Posted inUncategorized

ଫୁସ୍‌କିଗଲା ଫଳାଫଳ

ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି ବିଷୟଭିତ୍ତିକ ଦକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି ତ ଅନ୍ୟ କେଉଁଠି ଶିକ୍ଷାଦାନ ବ୍ୟତୀତ ଶିକ୍ଷକ ବୋହୁଛନ୍ତି ଅତିରିକ୍ତ ଚାପ। ଫଳରେ କାମାକ୍ଷାନଗର ବ୍ଲକର ସରକାରୀ ହାଇସ୍କୁଲରେ ଫଳାଫଳ ଫୁସ୍‌କିଯାଇଛି। ସ୍ବାଧୀନତା ପୂର୍ବର ସର୍ବପୁରାତନ ସାରଙ୍ଗଧର ହାଇସ୍କୁଲ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଏ-୧ ଗ୍ରେଡ୍‌ଶୂନ୍ୟ ରହିବା ଶିକ୍ଷାର
ଦୁର୍ବଳତାକୁ ପଦାରେ ପକାଇଛି।

କାମାକ୍ଷାନଗର, ୨୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସରକାରୀ ବିଦ୍ୟାଳୟର ମାଟ୍ରିକ୍‌ ଫଳାଫଳ ନୈରାଶ୍ୟଜନକ ହୋଇଛି। ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଇ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଯାଇଥିଲେ ମଧ୍ୟ ରେଜଲ୍ଟ କିନ୍ତୁ ସ୍ମାର୍ଟ ହୋଇପାରିନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଭିଭାବକ ଏବଂ ଶିକ୍ଷାବିତ୍‌।
ସ୍ବାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୪୬ରେ କାମାକ୍ଷାନଗରରେ ପ୍ରତିଷ୍ଠିତ ହୋଇଥିଲା ସାରଙ୍ଗଧର ହାଇସ୍କୁଲ। ଏକଦା ଶିକ୍ଷାରେ ଗୌରବମୟ ଇତିହାସ ବହନ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନ ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷା ଫଳରେ ଏ-୧ ଗ୍ରେଡ୍‌ ଶୂନ୍ୟ ରହିଛି। ଏପରି କି ୧୦୦% ରେଜଲ୍ଟ କରିବାରେ ମଧ୍ୟ ବିଫଳ ହୋଇଛି। ପରୀକ୍ଷା ଦେଇଥିବା ୫୭ ପିଲାଙ୍କ ମଧ୍ୟରୁ ୫୫ ପାସ୍‌ କରିଥିବାବେଳେ ୨ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ସରକାରୀ ବାଳିକା ହାଇସ୍କୁଲରେ। ଏଠାରେ ୩୫ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦିଓ ରେଜଲ୍ଟ ଶତପ୍ରତିଶତ ହୋଇଛି, ତେବେ ଗତଥର ଭଳି ଚଳିତ ବର୍ଷ ମଧ୍ୟ କେହି ଏ-୧ ଗ୍ରେଡ୍‌ ହାସଲ କରିପାରି ନାହାନ୍ତି।
ବ୍ଲକର ୩୧ ହାଇସ୍କୁଲ ମଧ୍ୟରୁ ୨ଟି ସରକାରୀ, ୧୭ଟି ନୂତନ ସରକାରୀ ମାନ୍ୟତାପ୍ରାପ୍ତ, ୧୦ଟି ବ୍ଲକଗ୍ରାଣ୍ଟ, ୨ଟି ଅଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ରହିଛି। ନିକଟରେ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକର ମୋଟ ୨୧ ଜଣ ଏ-୧ ଗ୍ରେଡ୍‌ ପାଇଛନ୍ତି। ତନ୍ମଧ୍ୟରେ ଗ୍ରାଣ୍ଟ ବିଦ୍ୟାଳୟ ତଥା କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ୮, କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯, ଇନ୍ଦୁପୁର ରାମେଶ୍ୱର ହାଇସ୍କୁଲର ୨ ଏବଂ ନୂତନ ସରକାରୀ ମାନ୍ୟତାପ୍ରାପ୍ତ ହାଇସ୍କୁଲର ୨ ଜଣ ରହିଛନ୍ତି। ହେଲେ ଦୁଇ ସରକାରୀ ହାଇସ୍କୁଲର ଜଣେ କେହି ଏ-୧ ତାଲିକାକୁ ଆସି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ବ୍ଲକର ସହରାଞ୍ଚଳର ୩ଟି, ଗ୍ରାମାଞ୍ଚଳର ୨୨ ଏହିପରି ସମୁଦାୟ ୨୫ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ୫-ଟି ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତରଣ କରାଯାଇଛି। ତେବେ ଛାତ୍ରୀଛାତ୍ରମାନେ ସ୍ମାର୍ଟ ବିଦ୍ୟାଳୟର ସ୍ମାର୍ଟ ପରିବେଶରେ ଶିକ୍ଷାଲାଭ କରିବାର ସୁଯୋଗ ପାଉଛନ୍ତି। ଏତେ ସୁବିଧା ଥିବାସତ୍ତ୍ୱେ ପୁରାତନ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ହୋଇ ନ ପାରିବା ଶିକ୍ଷାଦାନ ପଦ୍ଧତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ଅନ୍ୟପଟେ ବ୍ଲକରେ ମାଟ୍ରିକ୍‌ ଏ-୧ ଗ୍ରେଡ୍‌ ହ୍ରାସର ପ୍ରମୁଖ କାରଣ ଶିକ୍ଷକ ଅଭାବ ବୋଲି କୁହାଯାଉଛି। ହାଇସ୍କୁଲସ୍ତରୀୟ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରୁନାହିଁ। ଯେତିକି ଶିକ୍ଷକ ଅଛନ୍ତି, ସେମାନଙ୍କୁ ପାଠପଢ଼ା ବ୍ୟତୀତ ଅଫିସ୍‌ର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡୁଛି। ତେଣୁ ଶିକ୍ଷାଦାନ ଊଣା ଅଧିକେ ପ୍ରଭାବିତ ହେଉଛି। ବିଷୟଭିତ୍ତିକ ଶିକ୍ଷକ ପଦବୀ ପୂରଣ ଲାଗି ଶିକ୍ଷା ବିଭାଗ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri