ବଜାରକୁ ଆସିଲା ‘ଇଟ୍‌ କପ୍‌’

ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି। ଏହାଭିତରେ ହାଇଦ୍ରାବାଦ୍‌ର ଏକ କମ୍ପାନୀ ଏଭଳି ଏକ କପ୍‌ ତିଆରି କରିଛି, ଯେଉଁଥିରେ ଥଣ୍ଡା କିମ୍ବା ଗରମ ପାନୀୟ ପିଇବା ପରେ କପ୍‌କୁ ଫୋପାଡ଼ିବା ବଦଳରେ ଖାଇହେବ। ମଞ୍ଜି ଜାତୀୟ ଶସ୍ୟରେ ତିଆରି ଏହି କପ୍‌ରେ ସବୁ ପ୍ରକାରର ପାନୀୟ ପଦାର୍ଥ ରଖିହେବ। ଲୋକେ ଏହାକୁ ବ୍ୟବହାର କରିବା ପରେ ଖାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି କପ୍‌କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ପକ୍ଷରୁ ଏହି କପ୍‌ ତିଆରି କରାଯାଇଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ଖାଦ୍ୟ ପଦାର୍ଥ ରଖାଯାଉଥିବା ବା ଖାଇବାକୁ ଦିଆଯାଉଥିବା ଥଳୀକୁ ପରବର୍ତ୍ତୀ ସମୟରେ ଫୋପାଡ଼ିବାକୁ ପଡ଼ିଥାଏ। ଏହା ଆମ ସ୍ବାସ୍ଥ୍ୟ ଓ ପ୍ରକୃତି ଉପରେ କୁପ୍ରଭାବ ପକାଇଥାଏ। କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଅଶୋକ କୁମାର କୁହନ୍ତି, ‘ଇଟ୍‌ କପ୍‌’କୁ ପ୍ରାକୃତିକ ବୀଜରେ ତିଆରି କରାଯାଇଛି। ଏହାକୁ ପ୍ଲାଷ୍ଟିକ୍‌ ଓ କାଗଜର ବିକଳ୍ପ ଭାବେ ବ୍ୟବହାର କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଲକ୍ଷ ୧୦ ହଜାର…

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri