ଫ୍ୟାଶନରେ ଅଳତା

ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍‌ମିଲ୍‌ ଡ୍ରେସ୍‌ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ ଜୁଏଲେରୀ ଆଉ ତା’ସହିତ ସୁନ୍ଦର ଦେଖାଯିବା ଭଳି ମେକ୍‌ଅପ୍‌ ସେମାନଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ସେହିପରି ପାଦକୁ ଆକର୍ଷଣୀୟ କରିବା ପାଇଁ ପାଉଁଜି ପିନ୍ଧିବା ସହ ଏହି ସମୟରେ ଅଳତାକୁ ବି ଗୁରୁତ୍ୱ ଦିଆଯାଇଥାଏ। ତେବେ ଆଜିକାଲି ଦେଖିବାକୁ ମିଳୁଛି, ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ମହିଳାମାନେ ହାତରେ ସୁନ୍ଦର ସୁନ୍ଦର ଡିଜାଇନ୍‌ର ମେହେନ୍ଦି ଲଗାଇବା ପରି ପାଦରେ ବି କେତେ ଭିନ୍ନ ଭିନ୍ନ ଡିଜାଇନ୍‌ର ଅଳତା ଲଗାଉଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଚାନ୍ଦପଟ୍ଟି ଡିଜାଇନ୍‌: ଅଳତା ଲଗାଇବାର ସବୁଠାରୁ ସହଜ ଓ ସରଳ ଡିଜାଇନ୍‌ ହେଉଛି ଚାନ୍ଦପଟ୍ଟି। ଏଥିରେ ପାଦ ଓ ଆଙ୍ଗୁଠିରେ ଅଳତା ଲଗାଇଲା ପରେ ମଝିରେ ଏକ ଛୋଟ ଚକ୍ରାକାର ଗୋଲ କରାଯାଇଥାଏ। ତା’ପରେ ସେହି ଗୋଲର ଉପର ଓ ତଳ ଭାଗରେ ଦୁଇଟି ପଟ୍ଟି ଅଳତାରେ ଟଣାଯାଇଥାଏ। କିନ୍ତୁ ଏବେ ମହିଳାମାନେ ଚାନ୍ଦପଟ୍ଟି ଡିଜାଇନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ନିଜ ଇଚ୍ଛାନୁଯାୟୀ ଅଳତାରେ କେତେ ନୂଆ ନୂଆ ଡିଜାଇନ୍‌ ବି ପାଦରେ କରି ଦେଉଛନ୍ତି।

ଅଳତା ଆଉଟ୍‌ ଲାଇନ୍‌ ଡିଜାଇନ୍‌: ପାଦରେ କେବଳ ସିମ୍ପଲ ଡିଜାଇନ୍‌ର ଅଳତା ନ ଲଗାଇ ଆପଣ ଚାହିଁଲେ ସେଥିରେ କିଛି ଆଉଟ୍‌ ଲାଇନ୍‌ ବି କରିପାରିବେ। ଖାସ୍‌କରି ଲିଫ୍‌ ଡିଜାଇନ୍‌, ମୟୂର ଡିଜାଇନ୍‌ କିମ୍ବା ଅରବିକ୍‌ ଡିଜାଇନ୍‌ର ଆଉଟ୍‌ ଲାଇନ୍‌ ପାଦକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଯଦି ଏସବୁ ଡିଜାଇନ୍‌ କରିବାକୁ କଷ୍ଟ ହେବ ତା’ହେଲେ ଆପଣ ଚାହିଁଲେ ସିମ୍ପଲ୍‌ ପଟ୍ଟିବାଲା ଆଉଟ ଲାଇନ୍‌ ଡିଜାଇନ୍‌ ବି ପାଦରେ କରିପାରିବେ।

ମେହେନ୍ଦି ସହିତ ଅଳତା: ଯଦି ଆପଣ ପାଦକୁ ମେହେନ୍ଦି ସହିତ ଅଳତାରେ ସଜାଇବାକୁ ଚାହୁଁଥାନ୍ତି, ତା’ହେଲେ ପ୍ରଥମେ ପାଦରେ ମେହେନ୍ଦିରେ ସୁନ୍ଦର ଡିଜାଇନ୍‌ କରିଦିଅନ୍ତୁ। ତା’ପରେ ସେହି ମେହେନ୍ଦି ଡିଜାଇନ୍‌ର ଚାରିପଟେ ସରୁ କାଠି ସାହାଯ୍ୟରେ ଅଳତାରେ ଆଉଟ୍‌ ଲାଇନ୍‌ କରିପାରିବେ। ଏହା ବି ପାଦକୁ ଖୁବ୍‌ ସୁନ୍ଦର ଲୁକ୍‌ ଦେଇଥାଏ।
ଜିଙ୍କ୍‌ ଅଳତାରେ ସଜାନ୍ତୁ ପାଦ: ଆଜିକାଲି ମାର୍କେଟ୍‌ରେ ଏମିତି ଏକ ସ୍ବତନ୍ତ୍ର ଧରଣର ଅଳତା ବି ମିଳିଲାଣି, ଯାହାକୁ ପାଦରେ ଲଗାଇଲେ ପାଦ ଆକର୍ଷଣୀୟ ଲାଗିବା ସହ ଆଲୋକରେ ଚିକ୍କ ଚିକ୍କ ବି କରିବ। କାରଣ ଏହି ଅଳତାରେ ଟିକେ ଜିଙ୍କ ଭାଗ ମିଶିକି ରହିଥାଏ।

ଅଳତାରେ ବି ଲଗାଇପାରିବେ ମେହେନ୍ଦି: ଆପଣ ଚାହିଁଲେ ସରୁ ବ୍ରସ୍‌ କିମ୍ବା କାଠି ସାହାଯ୍ୟରେ ପାଦରେ ଅଳତାର ମେହେନ୍ଦି ଡିଜାଇନ୍‌ ବି କରିପାରିବେ। ଏହା ଖୁବ୍‌ ସରୁ ସରୁ ଡିଜାଇନ୍‌ର ହୋଇଥିବାରୁ ପାଦକୁ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ସେହିପରି ଅଳତାର ଲେହେରିଆ ଡିଜାଇନ୍‌ ବି ପାଦକୁ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ

ବର୍ତ୍ତମାନ ଅଧିକାଂଶ ମହିଳା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ...

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’...

ସେଓ ପକୋଡା

ଆବଶ୍ୟକ ସାମଗ୍ରୀ ଦୁଇଟି ସେଓ, ବେସନ ୪ ଚାମଚ, ଚାଉଳଗୁଣ୍ଡ ଦୁଇଚାମଚ,ଆବଶ୍ୟକ ତେଲ ଡିପ୍‌ ଫ୍ରାଏ କରିବାକୁ ,ନାଲିଲଙ୍କା ଗୁଣ୍ଡ ଏକ ଚାମଚ,ଚାର୍ଟ ମସଲା ଏକ...

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ...

ପୁଅଙ୍କ ଏସବୁ ଗୁଣ ଆକର୍ଷିତ କରେ ଝିଅଙ୍କୁ

ଝିଅମାନେ ଜୀବନସାଥୀ ହିସାବରେ ଏକ ଭଲ ମଣିଷକୁ ପାଇବାକୁ ଚାହିଁଥାନ୍ତି। ତାଙ୍କର ଭଲ ଗୁଣକୁ ପସନ୍ଦ କରନ୍ତି । ଏହି ଗୁଣ ଗୁଡିକ ଦେଖି ଝିଅମାନେ...

ଭାରତର ଏହି ୪ ସହର: ଯେଉଁଠି ଦେଖିବାକୁ ମିଳେ ହୋଲିର ସ୍ବତନ୍ତ୍ରତା

ରଙ୍ଗର ପର୍ବ ହୋଲି। ଭାରତରେ ପାଳନ କରାଯାଉଥିବା ବିଭିନ୍ନ ପରମ୍ପରା ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସ୍ଥାନରେ ହୋଲି ପାଳନର ଶୈଳୀ ମଧ୍ୟ ଭିନ୍ନ।...

‘ମାଟିହାଣ୍ଡି ମଟନ’

ବର୍ତ୍ତମାନ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଥାନୀୟ ଖାଦ୍ୟ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଭିନ୍ନ ଭିନ୍ନ ଡିସ୍‌ ପରଷୁଛନ୍ତି। ତେବେ ମୟୂରଭଞ୍ଜ ଆସିଲେ ଲୋକେ...

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର...

Play 250+ Trending Games
Archives

Model This Week

Why Dharitri