Posted inଜାତୀୟ

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍‌ରୁ ଗୁଳି ଚଳାଇଥିଲେ।
ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ ମନମାନିକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ ବିଏସ୍‌ଏଫ୍‌ ମୁଖ୍ୟ ଭି.କେ. ଜୋହରି ତାଙ୍କର ବାଂଲା ପ୍ରତିପକ୍ଷ ମେଜର ଜେନେରାଲ ଶାଫିନୁଲ୍‌ ଇସ୍‌ଲାମଙ୍କୁ ହଟ୍‌ଲାଇନ୍‌ରେ କଲ୍‌ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ଲାଗି ବିଜିବି ଡିଜି ପ୍ରତିଶ୍ରୁତି ଦେଇଛନ୍ତି। ଭାରତ-ବାଂଲାଦେଶ ମଧ୍ୟରେ ୪୦୯୬ କିଲୋମିଟର ଅନ୍ତର୍ଜାତୀୟ ସୀମାକୁ ଜଗୁଥିବା ଦୁଇଦେଶର ସେନା ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି ଓ କିଛି ଦଶନ୍ଧି ମଧ୍ୟରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ। ଗୁରୁବାର ଘଟଣା ଏକ ବ୍ୟତିକ୍ରମ। ଏହାକୁ ନେଇ ସୀମାନ୍ତ ସ୍ଥିତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଉଦ୍ୟମ କରାଯାଉଥିବା ଏକ ସୂତ୍ରରୁ ଜଣାପଡିଛି। ଘଟଣା ସମ୍ପର୍କରେ ବିଏସ୍‌ଏଫ ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ଅବଗତ କରାଇଛି।
ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ବିଜିବି ଯବାନମାନେ ଗୁରୁବାର ସକାଳେ ମୁର୍ଶିଦାବାଦ ଜିଲାର କାକ୍‌ମାରିଚାର ସୀମାନ୍ତ ଘାଟିକୁ ଆସିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବିଜିବି ଯବାନ ଗିରଫ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବାକୁ ମତ୍ସ୍ୟଜୀବୀମାନଙ୍କୁ ବିଏସ୍‌ଏଫ୍‌ ଅନୁମତି ଦେଇଥିଲା। ଏହି ସୀମା ପଦ୍ମାନଦୀ ମଧ୍ୟଦେଇ ଯାଇଛି, ଯେଉଁଠୁ ପ୍ରଚୁର ଇଲିଶି ମିଳିଥାଏ। ବିଜିବି ଟିମ୍‌ ୨ ଜଣ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ଅନୁମତି ଦେଇଥିଲାବେଳେ ତୃତୀୟ ଜଣଙ୍କୁ ଗିରଫ କରିଥିବା ବିଏସ୍‌ଏଫ୍‌କୁ ଜଣାଇଦେଇଥିଲା। ବିଏସ୍‌ଏଫ୍‌ର ୬ ଜଣିଆ ଟିମ୍‌ ଘଟଣାର ସମାଧାନ ପାଇଁ ଏକ ମୋଟରବୋଟ୍‌ରେ ଯାଇଥିଲେ। ସେମାନେ ଆଲୋଚନା ସାରି ବୋଟକୁ ଫେରୁଥିଲାବେଳେ ପଛପଟୁ ସୟେଦ ନାମକ ବିଜିବିର ଜଣେ ଯବାନ ଗୁଳି ଚଳାଇବାରୁ ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ବିଜୟ ଭାନ୍‌ ସିଂଙ୍କର ମୃତ୍ୟୁ ହୋଇଥିବାବେଳେ କନ୍‌ଷ୍ଟେବଲ୍‌ ରାଜବୀର ଯାଦବ ଗୁରୁତର ଆହତ ହୋଇଛନ୍ତି। ମତ୍ସ୍ୟଜୀବୀ ପ୍ରଣବ ମଣ୍ଡଳ ବିଜିବି ହାଜତରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ମିଳିଲା ଚତୁର୍ଥ ଟିକା

ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ...

ଦେଶରେ ସାଇକେଲ୍‌ର ପଡିପାରେ ଅଭାବ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି।...

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ...

ଭାରତରେ ମର୍ଡେନା ଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୬: ଖୁବ୍‌ଶୀଘ୍ର ଭାରତକୁ ଆସିବ ଆଉ ଏକ ବିଦେଶୀ ଟିକା। ଏଥିପାଇଁ ବାଟ ଫିଟିଥିବା ବେଳେ ଆମେରିକୀୟ କମ୍ପାନୀ ମର୍ଡେନା ଟିକା ଖୁବଶୀଘ୍ର ଭାରତ ଆସିବ...

ବର୍ଷେ ପର୍ଯ୍ୟନ୍ତ ଜାରି ରହିବ କରୋନା ନିୟମ

ଥିରୁଭାନନ୍ତପୁରମ୍‌,୫।୭: ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ରବିବାର ସରକାରଙ୍କ ପକ୍ଷରୁ...

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି...

Advertisement
Archives

Model This Week