ଫ୍ୟାଶନରେ ଅଳତା

ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍‌ମିଲ୍‌ ଡ୍ରେସ୍‌ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ ଜୁଏଲେରୀ ଆଉ ତା’ସହିତ ସୁନ୍ଦର ଦେଖାଯିବା ଭଳି ମେକ୍‌ଅପ୍‌ ସେମାନଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ସେହିପରି ପାଦକୁ ଆକର୍ଷଣୀୟ କରିବା ପାଇଁ ପାଉଁଜି ପିନ୍ଧିବା ସହ ଏହି ସମୟରେ ଅଳତାକୁ ବି ଗୁରୁତ୍ୱ ଦିଆଯାଇଥାଏ। ତେବେ ଆଜିକାଲି ଦେଖିବାକୁ ମିଳୁଛି, ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ମହିଳାମାନେ ହାତରେ ସୁନ୍ଦର ସୁନ୍ଦର ଡିଜାଇନ୍‌ର ମେହେନ୍ଦି ଲଗାଇବା ପରି ପାଦରେ ବି କେତେ ଭିନ୍ନ ଭିନ୍ନ ଡିଜାଇନ୍‌ର ଅଳତା ଲଗାଉଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଚାନ୍ଦପଟ୍ଟି ଡିଜାଇନ୍‌: ଅଳତା ଲଗାଇବାର ସବୁଠାରୁ ସହଜ ଓ ସରଳ ଡିଜାଇନ୍‌ ହେଉଛି ଚାନ୍ଦପଟ୍ଟି। ଏଥିରେ ପାଦ ଓ ଆଙ୍ଗୁଠିରେ ଅଳତା ଲଗାଇଲା ପରେ ମଝିରେ ଏକ ଛୋଟ ଚକ୍ରାକାର ଗୋଲ କରାଯାଇଥାଏ। ତା’ପରେ ସେହି ଗୋଲର ଉପର ଓ ତଳ ଭାଗରେ ଦୁଇଟି ପଟ୍ଟି ଅଳତାରେ ଟଣାଯାଇଥାଏ। କିନ୍ତୁ ଏବେ ମହିଳାମାନେ ଚାନ୍ଦପଟ୍ଟି ଡିଜାଇନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ନିଜ ଇଚ୍ଛାନୁଯାୟୀ ଅଳତାରେ କେତେ ନୂଆ ନୂଆ ଡିଜାଇନ୍‌ ବି ପାଦରେ କରି ଦେଉଛନ୍ତି।

ଅଳତା ଆଉଟ୍‌ ଲାଇନ୍‌ ଡିଜାଇନ୍‌: ପାଦରେ କେବଳ ସିମ୍ପଲ ଡିଜାଇନ୍‌ର ଅଳତା ନ ଲଗାଇ ଆପଣ ଚାହିଁଲେ ସେଥିରେ କିଛି ଆଉଟ୍‌ ଲାଇନ୍‌ ବି କରିପାରିବେ। ଖାସ୍‌କରି ଲିଫ୍‌ ଡିଜାଇନ୍‌, ମୟୂର ଡିଜାଇନ୍‌ କିମ୍ବା ଅରବିକ୍‌ ଡିଜାଇନ୍‌ର ଆଉଟ୍‌ ଲାଇନ୍‌ ପାଦକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଯଦି ଏସବୁ ଡିଜାଇନ୍‌ କରିବାକୁ କଷ୍ଟ ହେବ ତା’ହେଲେ ଆପଣ ଚାହିଁଲେ ସିମ୍ପଲ୍‌ ପଟ୍ଟିବାଲା ଆଉଟ ଲାଇନ୍‌ ଡିଜାଇନ୍‌ ବି ପାଦରେ କରିପାରିବେ।

ମେହେନ୍ଦି ସହିତ ଅଳତା: ଯଦି ଆପଣ ପାଦକୁ ମେହେନ୍ଦି ସହିତ ଅଳତାରେ ସଜାଇବାକୁ ଚାହୁଁଥାନ୍ତି, ତା’ହେଲେ ପ୍ରଥମେ ପାଦରେ ମେହେନ୍ଦିରେ ସୁନ୍ଦର ଡିଜାଇନ୍‌ କରିଦିଅନ୍ତୁ। ତା’ପରେ ସେହି ମେହେନ୍ଦି ଡିଜାଇନ୍‌ର ଚାରିପଟେ ସରୁ କାଠି ସାହାଯ୍ୟରେ ଅଳତାରେ ଆଉଟ୍‌ ଲାଇନ୍‌ କରିପାରିବେ। ଏହା ବି ପାଦକୁ ଖୁବ୍‌ ସୁନ୍ଦର ଲୁକ୍‌ ଦେଇଥାଏ।
ଜିଙ୍କ୍‌ ଅଳତାରେ ସଜାନ୍ତୁ ପାଦ: ଆଜିକାଲି ମାର୍କେଟ୍‌ରେ ଏମିତି ଏକ ସ୍ବତନ୍ତ୍ର ଧରଣର ଅଳତା ବି ମିଳିଲାଣି, ଯାହାକୁ ପାଦରେ ଲଗାଇଲେ ପାଦ ଆକର୍ଷଣୀୟ ଲାଗିବା ସହ ଆଲୋକରେ ଚିକ୍କ ଚିକ୍କ ବି କରିବ। କାରଣ ଏହି ଅଳତାରେ ଟିକେ ଜିଙ୍କ ଭାଗ ମିଶିକି ରହିଥାଏ।

ଅଳତାରେ ବି ଲଗାଇପାରିବେ ମେହେନ୍ଦି: ଆପଣ ଚାହିଁଲେ ସରୁ ବ୍ରସ୍‌ କିମ୍ବା କାଠି ସାହାଯ୍ୟରେ ପାଦରେ ଅଳତାର ମେହେନ୍ଦି ଡିଜାଇନ୍‌ ବି କରିପାରିବେ। ଏହା ଖୁବ୍‌ ସରୁ ସରୁ ଡିଜାଇନ୍‌ର ହୋଇଥିବାରୁ ପାଦକୁ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ସେହିପରି ଅଳତାର ଲେହେରିଆ ଡିଜାଇନ୍‌ ବି ପାଦକୁ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri