ଫିରିଙ୍ଗିଆରେ ଯବାନ-ମାଓବାଦୀ ଗୁଳି ବିିନିମୟ: ଖସି ଗଲେ ମାଓବାଦୀ ନେତା ମମତା, ସୁକ୍ରୁ, ବଣ୍ଟି

ଫୁଲବାଣୀ ଅଫିସ, ୨୦ା୧- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଅଡନସୁଗା, ସାଉଲପଡା-ଲଦାପଦର ରାସ୍ତା ଓଡାବାଲି ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଓ ସନ୍ଧ୍ୟାରେ ଦୁଇଥର ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେବାପରେ ସେମାନଙ୍କର ଏକ କ୍ୟାମ୍ପ ଠାବ କରାଯାଇଛି। କେକେବିଏନ୍‌ ଏବଂ ବିଜିଏନ୍‌ ଡିଭିଜନର ସଦସ୍ୟ ସେଠାରେ ଏକାଠି ହୋଇଥିବା ଜଣାପଡିଛି। ମାଓବାଦୀ ନେତା ମମତା, ସୁକ୍ରୁ ଏବଂ ବଣ୍ଟି ଅଳ୍ପକେ ଖସି ଯାଇଛନ୍ତି। ଜଙ୍ଗଲ ମଧ୍ୟରେ ଠାବ ହୋଇଥିବା କ୍ୟାମ୍ପରୁ ୯ ଏମ୍‌ଏମ୍‌୍‌ ପିସ୍ତଲ, ବିସ୍ଫୋରକ, ଇନସାସ୍‌ ବନ୍ଧୁକର ଗୁଳି, ୱାକିଟକି, ରେଡିଓ, ଟର୍ଚ୍ଚ, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଔଷଧ, ୟୁନିଫର୍ମ ଆଦି ଜବତ କରାଯାଇଛି।
ସୁମରବନ୍ଧ ପଞ୍ଚାୟତ ରାତାମାସ୍କା, ଅଡାବାଲି ଆଦି ଅଞ୍ଚଳରେ ମାଓବାଦୀମାନେ ଖାଦ୍ୟ ସାମଗ୍ରୀ, ଡ୍ରେସ ଆଦି ନେଉଥିବା ଜଣାପଡିଥିଲା। ସେହି ଅଞ୍ଚଳରେ ସେମାନେ ମିଟିଂ କରିବା ଏବଂ ଏକତ୍ରିତ ହୋଇଥିବା ଖବର ମିଳିଥିଲା। ଶୁକ୍ରବାର ଆମର ଏସ୍‌ଓଜି ଟିମ୍‌ କୋମ୍ବିଂ ଅପରେଶନରେ ବାହାରିଥିଲା। ସକାଳ ପ୍ରାୟ ସାଢ଼େ ୭ଟାବେଳେ ଅଡନସୁଗା ଜଙ୍ଗଲଠାରେ ଅଟୋମେଟିକ ରାଇଫଲ ଏକେ-୪୭ରୁ ମାଓବାଦୀମାନେ ଗୁଳି କରିଥିଲେ। ଏହାପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ମାଓବାଦୀମାନେ ସେଠାରୁ ଚାଲି ଯିବାରୁ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଥିଲା। ପୁଣି ସନ୍ଧ୍ୟା ୫ଟାବେଳେ ସାଉଲପଡା-ଲଦାପଦର ରାସ୍ତା ଅଡାବାଲି ଜଙ୍ଗଲରେ ଆଉ ଗୋଟିଏ ଟିମ୍‌ ସହ ମାଓବାଦୀଙ୍କ ମୁହଁାମୁହିଁ ହୋଇଥିଲା। ସେଠାରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରେ କେକେବିଏନ ଏବଂ ବିଜିଏନର ମିଳିତ ମିଟିଂ ହୋଇଥିବା ଖବର ମିଳିଛି। ମାଓବାଦୀ ନେତା ମମତା, ସୁକ୍ରୁ ଏବଂ ବଣ୍ଟି ସେଠାରେ ଥିବା ଅନୁମାନ କରାଯାଉଛି। ଉଭୟ କମିଟିର ସଦସ୍ୟମାନେ ବଡଧରଣର ହିଂସା ଘଟାଇବା ପାଇଁ ମିଳିତ ହୋଇଥିଲେ। ମହିଳାଙ୍କ ସମେତ ୨୫ରୁ ଊର୍ଦ୍ଧ୍ୱ ମାଓବାଦୀ ଉପସ୍ଥିତ ଥିବା ଅନୁମାନ କରାଯାଉଛି। ଏହି ଗୁଳି ବିନିମୟରେ ଆମର କିଛି ଯବାନଙ୍କୁ ସାମାନ୍ୟ ଆଘାତ ଲାଗିଛି। କୋମ୍ବିଂ ଅପରେଶନ ଚାଲୁ ରହିଛି ବୋଲି ଏସ୍‌ପି ପ୍ରତୀକ ଗୀତା ସିଂ ରବିବାର ଅପରାହ୍ନରେ ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri