Posted inଫୁରସତ

ଫୋନ୍‌ରେ ଫେସ୍‌ ଲକ୍‌ ପକାଇ ସ୍ବାମୀ ହେଲେ ହଟହଟା

ଆଜିକାଲି ସ୍ମାର୍ଟଫୋନ୍‌ ଲୋକଙ୍କର ଯେତିକି ଉପକାରରେ ଆସୁଛି ସେତିକି ଅପକାର ମଧ୍ୟ କରୁଛି। ଏଇ ଯେମିତି ଏହି ଫୋନ୍‌ ପାଇଁ କିଏ ଆତ୍ମହତ୍ୟା କଲାଣି ତ ଆଉ କାହାର ଘରୋଇ କଳିଝଗଡ଼ା ଚରମ ସୀମାରେ ପହଞ୍ଚିଲାଣି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଆରମ୍ଭରେ ଦେଖିବେ ମହିଳା ଜଣକ ଜଣେ ପୁରୁଷଙ୍କୁ ଗୋଡ଼ାଉଛନ୍ତି। ମାତ୍ର ପୁରୁଷଜଣକ ଧରା ଦେଉନାହାନ୍ତି। କାରଣ ବି ବେଶ୍‌ ମଜାଳିଆ। ପୁରୁଷ ଜଣକ ତାଙ୍କ ଫୋନ୍‌ରେ ଲକ୍‌ ପକାଇ ଦେଇଛନ୍ତି। ଯେଉଁ ମହିଳା ତାଙ୍କୁ ଗୋଡ଼ାଉଛନ୍ତି ସେ ତାଙ୍କ ସ୍ତ୍ରୀ। ତେଣୁ ସେ ଚାହଁୁଛନ୍ତି ତାଙ୍କ ସ୍ବାମୀଙ୍କ ଫୋନ୍‌ ଦେଖିବେ। ମାତ୍ର ସ୍ବାମୀ ଜଣକ ଧରାଛୁଆଁ ଦେଉନାହାନ୍ତି। ଅସଲ କଥା ହେଲା ଫୋନ୍‌ରେ ସ୍ବାମୀ ଫେସ୍‌ ଲକ୍‌ ପକାଇ ଦେଇଛନ୍ତି। ତେଣୁ ସ୍ବାମୀ ତାଙ୍କୁ କାହିଁକି ଏସବୁ ଲୁଚାଉଛନ୍ତି ସତ୍ୟତା ଜାଣିବା ପାଇଁ ଅନ୍‌ଲକ୍‌ କରିବାକୁ ଚାହୁଁଛନ୍ତି ସ୍ତ୍ରୀ। ଶେଷରେ ମହିଳା ଜଣକ ଫେସ୍‌ ଲକ୍‌ ଖୋଲିବାରେ ସଫଳ ହୋଇଛନ୍ତି। ଆଉ ସେହି ସ୍ଥାନରୁ ଫୋନ୍‌ଟିକୁ ନେଇ ଦୌଡ଼ି ପଳାଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ଏପରି ହଟହଟା ତଥା ମଜାଳିଆ ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ଲୋକ ଦେଖିସାରିଲେଣି। ୩୪ ହଜାରରୁ ଅଧିକ ଲାଇକ୍‌ ମଧ୍ୟ ହୋଇଛି।

ଜାଣନ୍ତୁ ଫେସ୍‌ ଲକ୍‌ କ’ଣ ?
ଫୋନ୍‌ ସୁରକ୍ଷିତ ରଖିବା ପାଇଁ ଲକ୍‌ କରାଯାଇଥାଏ। ଏଥିପାଇଁ ପାର୍ଟନ, ନମ୍ବର ପାସ୍‌ଓ୍ବାର୍ଡ, ଫିଙ୍ଗର ପ୍ରିଣ୍ଟ୍‌ ଆଦି ବ୍ୟବହାର କରାଯାଇଥାଏ। ସେହିପରି ଫୋନ୍‌କୁ ସୁରକ୍ଷିତ ରଖିବା ପାଇଁ ଫେସ୍‌ ଆଇଡିର ବ୍ୟବହାର ହୋଇଥାଏ। ମୁହଁ ପାଖରେ ଫୋନ୍‌ ଦେଖାଇଲେ ଉକ୍ତ ବ୍ୟକ୍ତିଙ୍କ ଚେହେରା ଚିହ୍ନି ଫୋନ୍‌ ଅନ୍‌ଲକ୍‌ ହୋଇଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା...

ଚର୍ଚ୍ଚାରେ ସମଲିଙ୍ଗୀଙ୍କ ଫଟୋଶୁଟ୍‌ 

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ସମଲିଙ୍ଗୀ କପୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁହେଁ ବିବାହ ଫଟୋଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି। ରିପୋର୍ଟ...

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି...

କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି...

ଟାର୍ଗେଟ୍‌ ଅଲିମ୍ପିକ୍ସ

୧୯୯୩ ମସିହା ମେ ୧୦ ତାରିଖ ସୁନ୍ଦରଗଡ଼ ଜିଲା ସଉନାମରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମିତ ରୋହିଦାସ। ୪ବର୍ଷ ବୟସରୁ ହକି ଖେଳିବା ପ୍ରତି...

ଫଟୋ ସତ ଲାଗେ ମିଛ

ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ,...

ମାଙ୍କଡ଼ ସହ ସେଲ୍‌ଫି ଉଠାଇ ଫସିଲେ ଯୁବତୀ, ଭିଡିଓ ଦେଖିଲେ…

କଥାରେ ଅଛି, ମାଙ୍କଡ଼ ସାଙ୍ଗେ କରିଲେ ଭାବ କେବଳ ଆମ୍ପୁଡ଼ାଟି ଲାଭ। ଏବେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ,...

୪୩ କୋଟିର ବିଳାସମୟ ବଙ୍ଗଳାରେ ବିବାହ ପ୍ଲାନ କରିଥିଲେ ଏହି ଯୋଡ଼ି, ମାଲିକ ପହଞ୍ଚିଯିବାରୁ…

ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ...

Advertisement
Archives

Model This Week