ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ ପରିଚିତ । ‘ନେଇ ଯାରେ ମେଘ ମୋତେ’, ‘ଏସିପି ନିକିତା’, ‘ରାନୀ’, ‘ଆମ ଘର ଲକ୍ଷ୍ମୀ’, ‘ତୋ ଆଖି ମୋ ଆଇନା’, ‘ଟୁପୁର ଟାପୁର’, ‘ସିନ୍ଦୂର ବିନ୍ଦୁ’ ସିରିଏଲରେ କାମ କରିଥିବା ବେଳେ ‘କୁଆଁରୀ ବୋହୂ’ ସିରିଏଲରେ ଏବେ ସେ ମୁଖ୍ୟ ଅଭିନେତା । ଏଥର ‘ଧରିତ୍ରୀ ଆଳାପ’ରେ ରାକେଶଙ୍କ କଥା।

ଅଭିନୟ କ୍ଷେତ୍ରକୁ କିପରି ଆସିଥିଲେ?
*ଛୋଟ ବେଳୁ ମୋର ଅଭିନୟ ପ୍ରତି ଦୁର୍ବଳତା ଥିଲା। ଗୋଟେ ପ୍ରାଇଭେଟ୍‌ କମ୍ପାନୀରେ ମୁଁ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ମଡେଲିଂ କ୍ଷେତ୍ରକୁ ଯିବା ପାଇଁ ସାଙ୍ଗମାନେ ମୋତେ ପ୍ରବର୍ତ୍ତାଉଥିଲେ। ତେଣୁ ମଡେଲିଂ କ୍ଷେତ୍ରରେ ପ୍ରଥମେ ପ୍ରବେଶ କରିଥିଲି। ଏହାପରେ ସେଠାରୁ ମୋତେ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ଆସିଥିଲା।
ପ୍ରଥମ ଅଫର୍‌ ମିଳିବା ପରେ କ’ଣ ଅନୁଭୂତି ରହିଥିଲା ?
*‘ନେଇ ଯାରେ ମେଘ ମୋତେ’ ସିରିଏଲ ପାଇଁ ପ୍ରଥମେ ମୋତେ ଅଫର ଆସିଥିଲା, ସେତେବେଳେ ମୁଁ ମଡେଲିଂରେ କାମ କରୁଥାଏ। ସେଥିରେ ମୋତେ ନକାରାତ୍ମକ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା। ଯଦିଓ ସେହି ଚରିତ୍ର ଅଳ୍ପ ସମୟ ଥିଲା ତେବେ ଦର୍ଶକ ତାକୁ ପସନ୍ଦ କରିଥିଲେ ଏବଂ ମୁଖ୍ୟ ଅଭିନେତା ଭାବେ ଦେଖିବାକୁ ଚାହିଁଥିଲେ। ପରେ ପରେ ମୁଖ୍ୟ ଅଭିନେତା ଭାବେ ମୁଁ ସିରିଏଲ୍‌ରେ ଅଭିନୟ କରିଥିଲି।
କେଉଁଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ?
*ପଜିଟିଭ୍‌ ସହିତ ଆଟିଚ୍ୟୁଡ୍‌ ଥିବା ଚରିତ୍ରରେ ମୋତେ ଅଭିନୟ କରିବାକୁ ଭଲଲାଗେ।
ଶୁୁଟିଂ ସେଟ୍‌ର କିଛି ସ୍ମୃତି ରହିଛି କି ?
*ଥରେ ରାତି ସାରା ଫାଇଟିଂର ଶୁୁଟିଂ ହେଉଥିଲା। ଏହି ସମୟରେ ମୁଁ ପଡ଼ିଯାଇଥିଲି ଓ ମୋ ଗୋଡ଼ରେ ଆଘାତ ଲାଗିଥିଲା। ତା’ ପରଦିନ ସନ୍ଧ୍ୟାରେ ସିରିଏଲ ଟେଲିକାଷ୍ଟ ହେବାର ଥିଲା। ତେଣୁ କଷ୍ଟ ହେଉଥିଲେ ମଧ୍ୟ ଗୋଡ଼ରେ ପଟି ବାନ୍ଧି ମୁଁ ଶୁୁଟିଂ କରିଥିଲି।
ଅଭିନୟ କରିବାକୁ ହେଲେ ଜଣକୁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଭାବନ୍ତି ?
*ଯେଉଁମାନେ ଏ ଦିଗରେ ଆସିବେ ସେମାନେ ଅଭିନୟ ଉପରେ କୋର୍ସ କରି ଆସିବା ଦରକାର। ଆଗରୁ ଏସବୁ ନ ଥିଲା। କିନ୍ତୁ ବର୍ତ୍ତମାନ କମ୍ପିଟିଟିଭ୍‌ ଯୁଗ ହୋଇଗଲାଣି। ତେଣୁ ଏଠିକୁ ଆସିବା ପୂର୍ବରୁ କ୍ୟାମେରା, ଲାଇଟ୍‌, ଡ୍ରାମା ଏସବୁ ଦିଗରେ ଜ୍ଞାନ ଥିବା ଆବଶ୍ୟକ।
ଯଦି ଭବିଷ୍ୟତରେ ଫିଲ୍ମ ପାଇଁ ଅଫର୍‌ ଆସେ ତେବେ କେଉଁ ଦିଗକୁ ଦେଖି ଅଭିନୟ କରିବାକୁ ନିଷ୍ପତ୍ତି ନେବେ?
*ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ଅଛି। ତେବେ ପ୍ରଥମେ ମୁଁ କାହାଣୀ ସହିତ ଚରିତ୍ରକୁ ଦେଖିବି। ଏଥିସହିତ ସିରିଏଲ କେବେ ଛାଡ଼ି ପାରିବି ନାହିଁ। କାରଣ ସିରିଏଲ ମୋତେ ପରିଚୟ ଦେଇଛି। ତେଣୁ ପ୍ରଥମେ ସିରିଏଲ୍‌ ଶୁଟିଂ ପରେ ଫିଲ୍ମ ଶୁଟିଂ କରିବାକୁ ପଡ଼ିବ।
ଫିଲ୍ମ ପାଇଁ ଅଫର ମିଳିଲେ କେଉଁ ଅଭିନେତ୍ରୀଙ୍କ ସହିତ ଅଭିନୟ କରିବାକୁ ପସନ୍ଦ କରିବେ ?
*ଅର୍ଚ୍ଚିତା ସାହୁ। କାରଣ ତାଙ୍କର ଅଭିନୟ ମୋତେ ବହୁତ ପସନ୍ଦ।
ଅପ୍‌ କମିଂ ପ୍ରୋଜେକ୍ଟ କିଛି ଅଛି ?
*ଆଗକୁ ମୋର ଏକ ଓ୍ବେବ୍‌ ସିରିଜ୍‌ ଆସିବ। ତା’ର ନାଁ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି।
ସାକ୍ଷାତ୍‌କାର- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri