ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ମୃତ୍ୟୁର ପ୍ରମୁଖ କାରଣ

ନୂଆଦିଲ୍ଲୀ, ୨୬ା୫: ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ବହୁ ସଂଖ୍ୟାରେ ମୃତ୍ୟୁ ଏହାର ଭୟାବହତାକୁ ଦର୍ଶାଉଛି। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ସାଧାରଣତଃ ଶ୍ୱାସକ୍ରିୟାରେ ବିଫଳତା ଯୋଗୁ ହେଉଥିବା ତଥ୍ୟ କହୁଛି। କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବାର ଏକ ପ୍ରମୁଖ କାରଣ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା(ବ୍ଲଡ୍‌ କ୍ଲଟ୍‌) ବୋଲି ଏକ ଗବେଷଣାର ରିପୋର୍ଟରୁ ଜଣାପଡିଛି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅଧ୍ୟୟନରୁ ଏ ସଂକ୍ରାନ୍ତରେ ଡାକ୍ତର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।
ଅଧ୍ୟୟନ ରିପୋର୍ଟ ମୁତାବକ, କରୋନା ରୋଗୀଙ୍କ ରକ୍ତରେ ଡି-ଡାଇମର(ରକ୍ତରେ ଥିବା ଛୋଟ ପ୍ରୋଟିନ ଖଣ୍ଡ)ର ସ୍ତର ବୃଦ୍ଧି ପାଇଥାଏ। ଏଥିଯୋଗୁ ରକ୍ତନଳୀରେ ସ୍ବାଭାବିକ ଭାବେ ରକ୍ତ ପ୍ରବାହ ହୋଇ ନ ପାରି ଜମାଟ ବାନ୍ଧିଥାଏ। ଏହାକୁ ଥ୍ରମ୍ବୋସିସ୍‌ ବୋଲି କୁହାଯାଇଥାଏ। ଫଳରେ ଫୁସ୍‌ଫୁସ୍‌ରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା ସହ ଅକ୍ସିଜେନ ଯୋଗାଣ ମଧ୍ୟ କମିଯାଇଥାଏ। ଫୁସ୍‌ଫୁସ୍‌ର ଛୋଟ କୋଠରିଗୁଡିକରେ ବ୍ଲଡ୍‌ କ୍ଲଟ୍‌ ହୋଇଯିବା ଯୋଗୁ ଶ୍ୱାସକ୍ରିୟାରେ ବାଧା ଉପୁଜିଥାଏ। ଏପରିକି ଜଣେ ଆଦୌ ନିଃଶ୍ୱାସ ପ୍ରଶ୍ୱାସ ନେଇପାରି ନ ଥାଏ। ପରେ ଫୁସ୍‌ଫୁସ୍‌ର ଏୟାର ପକେଟ୍‌ରେ ଥିବା ରିସେପ୍ଟର ଏଣ୍ଡୋଥେଲିଆଲ (ଟିସୁଗୁଡିକ ମଧ୍ୟକୁ ଅନାବଶ୍ୟକ ଭାବେ ବାହାର ପଦାର୍ଥ ପ୍ରବେଶକୁ ରୋକୁଥିବା କୋଷସମୂହ) କୋଷଗୁଡ଼ିକରେ କରୋନା ଭୂତାଣୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ। ଏଥିଯୋଗୁ ସହଜରେ ଛୋଟ ଛୋଟ ରକ୍ତ ନଳୀଗୁଡିକରେ ଅଧିକ ମାତ୍ରାରେ ରକ୍ତ ଜମାଟ ବାନ୍ଧିବାରେ ଲାଗିଥାଏ। ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଶରୀରରେ ଶ୍ୱାସକ୍ରିୟା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ। ଅଧିକାଂଶ କରୋନାଜନିତ ମୃତ୍ୟୁ ଏହି କାରଣରୁ ହେଉଥିବା ଜଣାପଡିଛି। ତେଣୁ ପ୍ରାରମ୍ଭରୁ କରୋନା ରୋଗୀଙ୍କ ଡି-ଡାଇମର ସ୍ତର ପରୀକ୍ଷା କରିବା ତଥା ସେମାନଙ୍କ ରକ୍ତର ଗାଢତା ପରଖିବା ଜରୁରୀ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଶ୍ୱାସକ୍ରିୟା ହାର ନିରୀକ୍ଷଣ, ପଲ୍‌ସ-ଅକ୍ସିମିଟର ଦ୍ୱାରା ଅମ୍ଳଜାନ ସ୍ତର ଯାଞ୍ଚରୁ ମଧ୍ୟ ଏହା ଜାଣିହେବ। ଯଦି ଏହା ସ୍ବାଭାବିକ ନ ଥାଏ ତେବେ ସମ୍ପୃକ୍ତ ରୋଗୀଙ୍କର ଯଥାଶୀଘ୍ର ଚିକିତ୍ସା ଆବଶ୍ୟକ ବୋଲି ଅଧ୍ୟୟନକାରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri