Posted inଖେଳ

ଫିଲ୍ଡ ଅମ୍ପାୟର ଦେବେ ନାହିଁ ନୋ ବଲ

ଦୁବାଇ,୫ା୧୨(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ଫିଲ୍ଡ ଅମ୍ପାୟର ଦର୍ଶାଇବେ ନାହିଁ। ଏହି ଗୁରୁଦାୟିତ୍ୱ ତୃତୀୟ ଅମ୍ପାୟର ନିର୍ବାହ କରିବେ ବୋଲି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ କୁହାଯାଇଛି। ଏହି ସିରିଜ୍‌ରେ ୩ ମ୍ୟାଚ୍‌ ଖେଳାଯିବ। ପରେ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ନୋ ବଲ ଚିହ୍ନଟ କରିବା ପାଇଁ ଟେକନୋଲୋଜି ବ୍ୟବହାର କରାଯିବ ପ୍ରକ୍ରିୟା ଆରମ୍ଭ ହେବ। ତେବେ ପରିକ୍ଷା ଭିତ୍ତିରେ ହେବ। ଏଥିଯୋଗୁ ପ୍ରତ୍ୟେକ ବଲ ନୋ ବଲ କି ନୁହେଁ, ତାହା ତୃତୀୟ ଅମ୍ପାୟର ଯାଞ୍ଚ କରିବେ। ଆବଶ୍ୟକତା ପଡ଼ିଲେ ଫିଲ୍ଡ ଅମ୍ପାୟରଙ୍କ ସହାୟତା ନିଆଯାଇପାରେ। ଫଳରେ ଅନ୍‌ ଫିଲ୍ଡ ଅମ୍ପାୟର ଫ୍ରଣ୍ଟ ଫୁଟ ନୋ ବଲ ଡାକି ପାରିବେ ନାହିଁ। କୌଣସି ସ୍ଥିତିରେ ଦ୍ୱିନ୍ଦ୍ୱ ହେଲେ ବୋଲରଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବ। ଅନ୍ୟ ସମସ୍ତ ନିଷ୍ପତ୍ତି ଅମ୍ପାୟର ନେବେ ବୋଲି ଆଇସିସି ଏକ ବିବୃତିରେ କହିଛି। ଏହି ନିଷ୍ପତ୍ତି ଚଳିତବର୍ଷ ଅଗଷ୍ଟରେ ନିଆଯାଇଥିଲା। ପୂର୍ବରୁ ୨୦୧୬ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ରେ ଏହି ନିୟମ ବ୍ୟବହାର କରାଯାଇଥିଲା। କ୍ରିକେଟ କମିଟିର ସୁପାରିଶ ପରେ ଆଇସିସି ଯଥା ସମ୍ଭବ ମ୍ୟାଚ୍‌ରେ ପୁଣି ଥରେ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଏକାଦଶ-ଏସିଆ ଏକାଦଶ ମ୍ୟାଚ୍ ସ୍ଥଗିତ

ଢାକା, ୧୨୩ (ପି.ଟି.)- କରୋନା ଭାଇରସ୍ ଲାଗି ଆଗାମୀ ଦିନରେ ବିଶ୍ୱ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳାଯିବାକୁ ଥତ୍ବା ମ୍ୟାଚ୍କୁ ଆୟୋଜକ ବାଂଲାଦେଶ...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

ଭିଟୋରିଙ୍କ ଚୁକ୍ତିରେ ପରିବର୍ତ୍ତନ କରିବ ବିସିବି

ଢାକା,୧୯।୨- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ବୋଲିଂ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କ ସହ ଥିବା ଚୁକ୍ତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବାଂଲାଦେଶ ସ୍ପିନରଙ୍କୁ...

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ...

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ

ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍‌ ସମୟରେ...

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ...

ଭାରତର ଫୁଟ୍‌ବଲ ଖେଳାଳି ବୋରିସ୍‌ ସିଂଙ୍କୁ କରୋନା

ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ବୋରିସ୍‌ ସିଂ ଥଙ୍ଗ୍‌ଜମ୍‌ଙ୍କର ପଜିଟିଭ୍‌ ଆସିଛି। କରୋନାରେ ସଂକ୍ରମିତ...

ହାମିଲଟନ ଟେଷ୍ଟ : ବନର୍‌ସ, ରୁଟ୍‌ଙ୍କ ଶତକ

ହାମିଲଟନ,୧।୧୨- ସ୍ଥାନୀୟ ସେଡନ ପାର୍କରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଓପନର ରୋରି ବନର୍‌ସ ଓ ଅଧିନାୟକ ଜୋ ରୁଟଙ୍କ...

Coronavirus Update

Archives

Model This Week

Why Dharitri