Posted inଖେଳ

ବକ୍ସିଂ ରିଙ୍ଗ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜର ଖୋରାକ ଯୋଗାଇଥିଲା। ଅନ୍ତିମ ଦିବସରେ ପଟିଆଲାର ଦୁଇ ଭାଇଙ୍କୁ ବକ୍ସିଂ ରିଙ୍ଗ୍‌ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଦେଖା ଯାଇଥିଲା। ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟଳୟରେ ପଢ଼ୁଥିବା ଗୁରବିନ୍ଦର ସିଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ତାଙ୍କ ସାନଭାଇ ହରବିନ୍ଦର ସିଂଙ୍କ ସହ ୪୯ କେଜି କାଟେଗୋରିରେ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। କେହି କାହାରିକୁ ଛାଡ଼ିବା ସ୍ଥିତିରେ ନ ଥିବାରୁ ଲଢ଼େଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷରେ ଗୁରବିନ୍ଦର ୨-୧ ପଏଣ୍ଟ ବ୍ୟବଧାନରେ ହରବିନ୍ଦରଙ୍କୁ ପରାସ୍ତ କରିଥିଲେ। ”ଆମେ ଯେତେବେଳେ ରିଙ୍ଗ୍‌କୁ ଗଲୁ ଦୁଇ ଭାଇ ବୋଲି ଭୁଲି ଯାଇଥିଲୁ। ଉଭୟ ଲଢ଼େଇରେ ବିଜୟୀ ହେବାକୁ ଚାହିଁଥିଲୁ। କୌଣସି ପରିସ୍ଥିତିରେ ହାଲ୍‌କା ମନୋଭାବ ପୋଷଣ ସମ୍ଭବ ନ ଥିଲା“ ବୋଲି ଗୁରବିନ୍ଦର ପ୍ରକାଶ କରିଛନ୍ତି। ପ୍ରଥମ ଅଣଭାରତୀୟଭାବେ ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିବା କ୍ୟୁବାର ବି.ବେର୍ନାଣ୍ଡେଜ୍‌ଙ୍କ ନିକଟରେ ଦୁଇ ଭାଇ ପ୍ରଶିକ୍ଷଣ ନେଉଛନ୍ତି। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ ରହିଛି ବୋଲି କୋଚ୍‌ ବେର୍ନାଣ୍ଡେଜଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri