ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା ମାରିନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ଦେଶର ଇତିହାସରେ ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ବୋଲି ଚର୍ଚ୍ଚା ହେଉଛି। ୨୭ବର୍ଷ ବୟସରୁ ହିଁ ମରିନ୍‌ ରାଜନୀତିରେ ପାଦ ରଖିଥିଲେ। ସେହି ଦିନରୁ ସେ ରାଜନୀତିରେ ଆଗେଇ ଚାଲିଛନ୍ତି। ରବିବାର ହୋଇଥିବା ମତଦାନରେ ମରିନ୍‌ ନେତା ଏଣ୍ଟି ରିନେଙ୍କ ସ୍ଥାନ ନେଇଛନ୍ତି। ସୂଚନାଯୋଗ୍ୟ, ପୋଷ୍ଟାଲ ଷ୍ଟ୍ରାଇକ୍‌କୁ ସମାଧାନ କରିବାକୁ ଯାଇ ମେଣ୍ଟ ସହଯୋଗୀ ସେଣ୍ଟର ପାର୍ଟିର ବିଶ୍ୱାସ ହରାଇଥିଲେ ରିନେ। ଏହାପରେ ସେ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାକ, ସିରିଆରେ ଆମେରିକାର ବିମାନ ଆକ୍ରମଣ

ଡମାସ୍‌କସ୍‌/ଓ୍ବାଶିଂଟନ, ୨୯।୬(ଆଇଏଏନ୍‌ଏସ୍‌): ଇରାକ୍‌ ଏବଂ ସିରିଆ ସୀମାନ୍ତ ଅଞ୍ଚଳରେ ରବିବାର ଆମେରିକା ବିମାନରୁ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ ସିରିଆ ପାର୍ଶ୍ୱରେ ଅର୍ଦ୍ଧସାମରିକ ବାହିନୀର ୫...

ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ

ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଆଉ ସେଠାରେ...

ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି...

‘ମୁଁ ରାଷ୍ଟ୍ରପତି ଥିଲେ, ରୁଷିଆ ଉପରେ ପରମାଣୁ ବୋମା ପକାଇବା ଧମକ ଦେଇଥାନ୍ତି’

ଓ୍ବାଶିଂଟନ୍‌,୨୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ...

ସୁପର କାର୍‌ରେ ଆସିଲା କିଡ୍‌ନୀ

ରୋମ୍‌, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍‌ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ...

ୟୁରୋପାରେ ଜଳୀୟବାଷ୍ପ

ଓ୍ବାଶିଂଟନ,୨୧।୧୧(ପି.ଟି.): ବୃହଷ୍ପତିର ଉପଗ୍ରହ ୟୁରୋପାରେ ଜଳୀୟବାଷ୍ପର ସନ୍ଧାନ ପାଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ବୈଜ୍ଞାନିକମାନେ ପ୍ରଥମଥର ପାଇଁ ୟୁରୋପା ପୃଷ୍ଠରେ ଏପରି...

ଇମ୍ରାନ୍‌ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…

ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ...

ଏହି ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକପ୍ଟର…

ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି। ଏହାକୁ ‘ସୁପର ଭିଲେଜ’ କୁହାଯାଇଥାଏ। ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡି...

Advertisement
Archives

Model This Week