ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ କେନ୍ଦ୍ର କରି ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ବଲିଉଡରେ ବେଶ୍‌ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ଅର୍ଜୁନ କପୁରଙ୍କ ଅଭିନୟକୁ ଦର୍ଶକ ଟ୍ରୋଲ କରିଥିବାବେଳେ ଖଳନାୟକ ଭୂମିକାରେ ଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି। କେହି କେହି ଫିଲ୍ମ ସଞ୍ଜୟ ଲୀଳା ଭଂଶାଲୀଙ୍କ ‘ବାଜିରାଓ ମସ୍ତାନୀ’ ସହ ମଧ୍ୟ ତୁଳନା କରୁଛନ୍ତି। ଭିଜନ ୱାର୍ଲଡ ଫିଲ୍ମସର ମାଲିକ ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମ ଲାଗି ଐତିହାସିକ ପାଣ୍ଡୁରଙ୍ଗ ବଲକୱାଡେ ରିସର୍ଚ୍ଚ ୱାର୍କ କରିଥିବା ବେଳେ ସେ ସମୟର ପୋଷାକ, ଅସ୍ତ୍ରଶସ୍ତ୍ର, ପଶୁ ଓ ଲୋକଙ୍କ କଷ୍ଟ୍ୟୁମ ଡିଜାଇନ କରାଯାଇଛି। ଆଫଗାନ ସୈନିକମାନେ ସେତେବେଳେ ‘ଜମ୍ବୁରେକ’ ନାମକ ଏକ ଲମ୍ବା ପିସ୍ତଲ ବ୍ୟବହାର କରୁଥିଲେ, ଯାହାକୁ ଫିଲ୍ମ ଲାଗି ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଫିଲ୍ମଟି ଡିସେମ୍ବର ୬ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଲାଗି ଏକାଠି ହେବେ ପ୍ରିୟଙ୍କା-ରାଜ କୁମାର ରାଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଏକାଠି କାମ କରିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ରାଜକୁମାର ରାଓ। ତେବେ ଫିଲ୍ମଟି କେବଳ ନେଟ୍‌ଫିଲ୍ସ ଚ୍ୟାନେଲ୍‌ରେ ରିଲିଜ...

ଡରିଗଲେ ସଲମାନ !

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଏକ ପ୍ରକାର ଡରାଇ ଦେଇଛି । କରୋନା ଭାଇରସକୁ ନେଇ ସାରା ଦେଶକୁ ୨୧ ଦିନ ପାଇଁ ଲକ୍...

ସାରାଙ୍କ ପରେ ଏବେ ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ

ସାରା ଅଲ୍ଲୀ ଖାନ୍‌ଙ୍କଠାରୁ ବ୍ରେକ୍‌ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି। ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ...

ରେଡ୍‌ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କେଫ୍‌ ଏବେ ଖୁବ୍‌ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍‌ ବ୍ୟସ୍ତ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’କୁ...

ମାଧୁରୀ-ସଲମାନଙ୍କ ଅଭିନୀତ ଫିଲ୍ମର ହୋଇପାରେ ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ବଲିଉଡ୍‌ ନାୟିକା ମାଧୁରୀ ଦୀକ୍ଷିତ ଓ ନାୟକ ସଲମାନଙ୍କ ଅଭିନୀତ ଫିଲ୍ମ ‘ହମ୍‌ ଆପକେ ହୈ କୌନ’କୁ ପୂରିଛି ୨୫ ବର୍ଷ। ଏବେ ଏହି...

ଦମ୍‌ ଦେଖାଇଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା...

ବୟଫ୍ରେଣ୍ଡଙ୍କ ସହିତ ସ୍କୁଟିରେ ବୁଲିଲେ ଶ୍ରଦ୍ଧା କପୁର: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୧୦।୬: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଶ୍ରଦ୍ଧା ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ...

ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍‌

ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ...

Coronavirus Update


Archives

Model This Week

Why Dharitri