Posted inଖେଳ

ଫେରିବେ ସାନିଆ

ମା’ ହେବା ପରେ ଟେନିସ ଖେଳାଳିମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ କମ୍‌ ରହିଛି। ତେବେ ସେରେନା ଓ୍ବିଲିୟମ, ମାର୍ଗାରେଟ୍‌ କୋର୍ଟ, ଇଭୋନ ଗୁଲାଗଙ୍ଗ ଓ କିମ୍‌ କ୍ଲିଷ୍ଟର୍ସ ଏଥିରେ ବ୍ୟତିକ୍ରମ ଆଣିଛନ୍ତି। ସାନିଆଙ୍କ ପାଇଁ ଏହି ଖେଳାଳିମାନେ
ଏବେ ପ୍ରେରଣା ସୃଷ୍ଟି କରିଛନ୍ତି…

ଭାରତର ସଫଳତମ ଟେନିସ ତାରକା ସାନିଆ ମିର୍ଜା ଦୀର୍ଘଦିନ ପରେ ପୁଣି ଥରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଏଥିପାଇଁ କଠିନ ପରିଶ୍ରମ ଆରମ୍ଭ କରିଦେଇଛନ୍ତି। ମା’ ହେବା ପରେ ସେ ୨୦୨୦ ଜାନୁୟାରୀରେ କମ୍ପିଟିଟିଭ ଟେନିସକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି। ଏଥିପାଇଁ ସେ ଅତ୍ୟନ୍ତ ବ୍ୟଗ୍ର ନୁହନ୍ତି। ମା’ ହେବାର ଦୁଇ ବର୍ଷ ପରେ ସେ ଜବରଦସ୍ତ ଟ୍ରେନିଂ କରୁଛନ୍ତି। ସେ ଦିନକୁ ୪ ଘଣ୍ଟା ଅଭ୍ୟାସ କରିଛନ୍ତି। ଏହି ପ୍ରକ୍ରିୟାରେ ସେ ୨୬ କେ.ଜି. ଓଜନ କମାଇଛନ୍ତି। ସେ ହାସଲ କରିଥିବା ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲରେ ୬ଟି ମିକ୍ସଡ ଟାଇଟଲ ସାମିଲ ରହିଛି। ସେ ମଧ୍ୟ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ସୁଇଜରଲାଣ୍ଡର କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଟିନା ହିଙ୍ଗିସ୍‌ଙ୍କ ସହ ସେ ସାଥିହୋଇ ସଫଳତାର ଶୀର୍ଷକୁ ଛୁଇଁଥିଲେ। ଆସନ୍ତା ଅଗଷ୍ଟରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ବୋଲି ସାନିଆ କହିଛନ୍ତି। ଆଗକୁ ଯଦି କିଛି ସଫଳତା ମିଳେ ତା’ହେଲେ ଏହା ମୋ ପାଇଁ ବୋନସ ହେବ। ପୁଅ ଇଝାନ ମୋ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ ସଦୃଶ ହୋଇଛି। ଯଦି ମୋର ପ୍ରତ୍ୟାବର୍ତ୍ତନ ସଫଳ ହୁଏ ତା’ହେଲେ ଏହା ନିଶ୍ଚିତ ଭାବେ ଆନନ୍ଦଦାୟକ ହେବ। ଟେନିସ ପ୍ରତି ମୋର ଥିବା ଦୁର୍ବଳତା ଓ ଭଲପାଇବା କାରଣରୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।
ମା’ ହେବା ପରେ ମହିଳା ଖେଳାଳିମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ କମ୍‌ ରହିଛି। ମା’ ହେବା ପରେ ମାର୍ଗାରେଟ୍‌ କୋର୍ଟ, ଇଭୋନ ଗୁଲାଗଙ୍ଗ ଓ କିମ୍‌ କ୍ଲିଷ୍ଟର୍ସ ପ୍ରତ୍ୟାବର୍ତ୍ତନ କରି ସିଙ୍ଗଲ୍ସ ମେଜର ଟାଇଟଲ ହାସଲ କରିଛନ୍ତି। ସେରେନା ଓ୍ବିଲିୟମ୍ସ ହେଉଛନ୍ତି ସଦ୍ୟତମ ଉଦାହରଣ। ସେରେନା ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ମା’ ହେବା ପରେ ପ୍ରତ୍ୟାବର୍ତ୍ତନ କରି ଏବେ ସିଙ୍ଗଲ୍‌ ଓ ଡବଲ୍ସ ବିଭାଗର ଶ୍ରେଷ୍ଠ ୫୦ରେ ସ୍ଥାନ ପାଇଛନ୍ତି। ଆଣ୍ଠୁରେ ଥିବା ପୁରୁଣା ଇଞ୍ଜୁରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ପ୍ରଶଂସକ ଓ ଶୁଭଚିନ୍ତକଙ୍କ ଆଶା ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟାବର୍ତ୍ତନକୁ ସଫଳ କରିବା। ଗତ ୨ ବର୍ଷ ହେବ ଟେନିସ ଖେଳିନାହିଁ। ଯଦି ସଫଳ ହୁଏ ତା’ହାଲେ ଟୋକିଓ ଅଲିମ୍ପିକ୍ସ ଖେଳିବା ମୋର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସାନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri