Posted inଜାତୀୟ

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୁଶାସନ ପାଇଁ ନାଗରିକମାନଙ୍କ ଅଧିକାର ବଜାୟ ରଖିବା ଜରୁରୀ ହୋଇପଡ଼ିଛି। ମହାବିକାଶ ଅଘାଡ଼ି ମେଣ୍ଟ ପକ୍ଷରୁ ଦାଏର ଆବେଦନର ରାୟ ଶୁଣାଇ ମଙ୍ଗଳବାର ଏହା କହିଛନ୍ତି ସୁପ୍ରିମକୋର୍ଟ।
ସରକାର ଗଠନକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସ୍ଥିତିରେ ସୁପ୍ରିମକୋର୍ଟ ନିଜ ପରିସୀମା ସମ୍ପର୍କରେ ଅବତାରଣା କରିଛନ୍ତି। ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନା, ଅଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ୧୯ ପୃଷ୍ଠା ସମ୍ବଳିତ ରାୟର ପ୍ରଥମ ପାରାରେ କହିଛନ୍ତି, ଅଦାଲତଗୁଡ଼ିକର ବିଚାର ପରିସର ଓ ସଂସଦୀୟ ସ୍ବାଧୀନତା ମଧ୍ୟରେ ଦୀର୍ଘ ସମୟ ଧରି ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଛି। ଏଥିରେ ଦ୍ୱିମତ ହେବାର ନାହିଁ। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନ୍ୟାୟିକ ହସ୍ତକ୍ଷେପ ଶେଷ ବିକଳ୍ପ ହୋଇଥିବାରୁ ସଂସ୍ଥାଗତ ଶିଷ୍ଟାଚାରର ପୁନର୍ଗଠନ ଓ କ୍ଷମତା ବିଭାଜନର ଆବଶ୍ୟକତା ରହିଛି।

ମଙ୍ଗଳବାର ଘଟଣାକ୍ରମ

ପୂର୍ବାହ୍ନ ୯ଟା ୧୪ : ଶିବସେନା ମୁଖପତ୍ର ‘ସାମ୍‌ନା’ ସମ୍ପାଦକୀୟରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସମାଲୋଚନା।
ପୂର୍ବାହ୍ନ ୧୦ଟା ୩୯ : ବୁଧବାର ଅପରାହ୍ନ ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ।
ପୂର୍ବାହ୍ନ ୧୧ଟା ୨୨ : ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଲେ ସତ୍ୟ କେବେହେଲେ ପରାଜୟ ହେବ ନାହିଁ।
ପୂର୍ବାହ୍ନ ୧୧ଟା ୩୨ : ମହାରାଷ୍ଟ୍ରରେ ଭାଜପାର ରାଜନୀତିକୁ ବିରୋଧ କରି ସମ୍ବିଧାନ ଦିବସରେ ପାର୍ଲାମେଣ୍ଟର ମିଳିତ ଅଧିବେଶନକୁ କଂଗ୍ରେସ ଓ ଶିବସେନା ଏମ୍‌ପିଙ୍କ ସହ ବିରୋଧୀଙ୍କ କକ୍ଷତ୍ୟାଗ।
ପୂର୍ବାହ୍ନ ୧୧ଟା ୩୯ : ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅତୁଟ ରଖିଥିବାରୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଖୁସି ବ୍ୟକ୍ତ କଲେ।
ଅପରାହ୍ନ ୧୨ଟା ୭ : ଶିବସେନା ନେତା ଉଦ୍ଧବ ଠାକ୍‌ରେଙ୍କ ନିକଟରେ ୧୬୨ ବିଧାୟକଙ୍କ ସମର୍ଥନ ଥିବାରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଇସ୍ତଫା ଦେଇଦେବା ଉଚିତ ବୋଲି ମତ ଦେଲେ ଶିବସେନା ନେତା ଏକ୍‌ନାଥ ସିନ୍ଦେ।
ଅପରାହ୍ନ ୧୨ଟା ୩୪ : ସାମ୍ପ୍ରତିକ ମହାରାଷ୍ଟ୍ରର ରାଜନୈତିକ ସ୍ଥିତିରେ କେନ୍ଦ୍ରର ହସ୍ତକ୍ଷେପକୁ ଦେଖିଲେ ସାମ୍ବିଧାନିକ ନୀତିଆଦର୍ଶ ସୁରକ୍ଷିତ ଥିବା ଭଳି ଲାଗୁନି ବୋଲି ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।
ଅପରାହ୍ନ ୧ଟା ୧୮ : ମଙ୍ଗଳବାର ସନ୍ଧ୍ୟାରେ ଫଡ୍‌ନବିସ ଡ଼ାକିଥିବା ବୈଠକରେ ଯୋଗଦେବାକୁ ସମସ୍ତ ନବନିର୍ବାଚିତ ଭାଜପା ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ କୁହାଗଲା।
ଅପରାହ୍ନ ୨ଟା ୧୭ : ଆସ୍ଥାଭୋଟ ପୂର୍ବରୁ ଜଣେ ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେବା ଲାଗି କଂଗ୍ରେସ ମତ ଦେଲା।
ଅପରାହ୍ନ ୨ଟା ୨୯ : ପାର୍ଲାମେଣ୍ଟରେ ଅନୁଷ୍ଠିତ ସମ୍ବିଧାନ ଦିବସକୁ ବର୍ଜନ କରିଥିବା କଂଗ୍ରେସକୁ ଭାଜପା ନେତା ରବିଶଙ୍କର ପ୍ରସାଦଙ୍କ ସମାଲୋଚନା।
ଅପରାହ୍ନ ୩ଟା ୧ : ମହାରାଷ୍ଟ୍ରରେ ଶକ୍ତିପରୀକ୍ଷା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ ଶାହ ଓ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ମଧ୍ୟରେ ବୈଠକ।
ଅପରାହ୍ନ ୩ଟା ୧୬ : କଂଗ୍ରେସ, ଏନ୍‌ସିପି ସହଯୋଗରେ ଶିବସେନା ନେତା ଉଦ୍ଧବ ଠାକ୍‌ରେ ସମ୍ପୂର୍ଣ୍ଣ ୫ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳୀୟ ନେତା ସଞ୍ଜୟ ରାଉତ ମତ ଦେଲେ।
ଅପରାହ୍ନ ୩ଟା ୧୮ : ଅଜିତ ପାଓ୍ବାର ଏବେ ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟରେ ବୋଲି ଶିବସେନା ନେତା ସଞ୍ଜୟ ରାଉତ ଦାବି କଲେ।
ଅପରାହ୍ନ ୩ଟା ୨୦ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବାରଙ୍କ ଇସ୍ତଫା ଦେଇଥିବା କହିଲେ ଶିବସେନା ନେତା ସଞ୍ଜୟ ରାଉତ।
ଅପରାହ୍ନ ୩ଟା ୩୬ : ମହାରାଷ୍ଟ୍ର ଜନମତ ଶିବସେନା ଅପେକ୍ଷା ଭାଜପା ପାଖରେ ଅଧିକ ବୋଲି ଖବରଦାତା ସମ୍ମିଳନୀରେ ମତ ଦେଲେ ଦେବେନ୍ଦ୍ର ଫଡ୍‌ନବିସ୍‌।
ଅପରାହ୍ନ ୩ଟା ୪୪ : ରାଜଭବନକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଖବରଦାତା ସମ୍ମିଳନୀରେ କହିଲେ ଫଡ୍‌ନବିସ୍‌।
ଅପରାହ୍ନ ୫ଟା ୬ : ଭାଜପା ନେତା କାଳିଦାସ କୋଲମ୍ବକରଙ୍କୁ ମହାରାଷ୍ଟ୍ର ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଗଲା।
ରାତି ୮ଟା ୧୨ : ରାଜ୍ୟପାଳଙ୍କୁ ତରବରିଆ ନିଷ୍ପତ୍ତିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେଗୌଫଡ଼ାଙ୍କ ସମାଲୋଚନା। ହଠାତ୍‌ ରାଷ୍ଟ୍ରପତି ଶାସନ ହଟାଇ ଫଡ୍‌ନବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।
ରାତି ୯ଟା ୧୨ : ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବାମ ଦଳର ସମାଲୋଚନା।
ରାତି ୯ଟା ୧୩ : ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ।
ରାତି ୯ଟା ୩୯ : ଏନ୍‌ସିପି ନେତା ଅଜିତ ପାଓ୍ବାର ଦଳୀୟ ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ।
ରାତି ୯ଟା ୪୦ : ଉଦ୍ଧବ ଠାକ୍‌ରେ ରାଜଭବନରେ ପହଞ୍ଚି ମହାରାଷ୍ଟ୍ରରେ ନୂଆ ସରକାର ଗଠନ ଲାଗି ଦାବି କଲେ।
ରାତି ୯ଟା ୪୬ : ମୁମ୍ବାଇରେ ବରିଷ୍ଠ ଭାଜପା ନେତା ଓ ନବନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ବୈଠକ ଆରମ୍ଭ।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାଁ ବଦଳିଲା

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାହାଜ ଚଳାଚଳ ମନ୍ତ୍ରଣାଳୟର ନାଁ ବଦଳାଇଛନ୍ତି। ଏହାର ନାଁ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ...

ଇସିଙ୍କ ନୋଟିସର ଏଭଳି ଜବାବ ଦେଲେ ମମତା

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରତି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଜବାବ ରଖିଛନ୍ତି। କେନ୍ଦ୍ରୀୟ...

ଉନ୍ନାଓ ମାମଲା: ଡିସେମ୍ବର ୨୦ରେ ଆସିବ ରାୟ

ନୂଆଦିଲ୍ଲୀ,୧୭।୧୨: ବହୁଚର୍ଚ୍ଚିତ ୨୦୧୭ର ଉନ୍ନାଓ ଗଣବଳାତ୍କାର ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ସୋମବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।...

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି...

ଉତ୍ତର ପୂର୍ବ ଭାରତରେ ହିଂସାକୁ ଦେଖି ଆମେରିକା, ଫ୍ରାନ୍ସ , ବ୍ରିଟେନ ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୪।୧୨: ନାଗରିକତା ସଂଶୋଧନ ନିୟମ(ସିଏଏ) ହେବା ପରେ ଉତ୍ତର ପୂର୍ବ ରାଜ୍ୟରେ ଦେଖାଦେଇଥିବା ହିଂସା ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି। ସରକାର ଗୁଆହାଟୀରେ ଲଗାଇଥିବା କର୍ଫ୍ୟୁକୁ...

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି...

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି।...

Advertisement

BGU

Archives

Model This Week

Why Dharitri