ରଶମ’ ଅନ୍ୟତମ। ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୁହଁ ମିଠା କରାଯାଇଥାଏ। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଫଳ ଓ ସୁଦୃଢ଼ କରିବା ଆଶାରେ ବଜେଟ କାର୍ଯ୍ୟ ଆରମ୍ଭରୁ ‘ହାଲଓ୍ବା ରଶମ’ କରାଯାଇଥାଏ। ଚଳିତ ବର୍ଷ ବଜେଟର କାଗଜପତ୍ରର ଛପା କାର୍ଯ୍ୟ ସୋମବାର ‘ହାଲଓ୍ବା ରଶମ’ରୁ ଆରମ୍ଭ ହୋଇଛି। ଏହି ରଶମ ଅନୁସାରେ ଲୁହାର ଏକ ବାସନରେ ହାଲଓ୍ବା ତିଆରି କରାଯାଇଥାଏ। ଏଥିପାଇଁ ପ୍ରଥମେ କଢ଼େଇକୁ ଗରମ କରି ସେଥିରେ ଅର୍ଥମନ୍ତ୍ରୀ ଘିଅ ପକାଇ ହାଲଓ୍ବା ପ୍ରସ୍ତୁତ କରିଥାନ୍ତି। ହାଲଓ୍ବା ପ୍ରସ୍ତୁତ ହେବା ପରେ ନିଜ ହାତରେ ବଜେଟର ନେତୃତ୍ୱ ନେଇଥିବା ଅର୍ଥମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ପରସିଥାନ୍ତି।

ଏହାପରେ ସମସ୍ତ କର୍ମଚାରୀ ନର୍ଥ ବ୍ଲକ ଭିତରେ ବଜେଟର ଛପା କାର୍ଯ୍ୟରେ ଲାଗିପଡ଼ିଥାନ୍ତି। ସେହି ସମୟରେ କୌଣସି କର୍ମଚାରୀ ନିଜ ଘରକୁ ନ ଯିବା ସହ ବାହାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିଥାନ୍ତି। ବଜେଟ ଉପସ୍ଥାପନ ପର୍ଯ୍ୟନ୍ତ ସେହି ରୁମ୍‌ରେ କର୍ମଚାରୀମାନେ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହି ସେମାନଙ୍କ କାର୍ଯ୍ୟ କରିଥାଆନ୍ତି। କେବଳ ସେତିକି ନୁହେଁ ଉକ୍ତ ରୁମ୍‌କୁ ଯିବା ପୂର୍ବରୁ ତାଙ୍କଠାରୁ ଫୋନ୍‌ ନିଆଯାଇଥାଏ। ଫଳରେ ସେମାନେ ଉକ୍ତ ଦିନ ଯାଏ କାହାରିକୁ ବି ସର୍ମ୍ପକ କରିପାରି ନ ଥାନ୍ତି। ଏପରିକି ପରିବାର ସହ ମଧ୍ୟ ସମ୍ପର୍କ କରିବା ପାଇଁ ଅନୁମତି ମିଳି ନ ଥାଏ। ସେଠାରେ ତାଙ୍କ ପାଇଁ ଖାଇବା, ପିଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯାଇଥାଏ। ଆଉ ଏହି ସବୁ କାର୍ଯ୍ୟ ପ୍ରତିବର୍ଷ ବଜେଟ ପୂର୍ବରୁ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri